Home ଓଡ଼ିଶା ଆଦିବାସୀ ଗ୍ରାମରୁ ବିରାଟ କାୟ ବିରଳ ପ୍ରଜାତିର ଅହିରାଜ ସାପ ଉଦ୍ଧାର

ଆଦିବାସୀ ଗ୍ରାମରୁ ବିରାଟ କାୟ ବିରଳ ପ୍ରଜାତିର ଅହିରାଜ ସାପ ଉଦ୍ଧାର

239

ମାଲକାନଗିରି,୨୦ ।୬ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ପୋଟେରୁ ପୁଲିସ ଫାଣ୍ଡି ଅନ୍ତ୍ରର୍ଗତ ତାଟିଗୁଡା ଗ୍ରାମରୁ ଏକ ୧୩ଫୁଟ ଲମ୍ବର ବିରଳ ପ୍ରଜାତିର ଅହିରାଜ ସାପକୁ ସ୍ନେକ ହେଲ୍ପ ଲାଇନ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛି । ତାଟିଗୁଡା ଗ୍ରାମରେ ହଟାତ ଏକ ବିରାଟକାୟ ଅହିରାଜ ସାପ ବୁଲିଥିବାର ଦେଖି ଗ୍ରାମବାସୀ ମାନେ ଭୟଭିତ ହୋଇପଡିଥିଲେ । ଗ୍ରାମର କିଛି ଯୁବକ ସ୍ନେକ ହେଲ୍ପ ଲାଇନକୁ ଫୋନକରିବାରୁ ମାଲକାନଗିରି ରୁ ସ୍ନେକହେଲ୍ପ ଲାଇନର ସଦସ୍ୟ ସତ୍ୟଜିତ ଗୌଡ ଓ ତାଙ୍କ ଟିମ ତାଟିଗୁଡା ଗ୍ରାମରେ ପହଁଚି ଯାଇଥିଲେ । ପ୍ରାୟ ୨ଘଟାଂ ପରିଶ୍ରମ କରିବାପରେ ସାପଟି ଧରାପଡିଥିଲା । ସାପଟି ଉଦ୍ଧାର ହେବାପରେ ଏହି ବିରାଟକାୟ ସାପକୁ ଦେଖିବାପାଇଁ ଲୋକମାନଙ୍କର ଭିଡ ଲାଗି ଯାଇଥିଲା । ଉଦ୍ଧାର ସାପଟିକୁ ମାଲକାନଗରି ବନବିଭାଗକୁ ସ୍ନେଲ ହେଲ୍ପ ଲାଇନ ହସ୍ତାନ୍ତର କରିଛନ୍ତି । ଉଦ୍ଧାର ସାପଟିକୁ ଆଜି ଚିକିତ୍ସା କରା ଯାଇଥିଲା ସେ ସୁସ୍ଥ ହେବାପରେ ମାଲ୍ୟବନ୍ତ ପବ ର୍ତରେ ଛାଡିଦିଆ ଯାଇଛି ବୋଲି ମାଲାକନଗିରି ରେଜଂର ଜଗନ୍ନାଥ ପ୍ରସାଦ ବିଷୋୟୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.