Home ଓଡ଼ିଶା ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଅଞ୍ଚଳର ସମାଜସେବୀ ଯୁବକ ଫନି କ୍ଷତିଗସ୍ତ ଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ...

ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଅଞ୍ଚଳର ସମାଜସେବୀ ଯୁବକ ଫନି କ୍ଷତିଗସ୍ତ ଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲି ପାଣ୍ଠିକୁ ୫ ଲକ୍ଷ ଟଙ୍କା ଓ ୫ ଟି ଜେନେରେଟର ଦାନକଲେ

303

ମାଲକାନଗିରି, ୯ା୫(ଓଡିଆ ପୁଅ) ଗତ ୩ ତାରିଖରେ ଅତିଭୟଙ୍କର ଘୂର୍ଣ୍ଣିଝଡ ଫନିର ପ୍ରଭାବରରେ ରାଜ୍ୟରେ ବହୁ ଧନସମ୍ପତି ବ୍ୟାପକ ହାନି ଘଟିଛି। ଏହି ବିପର୍ଯ୍ୟୟ କ୍ଷତି ଗସ୍ତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସହାୟତାର ହାତ ବଢାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ କୁ ୫ଲକ୍ଷ ଟଙ୍କା ଓ ୫ଟି ଜେନେରେଟର ପ୍ରଦାନ କରିଛନ୍ତି ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ଜଣେ ସମାଜ ସେବୀ ଯୁବକ। ମାଲକାନଗିରି ଜିଲ୍ଲାସ୍ଥ ପଡିଆବ୍ଲକ ଆଦିବାସୀ ଅଧ୍ୟୁଷିତ ସିମିଳିବାଞ୍ଚା ପଞ୍ଚାୟତ ଏମପିଭି୬୯ ସୋନାଲି ଗାଁର ର ସମାଜସେବୀ ଯୁବକ ଇଂ.ଉତ୍ତମ ମଲ୍ଲି୍କ ଆଜି ସକାଳେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଭେଟି ଫନି ବତ୍ୟାରେ କ୍ଷତିଗସ୍ତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡକୁ ୫ଲକ୍ଷ ଟଙ୍କାର ଚେକ୍ ସହତି ୫ଟି ଜେନେରେଟର ପ୍ରଦାନ କରିଛନ୍ତି। ମାଲକାନଗିରି ଜିଲ୍ଲାରେ କାଲିମେଳା ଓ ପଡିଆ ବ୍ଲକ ଅଞ୍ଚଳର ଥିବା ଅଧିକାଂଶ ନଳକୂପରୁ ଲୌହ ମିଶ୍ରତ ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରି କିଡନୀ ରୋଗରେ ଆକ୍ରନ୍ତ ହୋଇ ଶତାଧିକ ଲୋକଙ୍କର ମୃତ୍ୟୁ ହେବା ଘଟଣା ଜାଣି ଶ୍ରୀ ମଲିକ ଏହା ପୂର୍ବରୁ କିଡନୀ ରୋଗ ଆକ୍ରନ୍ତ ୯ଟି ଗ୍ରାମରେ ମାଗଣାରେ ବିଶୁଦ୍ଧ ପାନୀୟଜଳ ପ୍ଲାଣ୍ଟ ବସାଇ ଗ୍ରାମବାସୀଙ୍କୁ ପାନୀୟ ଜଳର ବ୍ୟବସ୍ଥା କରିଥିଲେ। ଶ୍ରୀ ମଲିକଙ୍କ ସମାଜ ସେବାପ୍ରତି ଆଗ୍ରହଦେଖି ଜିଲ୍ଲାବାସୀ ତାଙ୍କୁ ସାଧୁବାଦ ସହ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଜିଲ୍ଲାରେ ଥିବା ସମସ୍ତ ବିଭାଗର ଅଫିସର କର୍ମଚାରୀ ମାନଙ୍କର ଗୋଟିଏ ଦିନର ଦରମା ଫନି ଗତିଗସ୍ତଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିବା ନିମନ୍ତେ ମାଲକାନଗିରି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ଜିଲ୍ଲା ଓ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ଠିକ ସେହିପରି ମାଲକାନଗିରି ଜିଲ୍ଲା ରୋଟାରୀ କ୍ଲବ ପକ୍ଷରୁ ସଭ୍ୟ ଓ ଅଭିଜ୍ଞ ମେକାନିକ ମାନେ ୫ଟି ପାଣିପମ୍ପ ଓ ପାଣି ଟାଙ୍କିନେଇ ଫନି କ୍ଷତିଗସ୍ତ ଜଗନ୍ନାଥ ଧାମ ପୁରି ଜିଲ୍ଲାକୁ ସ୍ୱତନ୍ତ୍ର ଗାଡିରେ ଯାଇ ଘର ଘର ବୁଲି ପାନୀୟଜଳ ଯୋଗଣର ବ୍ୟବସ୍ଥା କରିଛନ୍ତି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.