Home Top News ଆଜି ଲୋକାର୍ପିତ ହେବ ମହାନଦୀ ଉପରେ ନିର୍ମିତ ଦୀର୍ଘତମ ସେତୁ

ଆଜି ଲୋକାର୍ପିତ ହେବ ମହାନଦୀ ଉପରେ ନିର୍ମିତ ଦୀର୍ଘତମ ସେତୁ

32

ଭୁବନେଶ୍ବର ୨୦-୧୨ (ଓଡ଼ିଆ ପୁଅ) ଆଜି ଉଦଘାଟିତ ହେବ ମହାନଦୀ ଉପରେ ନିର୍ମିତ ରାଜ୍ୟର ଦୀର୍ଘତମ ସେତୁ। ଏହି ସେତୁକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଙ୍କୀ ବୈଦ୍ୟେଶ୍ୱର ଓ ବଡ଼ମ୍ବା ଗୋପୀନାଥପୁରକୁ ସଂଯୋଗ କରୁଥିବା ମହାନଦୀ ଉପରେ ନିର୍ମିତ ଦୀର୍ଘତମ ସେତୁର ଲୋକାର୍ପଣ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ୩.୪ କିମି ଲମ୍ବ ବିଶିଷ୍ଟ ଏହି ସେତୁ ସମ୍ପୃକ୍ତ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ସହ ଲୋକଙ୍କ ସାମାଜିକ-ଆର୍ଥିକ ଉନ୍ନତିର ପ୍ରମୁଖ ମାଧ୍ୟମ ସାଜିବ। ୧୧୧କୋଟି ଟଙ୍କାରେ ଏହି ସେତୁ ନିର୍ମିତ ହୋଇଛି। ସେତୁ ନିର୍ମାଣ ଫଳରେ ୪୫ କିଲୋମିଟର ଦୂରତ୍ବ କମିବା ସହ ଏଥିରେ ୫ଲକ୍ଷ ଲୋକ ଉପକୃତ ହେବେ ଏବଂ ଏହା ଭୁବନେଶ୍ବର, ପୁରୀ, ଖୋର୍ଦ୍ଧା, ନୟାଗଡ ସହ ଢୋଙ୍କାନାଳ, ଅନୁଗୋଳ ଓ ବୌଦ୍ଧ ଜିଲ୍ଲାକୁ ଯାତାୟତ ଆହୁରି ସୁଗମ ହୋଇପାରିବ।

ଗତ ୨୦୧୪ ଫେବୃଆରୀ ୨୮ ତାରିଖରେ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆଜି ବଡମ୍ବା ଗୋପୀନାଥପୁର ଗସ୍ତରେ ଆସି ରାଜ୍ୟରେ ଏହି ଦୀର୍ଘତମ ସେତୁକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଆଜି ମୁଖ୍ୟମନ୍ତ୍ରୀ ଗୋପୀନାଥପୁର ଗସ୍ତ କରି ସେଠାରେ ଲୋକାର୍ପଣ କରିବା ପରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.