Home ଜିଲ୍ଲା ପରିକ୍ରମା ଆତ୍ମଜୀବନୀ ପୁସ୍ତକ ‘ସମୟ ଖଣ୍ଡର ଅମୂଲ୍ୟ ଦସ୍ତାବିଜ୍‌’, ‘ସମୟର ସୂଚୀପତ୍ର’ ର ପାଠକାର୍ପଣ ଉତ୍ସବ

ଆତ୍ମଜୀବନୀ ପୁସ୍ତକ ‘ସମୟ ଖଣ୍ଡର ଅମୂଲ୍ୟ ଦସ୍ତାବିଜ୍‌’, ‘ସମୟର ସୂଚୀପତ୍ର’ ର ପାଠକାର୍ପଣ ଉତ୍ସବ

59

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଆତ୍ମଜୀବନୀ ପୁସ୍ତକ କେବଳ ଜଣେ ବ୍ୟକ୍ତିର ବୃତ୍ତାନ୍ତ ନୁହଁ, ଏହା ଏକ ସମୟର ଅମୂଲ୍ୟ ଦସ୍ତାବିଜ୍ । ଏଥିରେ କେବଳ ସେହି ବ୍ୟକ୍ତି ନୁହେଁ ବରଂ ଅନେକ ଚରିତ୍ର ଓ ଘଟଣା ଉଦ୍‌ଭାସିତ ହୋଇଥାଏ ବୋଲି ଅବସରପ୍ରାପ୍ତ ପ୍ରଫେସର ତଥା ସାହିତ୍ୟ-ସଂସ୍କୃତି ପରିଷଦ, ଭଦ୍ରକର ସଭାପତି ଡ. ଶଶଧର ଦାସଙ୍କ ରଚିତ ‘ସମୟର ସୂଚୀପତ୍ର’ ଜୀବନାଲେଖ୍ୟ ପାଠକାର୍ପଣ ଉତ୍ସବରେ ଆଜି ବିଶିଷ୍ଟ ସାହିତ୍ୟିକମାନେ ମତ ପ୍ରକାଶ କରିଛନ୍ତି । ସାହିତ୍ୟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ଏହି ଲୋକାର୍ପିତ ଉତ୍ସବରେ ପ୍ରଫେସର ଡ. ବଳରାମ ମିଶ୍ର ପୌରୋହିତ୍ୟ କରିଥିଲେ । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ କଥାକାର ତଥା ମନୋଜ ଦାସ ସ୍ମୃତି କମିଟିର ଅଧ୍ୟକ ପ୍ରଫେସର ବିଶ୍ୱରଂଜନ ଯୋଗଦେଇ କହିଲେ ଯେ ଡ. ଦାସଙ୍କ ଏହି ପୁସ୍ତକଟି କେବଳ ସ୍ମୃତିର ମନ୍ଥନ ନୁହଁ, ବରଂ ସମୟର ପ୍ରବହମାନ ଧାରାରେ ବଦଳୁଥିବା ସମାଜର ଏକ ନିଖୁଣ କାବିକ୍ୟ ଚିତ୍ରପଟ ଅଟେ ।

ମୁଖ୍ୟ ଆଲୋଚକ ଅବସରପ୍ରାପ୍ତ ପ୍ରଫେସର ତଥା ବିଶିଷ୍ଟ ନାଟ୍ୟକାର ଡ. ରମେଶ ଚନ୍ଦ୍ର ଦାସ ଡ. ଦାସ କିପରି ଭଦ୍ରକର ମାଟିଗୋଡି ସହ ଦୀର୍ଘକାଳ ଧରି ଅଛନ୍ତି, ତାହା ମନୋଜ୍ଞ ଢଙ୍ଗରେ ଏହି ପୁସ୍ତକରେ ପ୍ରକାଶ କରିଛନ୍ତି, ତାହା ନିଜ ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଆଲୋଚକ ବିଶିଷ୍ଟ ଗାଳ୍ପିକ ତଥା ଅଧ୍ୟାପକ ପବିତ୍ର ପାଣିଗ୍ରାହୀ ଡ. ଦାସଙ୍କ ଜଣେ ଛାତ୍ର ଭାବେ ତାଙ୍କର ବହୁମୁଖୀ ପ୍ରତିଭା ସଂପର୍କରେ ନିଜର ଅନୁଭବ ପ୍ରକାଶ କରିଥିଲେ । ପୁସ୍ତକର ଲେଖକ ପ୍ରଫେସର ଡ. ଦାସ ଆଜିର ପ୍ରତିକୂଳ ପାଗ ସତ୍ୱେ ଅତିଥିମାନେ ଆସିଥିବାରୁ ସେମାନଙ୍କ ପ୍ରତି କୃତଜ୍ଞତା ପ୍ରକଟ କରି ନିଜର ଲେଖକୀୟ ଅବିଭକ୍ତି ରଖିବା ସହ ଉପସ୍ଥିତ ପ୍ରିୟଜନମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ଏହି ଅବସରରେ ଆକଳନ ପତ୍ରିକା ତରଫରୁ ୩ ଜଣ ବିଶିଷ୍ଟ ସାରସ୍ୱତ ସାଧକ ଅଧ୍ୟାପକ ବିଶ୍ୱରଂଜନ, ନାଟ୍ୟକାର ରମେଶ ଚନ୍ଦ୍ର ଦାସ, ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କୁ ସ୍ରଷ୍ଟା ପୂଜନ କାର୍ଯ୍ୟକ୍ରମରେ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଡ. ମମତା ସାହୁ ମଂଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀହର୍ଷ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.