Home ଓଡ଼ିଶା ଆଦିବାସୀ ଗ୍ରାମରେ ଶିବପୁରାଣ ପାଠ ଓ ନରନରାୟଣ ସେବା

ଆଦିବାସୀ ଗ୍ରାମରେ ଶିବପୁରାଣ ପାଠ ଓ ନରନରାୟଣ ସେବା

45

ମାଲକାନଗିରି,୧ା୯ (ଓଡିଆ ପୁଅ )ମାଲକାନଗିରି ବ୍ଲକସ୍ଥ ଆଦିବାସୀ ସିଆଡିମାଳ ଗ୍ରାମ ମୁଣ୍ଡ ପାହଡ ଉପରେ ଥିବା ଶିବ ମନ୍ଦିରରେ ଶିବପୁରାଣ ପାଠ ଓ ନରନରାୟଣ ସେବା ଗତ ୬ମାସ ହେଲା ଆରମ୍ଭ ହୋଇ ଯାଇଛି । ଏହା ପ୍ରତି ସୋମବାର ଦିନ ମନ୍ଦିର ପ୍ରାଙ୍ଗଣରେ କୋଭିଡ ନିୟମ ପାଳନ ସହ ଶିବପୁରାଣ ପାଠ କରାଯାଇ ନରନରାୟଣ ସେବା କରାଯାଉଛି । ଜନ୍ମାଷ୍ଟମି ଓ ନନ୍ଦଉତ୍ସବ ପାଇଁ ଏହି ମନ୍ଦିର ପ୍ରାଙ୍ଗଣରେ ଶିବପୁରାଣର ତୃତୀୟ ଖଣ୍ଡ ଶେଷ କରାଯାଇଥିଲା । ପୁରାଣ ପାଠ ପରେ ଗୀତା ଭାଗବତ, ଶ୍ରୀକଷ୍ଣଙ୍କ ଲିଳା ପ୍ରବଚନ ଦିଆ ଯାଇଥିଲା,ଶେଷରେ ଛୋଟ ଛୋଟ ପିଲାଙ୍କୁ ବାଳ ଭୋଗ ଲଗାଇବା ସହ ନରନାରାୟଣ ସେବା କରାଇଥିଲା । ି ସିଆଡିମାଳ ଗ୍ରାମର କୋୟା ଆଦିବାସୀ ସଂପ୍ରଦାୟର ବ୍ୟକ୍ତି ଭିମା ମାଡକାମି ଙ୍କୁ ଗତ କିଛିବର୍ଷତଳେ ଶିବମହାପ୍ରଭୁ ସ୍ୱପ୍ନରେ ଆସିବାରୁ ସେ ନିଜ ଜିମରେ ମାଗି ଯାଚି ଏକ ବିରାଟ ଶିବ ମନ୍ଦିର ନିର୍ମାଣ କରିଛନ୍ତି । ଶିବ ରାତ୍ର ଠାରୁ ଏହି ମନ୍ଦିର ପ୍ରାଙ୍ଗଣରେ ଶିବପୁରାଣ ପାଠ କରାଯାଉଛି, ୫ଖଣ୍ଡ ଶିବପୁରାଣ ପାଠ ହେବ । ପ୍ରତି ସୋମବାର ଦିନ ଗୋଟିଏ ଲେଖା ଅଧ୍ୟାୟ ପାଠ ହେଉଛି । ପଣ୍ଡିତ ପୁଣ୍ଣ ର୍ଚନ୍ଦ୍ର ସାହୁ ଏହି ଶିବପୁରାଣ ପାଠ କରୁଛନ୍ତି , କୋଭିଡ କଟକଣା ପାଇଁ ଗ୍ରାମର ସ୍ୱଳ୍ପସଂଖ୍ୟକ ଆଦିବାସୀ ମହିଳା ଓ ପରୁଷ ଅନ୍ୟ ମାନେ ମନ୍ଦିରରେ ବସି ଶିବପୁରଣା ପାଠ ଶ୍ରବଣ କରୁଛନ୍ତି ।ଏହି କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟିର ସଭାପତି ନରେଶ ଚନ୍ଦ୍ର ଭଦ୍ର,ବାଗା ମାଡକାମି,ଅଖିଳ ମଣ୍ଡଳ,ଦୁର୍ଗାପଟନାୟକ, ଖିରୋଜ ମୁର୍ମୁ ପ୍ରମୁଖ ସମାଜ ସେବି ମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.