Home ଓଡ଼ିଶା ଆତଙ୍କବାଦ ବିରୋଧରେ ଶପଥ ପାଠ

ଆତଙ୍କବାଦ ବିରୋଧରେ ଶପଥ ପାଠ

51

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)-୨୧/୦୫- ଆର୍ନ୍ତଜାତିକ ଆତଙ୍କବାଦ ନିରୋଧ ପାଇଁ ମାନବ ଜୀବନ ଓ ମୂଲ୍ୟବୋଧ ର ପ୍ରତିଷ୍ଠା ପାଇଁ ମେ ୨୧ ତାରିଖ କୁ ଆତଙ୍କବାଦ ନିରୋଧ ଦିବସ ଭାବେ ପାଳନ କରାଯାଉଅଛି । ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଓ ରଣପୁର ଥାନା ରେ ଆତଙ୍କବାଦ ବିରୋଧରେ ଶପଥ ପାଠ କରାଯାଇଥିବା ଜଣା ପଡିଛି । ଠିକ୍ ୩୦ ବର୍ଷ ତଳେ ଭାରତ ସପ୍ତମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ଦେଶ ବିଭାଜନ କାରୀ ଆତଙ୍କବାଦୀ ଙ୍କ ଦ୍ୱାରା ନିହତ ହୋଇଥିଲେ ।

ବିଭିନ୍ନ ସ୍ଥାନରେ ତାଙ୍କର ୨୯ତମ ଶ୍ରାଦ୍ଧ ବାର୍ଷକୀ ପାଳନ ହେଉଥିବା ବେଳେ ଦେଶରୁ ଆତଙ୍କବାଦ କୁ ହଟାଇବା ପାଇଁ ପୋଲିସ୍ ବଳ ଶପଥ ପାଠ କରିଥିବା ଜଣାପଡିଛି । ଚାନ୍ଦପୁର ଥାନାରେ ଆରକ୍ଷୀ ନିରୀକ୍ଷକ ରଶ୍ମି ରଂଜନ ଦାସ ଓ ରଣପୁର ଥାନାରେ ଆରକ୍ଷୀ ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ଆତଙ୍କବାଦ କୁ ହଟାଇବା ପାଇଁ ଶପଥ ପାଠ କରାଇଥିଲେ । ଏହା ଦ୍ୱାରା ଦେଶ ବିଭାଜନ କାରୀ ଆତଙ୍କବାଦୀ ଙ୍କ ବିରୁଦ୍ଧରେ ଜନସଚେତନତା ସୃଷ୍ଟି ହୋଇ ପାରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.