Home ଅପରାଧ ଆଦାବସୀ ବସ୍ତି ଉଚ୍ଛେଦ ନେଇ ଏସପିଙ୍କୁ ଭେଟିଲେ ଗ୍ରାମବାସୀ

ଆଦାବସୀ ବସ୍ତି ଉଚ୍ଛେଦ ନେଇ ଏସପିଙ୍କୁ ଭେଟିଲେ ଗ୍ରାମବାସୀ

100

ଯାଜପୁର୧୦ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ କଣ୍ଟିଗଡିଆ ଗ୍ରାମବାସୀ ପହଞ୍ଚି ଧର୍ମଶାଳା ପୁଲିସର ନିଷ୍କ୍ରିୟତାକୁ ନେଇ ଦାବି ଜଣାଇଛନ୍ତି । ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡିଆ ଗାନ୍ଧୀ ଛକ ଠାରେ ୩୦ ବର୍ଷ ତଳୁ ୩୩ ଘର ଆଦିବାସୀ ପରିବାର ବାସ କରୁଛନ୍ତି । ଗତ ୧ତାରିଖ ସକାଳେ କଣ୍ଟିଗଡିଆ ଗ୍ରାମର ଗୌତମ ଦାସଙ୍କ କିଛି ମୁଷ୍ଟିମେୟ ଲୋକଙ୍କୁ ଧରି ଏକ ଜେସିବି ମେସିନ ଆଣି ଆଦିବାସୀ ବସ୍ତି ଭାଙ୍ଗିବାକୁ ଆସିଥିଲେ ।

 

ବିନା କାରଣରେ ଜୋର ଜବରଦସ୍ତ ଘର ଭାଙ୍ଗିବା ଆରମ୍ଭ କରିଦେଇଥିଲେ । ଗ୍ରାମବାସୀ ଏହାର ପ୍ରତିବାଦ କରିବାରୁ ଠେଙ୍ଗା ଓ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଧର୍ମଶାଳା ଥାନାରେ ଅଭିଯୋଗ କରାଯାଇଥିଲା । କିନ୍ତୁ କାର୍ଯ୍ୟାନୁଷ୍ଠାନ ନହେବାରୁ ତହିଁପରଦିନ ଥାନାରେ ପଚାରିବାରୁ ବହୁ ଲୋକ ଏତଲାରେ ଦସ୍ତଖତ କରିଥିବାରୁ ତାହା ଦରଜ ହୋଇନାହିଁ ଜଣେ ଲୋକ ଦସ୍ତଖତ କରିଆଣ ବୋଲି ପୁଲିସ ବାବୁ କହିଥିଲେ । ତଦନୁଯାୟୀ ଏତଲା କେବଳ ବାଇଧର ପୂର୍ତି କରିଥିଲେ । ଏତଲା ଦେବାପରେ ପୁଲିସ ବାବୁ କହିଲେ ମୁଦାଲା ମାନଙ୍କୁ ଡାକିବା ପରେ ତୁମ୍ଭଙ୍କୁ ଡାକିବି ତୁମ୍ଭେ ଯାଅ । ପୁଲିସ ବାବୁଙ୍କ କଥା ମାନି ଗ୍ରାମବାସୀମାନେ ପଳାଇ ଆସିଥିଲେ । ମାତ୍ର ଅବଧି ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ ଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ସେମାନେ ଆଦିବାସୀ ଶ୍ରେଣୀର ଲୋକ ହୋଇଥିବାରୁ ପୁଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି । ପୁଲିସ ଏତଲା ରଖି ତାହାକୁ ଦରଜ କରିଛି କି ନାହିଁ ତାହା ଦୂରର କଥା କୌଣସି ତଦନ୍ତ ବା କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ଗ୍ରାମବାସୀ ମାନେ ଏସପିଙ୍କ ନିକଟରେ ପହଂଚି ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.