Home ଓଡ଼ିଶା ଆଜି ରାତ୍ର ୮ଟା ଠାରୁ ୫ତାରିଖ ରାତ୍ର ୧୨ଟା ପର୍ଯ୍ୟନ୍ତ ମାଲକାନଗିରି ପୌରାଚଂଳରେ ସଟ୍...

ଆଜି ରାତ୍ର ୮ଟା ଠାରୁ ୫ତାରିଖ ରାତ୍ର ୧୨ଟା ପର୍ଯ୍ୟନ୍ତ ମାଲକାନଗିରି ପୌରାଚଂଳରେ ସଟ୍ ଡାଉନ

302

ମାଲକାନଗିରି,୩ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ହୁ ହୁ ହୋଇ ବଢିଚାଲିଛି,ଇତି ମଧ୍ୟରେ କରୋନା ସଂକ୍ରମଣ ଙ୍କ ସଂଖ୍ୟା ୧୦୬ରେ ପହଁଚିଗଲାଣି । ଜିଲ୍ଲାସଦର ମହକୁମାରୁ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କର ପଜିଟିଭି ରିପୋର୍ଟ ଆସିବା ପରେ ଜିଲ୍ଲାପ୍ରଶାସନ ତତ୍ପର ହୋଇ ଉଠିଛି । କରୋନା ସଂକ୍ରମଣରୁ ରକ୍ଷାପାଇବା ପାଇଁ ଆଜି ରାତ୍ର୮ଟା ଠାରୁ ୫ତାରିଖ ରାତ୍ର ୧୨ଟା ପର୍ଯ୍ୟନ୍ତ ଦୁଇଦିନ ଧରି ପୌରାଚଂଳକୁ ସଟ୍ ଡାଉନ ଘୋଷଣା କରାଯାଇଛି । ଆଜି ସକାଳେ ମାଲକାନଗିରି ଜିଲ୍ଲାସଦର ମହକୁମା ସହିତ ପୌରାଚଂଳର ୧୯ଟି ଯାକ ଓ୍ୟାର୍ଡ ରେ ତହସିଲଦାର ଡ. ଗୁଣନିଧି ନାୟକ,ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ,ଅନ୍ୟାନ ଅଧିକାରୀ ଓ ସ୍ୱେଚ୍ଛାସେବୀ ମାନେ ସାହି ବସ୍ତି ବୁଲି ବୁଲି ଡାକବାଜି ଯନ୍ତ୍ର ଯାଗେ ସଟଡାଉନର ନିୟମ ଓ ସତର୍କତା ସଂପର୍କରେ ଜନସଚେତନତା କରିଛନ୍ତି । ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ସଟ୍‌ଡାଉନ୍ ସୁପରିଚାଳନା ନିମନ୍ତେ ପୌରାଚଂଳର ୧୯ଟି ଯାକ ଓ୍ୟାର୍ଡପାଇଁ ୧୯ଜଣ ନୋଡାଲ ଅଫିସରଙ୍କୁ ମୁତୟନ କରାଯାଇ ଜନସାଧାରଣଙ୍କ ସୁବିଧା ପାଇଁ ସେମାନଙ୍କ ମୋବାଇଲ ନମ୍ବର ସବ ର୍ସାଧରଣ ପ୍ରକାଶ କରାଯାଇଛି । ଏହି ସଟ ଡାଉନ ସମୟରେ ପୌରାଚଂଳରେ କବେଳ ୪ଟି ଔଷଧଦୋକାନ ଖୋଲାରହିବ,ସେହି ଔଷଧ ଦୋକାନ ନାମସହିତ ମୋବାଇଲ ନମ୍ବର ଦିଆଯାଇଛି । ଏହାବ୍ୟତିତ ଜିଲ୍ଲା କଟ୍ରୋଂଲ ରୁମ ନମ୍ବର ୧୦୭୭, ୦୬୮୬୧-୨୩୧୩୭୨,ତହସିଲାଦାର,ଅଗ୍ନିଶମ ବିଭାଗ,ଥାନା ,ପୌରପରିଷଦ ନିର୍ବାହି ଅଧିକାରୀ ଙ୍କ ନମ୍ବରକୁ ମଧ୍ୟ ସହରାବାସୀ ଫୋନ କରି ଜରୁରୀ କାଳିନ ସେବାପାଇ ପାରେବି,ବ୍ୟାଙ୍କ ଓ ଅନ୍ୟାନ ଦୋକାନ ବଜାର ଅଫିସ ସହ ଯାନବାହନ ଚଳାଚଳ ବନ୍ଦରହିବ ।ଆଜି ଦିନ ୨ଟାଠାରୁ ସମସ୍ତ ଦୋକାନବଜାର ଗୁଡିକ ବନ୍ଦହୋଇଯାଇଛି, ପୌରାଚଂଳର ବିଭିନ୍ନ ମୁଖ୍ୟ ରାସ୍ତାଗୁଡିକୁ ବେରିକେଟ କରାଯାଇ ପୁଲିସ ପ୍ରହରା ସହ ନାକାବନ୍ଦି କରିଦିଆଯାଇଛି । କେବଳ ରୋଗୀ ,ହସପିଟାଲ,ଆମ୍ବୁଲାନ୍ସ ସେବାକୁ ଅନୁମତି ପ୍ରଦାନ କରାଯାଇଛି ।ଆଜି ରାତ୍ର୮ଟା ଠାରୁ ୫ତାରିଖ ରାତ୍ର୧୨ଟା ପଯ ର୍୍ୟନ୍ତ ସଟ୍‌ଡାଉନ୍ ପୌରାଚଂଳର ୧୯ଟି ଯାକ ଓ୍ୟାର୍ଡାରେ ସଟ୍‌ଡାଉନ୍ ନିୟମ ବଳବତର ରହିବ, ସଟ୍‌ଡାଉନ ପାଇଁ ସହରବାସୀ କିଛି ଭୟଭିତ କିମ୍ବା ଛାନିଆ ହୁଅନ୍ତୁ ନାହିଁ, କରୋନା ସଂକ୍ରମଣ ଠାରୁ ଦୂରରେ ରହିବା ପାଇଁ ସଟ୍‌ଡାଉନ୍ ନିୟମପାଳନ କରି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, କୋଭିଡ୧୯ ନିୟମସହ ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମ କୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ପରାମର୍ଶ ଦେଇଛନ୍ତି । ଦୁଇଦିନ ସହରରେ ସଟ୍‌ଡାଉନ ହୋଇ ଯାଉଥିବାରୁ ଆଜି ସକାଳଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଗୁଡିକ ରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ନିମନ୍ତେ ଗ୍ରାହକ ମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.