Home ଓଡ଼ିଶା ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଆଜି ରାଜ୍ୟ କ୍ୟାବିନେଟ ବୈଠକ

348

ଭୁବନେଶ୍ୱର,୨୧/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୋଟ ୧୧ଟି ଏଜେଣ୍ଡା ଉପରେ ବିଚାରବିମର୍ଶ ହେବ ବୋଲି ସୁଚନା ରହିଛି । ତେବେ ଏହି କ୍ୟାବିନେଟ ବୈଠକ ୧୯ ତାରିଖ ସନ୍ଧ୍ୟା ୬ ଟାରେ ହେବାର ଥିଲା । ମାତ୍ର ମନ୍ତ୍ରୀମାନେ ବିଜେପୁର ଉପନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାରୁ ବୈଠକକୁ ଆଜି ସନ୍ଧ୍ୟା ୬ଟାରେ  ମୁଖ୍ୟମନ୍ତ୍ରୀ ଏହି ବୈଠକ ଡାକିଛନ୍ତି । ବିଶେଷ ଭାବରେ ଓଡ଼ିଶା ହିନ୍ଦୁ ରିଲିଜିୟସ୍ ଏଣ୍ଟାଓମେଣ୍ଟ ଆକ୍ଟରେ ସଂଶୋଧନ, ୧୯ଟି ଶିକ୍ଷାନୁଷ୍ଠାନକୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ନିୟନ୍ତ୍ରଣକୁ ନେବା, ଓଡ଼ିଶା ଶ୍ରମ ଆଇନରେ ସଂଶୋଧନ, ୫ଟି ଜିଲ୍ଲା ଯଥା ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜରେ ମେଗା ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ଇତ୍ୟାଦି ପ୍ରସ୍ତାବ ରହିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.