Home ଆମ ପର୍ବ ପର୍ବାଣୀ ଆଜି ଶ୍ରୀମନ୍ଦିରରେ କଂସବଦ୍ଧ ନୀତି ସଂପର୍ଣ୍ଣ

ଆଜି ଶ୍ରୀମନ୍ଦିରରେ କଂସବଦ୍ଧ ନୀତି ସଂପର୍ଣ୍ଣ

50

ପୁରୀ, ୨୮/୮- (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଚଳିତ ମାସ ୧୦ ତାରିଖ ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜିଥିଲା ଅନ୍ତିମ ଦିବସ। ଭ୍ରାଦବ ମାସ ଶୁକ୍ଲ ପକ୍ଷ ଦଶମୀ ତିଥି କୃଷ୍ଣଲୀଳାର ଶେଷ ଦିବସରେ କଂସ ମହାରାଜଙ୍କୁ ଶ୍ରୀକୃଷ୍ଣ ବଦ୍ଧ କରିବା ନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀରାମକୃଷ୍ଣ ପାଲିଙ୍କି ରେ ବିଜେ ହୋଇ ଶ୍ରୀମନ୍ଦିର ରୁ ବାହାରି ଲବଣୀଖିଆ ମଣ୍ଡପ ରେ ମହାଭୋଇ ପରିବାରର ବହୁ ମାନଙ୍କ ହାତରୁ ଲବଣୀଖାଇବା ପରେ ମଥୁରା ନଗର ଅର୍ଥାତ୍ ବଡଦାଣ୍ଡ ରେ ପହଂଚିବା ପରେ ସେଠାରେ ଶ୍ରୀକୃଷ୍ଣ ଲୀଳା ର ଅନ୍ତିମ ପର୍ବ ଅନୁଷ୍ଠିତ ହୋଇଥିଲା। ଶେଷରେ ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରେ ପ୍ରଭୁ ଶ୍ରୀକୃଷ୍ଣ ରାକ୍ଷସ ରାଜା କଂସ ଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଶେଷରେ ଶ୍ରୀକୃଷ୍ଣ ମହାରାଜ୍ କଂସ ଙ୍କୁ ନିର୍ଦ୍ଧନ କରିବା ପରେ ମହାପ୍ରଭୁ ଙ୍କ ପାଲିଙ୍କି ଶ୍ରୀମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.