Home ଓଡ଼ିଶା ଆଜି ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ରଥଖଳାରେ ଆରମ୍ଭ ହୋଇନାହିଁ

ଆଜି ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ରଥଖଳାରେ ଆରମ୍ଭ ହୋଇନାହିଁ

143

ପୁରୀ, ୬/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତି ଅନୁଯାୟୀ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିବ ବୋଲି ଗଜପତି ମହାରାଜ ସୂଚନା ଦେଇଥିଲେ। ସେଥିପାଇଁ ଗତକାଲି ସକାଳ ୮ଟାରୁ ବିଶ୍ୱକର୍ମା ସେବାୟତ, ରୂପକାର ସେବାୟତ, ଭୋଇ ସେବାୟତମାନେ ସକାଳ ୮ଟା ଠାରୁ ରଥଖଳାରେ ପଂହଚିଥିଲେ। ରଥ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କର ନିଷ୍ପତି ଆସିନଥିବା ଯୋଗୁଁ ଗତକାଲି ସମସ୍ତ ସେବାୟତମାନେ ଅପେକ୍ଷା କରି ଫେରିଥିଲେ।

ଆଜି ନୃସିଂହ ଚତୁର୍ଦ୍ଦଶୀ ଅବସରରେ ନୃସିଂହ ଜନ୍ମ ତିଥିରେ ରଥଖଳାରେ ଗୁଜଅନୁକୂଳ କାର୍ଯ୍ୟକ୍ରମ ଥିଲେ ମଧ୍ୟ ତାହା ମଧ୍ୟ ଆଜି ହୋଇପାରିନଥିଲା। ଏ ସଂପର୍କରେ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ରଥ ନିର୍ମାଣ କାର୍ଯ୍ୟ ବର୍ତମାନ ୧୧ଦିନ ବିଳମ୍ବ ହୋଇଯାଇଛି। ଏବଂ ବିଧି ଅନୁଯାୟୀ ଆସନ୍ତା ୧୫ ତାରିଖ ଭଉଁରୀ ଦିନ ତିନିରଥର ଦୁଇଟି ଲେଖାଏଁ ଚକଅଖ ସହିତ ଯୋଡା ହୋଇ ଡେରା ଯିବାର ନିୟମ ରହିଛି। ତାହା ମଧ୍ୟ ହେବା ସମ୍ଭବ ହେବ ନାହି ବୋଲି ସେ କହିଥିଲେ।

ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ଆସିଲେ ରଥ ନିର୍ମାଣ କାର୍ଯ୍ୟ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକ ବିଶ୍ୱକର୍ମା ନିୟୋଜିତ କରାଗଲେ ମଧ୍ୟ ରଥ ନିର୍ମାଣ କିପରି ଶେଷ ହେବ ତାହା ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ନନ୍ଦିଘୋଷ ରଥର ରୂପକାର ରାଜେନ୍ଦ୍ର ମହାପାତ୍ର ଆଜି ସକାଳୁ ରଥଖଳାରେ ପହଂଚିଥିଲେ। କିନ୍ତୁ ବିଶ୍ୱକର୍ମା ସେବକ ଗୁଜ ଖେଳାଳା ପାଇଁ ପ୍ରସ୍ତୁତ କାଠ ନଥିବା ଯୋଗୁଁ ସେ ମଧ୍ୟ ଫେରିଯାଇଥିଲେ ଏବଂ ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି ବୋଲି ଆଜି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ବର୍ତମାନ ରାଜ୍ୟ ସରକାର ରଥନିର୍ମାଣ କାର୍ଯ୍ୟର ଅନୁମତି ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦେଇଥିବା ଜଣାଯାଇଛି। କେନ୍ଦ୍ରରୁ ଅନୁମତି ଆସିଲେ ରଥ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ଯାହା ସୂଚନା ମିଳୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.