Home ଜିଲ୍ଲା ପରିକ୍ରମା ଆଦର୍ଶ ଶିକ୍ଷକ ଅର୍ଜୁନ ଚୌଧୁରୀଙ୍କ ପରଲୋକ

ଆଦର୍ଶ ଶିକ୍ଷକ ଅର୍ଜୁନ ଚୌଧୁରୀଙ୍କ ପରଲୋକ

92

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପିଲାବେଳୁ ଘାତ ପ୍ରତିଘାତ ମଧ୍ୟରେ ସେ ସମୟର ପ୍ରତିକୂଳରେ ସଂଗ୍ରାମ କରି ଶିକ୍ଷକତା କରିଥିଲେ । ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବରେ ଭଦ୍ରକ ଚରମ୍ପା ସ୍ଥିତ ଆର.ସି.ବି.ଏଲ ହାଇସ୍କୁଲର ସେ ଜଣେ ପ୍ରିୟ ଶିକ୍ଷକ ଥିଲେ । ସ୍କୁଲରେ ପିଲାମାନେ ତାଙ୍କୁ ଏତେ ପରିମାଣରେ ଭଲ ପାଉଥିବା ସହିତ ସ୍ଥାନୀୟ ଅଭିଭାବକମାନଙ୍କର ମଧ୍ୟ ଆପଣାର ଥିବାରୁ ତାଙ୍କର ଶିକ୍ଷକତା ଜୀବନ ସେହି ଗୋଟିଏ ସ୍କୁଲରେ ଆରମ୍ଭ ଏବଂ ଶେଷ ହୋଇଥିଲା । ସେ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ପିଲାମାନଙ୍କୁ ଶିକ୍ଷାଦାନ କରି ତାଙ୍କର ମେଧା ଶକ୍ତିର ଉନ୍ନତି କରିବାରେ ବ୍ୟକ୍ତିଗତ ପ୍ରୟାସ କରୁଥିଲେ । ସେ କୌଣସି ସମୟ ଓ ଅର୍ଥର ନିୟମରେ ବନ୍ଧା ନ ହୋଇ ନିଜର ପିଲା ପରି ଶିକ୍ଷାଦାନ କରୁଥିଲେ । ସ୍ୱର୍ଗତ ଅର୍ଜୁନଚରଣ ଚୌଧୁରୀ ଥିଲେ ଜଣେ ନିଷ୍କପଟ ଦରଦି ମଣିଷ । କନିଷ୍ଠମାନଙ୍କ ପ୍ରତି ତାଙ୍କର ଥିଲା ତାଙ୍କର ଅନାବିଳ ସ୍ନେହ । ସେ ଡଗରାସାହି ସ୍ଥିତ ‘ତରୁଣ ପାଠାଗାର’ର ସମ୍ପାଦକ ଭାବେ ଅନେକ ଦିନ ଧରି କାର୍ଯ୍ୟ କରିଥିଲେ । ଏହା ସହିତ ଡଗରାସାହି ଲକ୍ଷ୍ମୀ ମନ୍ଦିର ଚେତନା ସଂଘର ମଧ୍ୟ ଜଣେ ସକ୍ରିୟ ଗୁରୁଭାଇ ଭାବେ କାର୍ଯ୍ୟରତ ଥିଲେ । କେବଳ ସେତକ ନୁହେଁ ଅନେକ ଧର୍ମାନୁଷ୍ଠାନ ସହିତ ଜଣେ ଉଚ୍ଚ ଶିକ୍ଷିତ ଏବଂ ଗୁଣୀଜ୍ଞାନୀ ବ୍ୟକ୍ତି ହୋଇଥିବାରୁ ଚରମ୍ପା ଅଞ୍ଚଳର ପ୍ରତ୍ୟେକ କାର୍ଯ୍ୟରେ ତାଙ୍କର ହସ୍ତକ୍ଷେପ ଏକାନ୍ତ କାମ୍ୟ ହେଉଥିଲା । ତେଣୁ ସେ ଚରମ୍ପା ନୁହେଁ, ସାରା ଭଦ୍ରକ ଜିଲ୍ଲାବାସୀଙ୍କ ମାନସପଟରେ ସଦା ସର୍ବଦା ଉଜ୍ଜୀବିତ ରହିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.