Home ଜିଲ୍ଲା ପରିକ୍ରମା ଆଜି ଭଦ୍ରକରୁ ୬୪ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଭଦ୍ରକରୁ ୬୪ କରୋନା ଆକ୍ରାନ୍ତ ଚିହ୍ନଟ

23

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳାରୁ ଆଜି ୬୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୧୬ ହୋଇଛି । ଜିଲ୍ଳାରୁ ଆଜି ସୁଦ୍ଧା ମୋଟ ୧ଲକ୍ଷ ୧୦ହଜାର ୮୧୨ ନମୁନା ପରୀକ୍ଷା କରାଯାଇଛି । ଜିଲ୍ଲାରୁ ମୋଟ ୫୯୨୩ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ଏବେ ମୋଟ ୪୭୭ ଆକ୍ରାନ୍ତ ସକ୍ରିୟ ରହି ଚିକିତ୍ସିତ ହେଉଛନ୍ତି । ଆଜି ଚିହ୍ନଟ ୬୪ଜଣଙ୍କ ମଧ୍ୟରୁ ବାସୁଦେବପୁର ବ୍ଳକରୁ ୮ଜଣ, ଭଦ୍ରକ ବ୍ଳକରୁ ୧୫ଜଣ, ଭଦ୍ରକ ପୌରପାଳିକାରୁ ୧୧ଜଣ, ବନ୍ତ ବ୍ଳକରୁ ୨ଜଣ, ଭଣ୍ଡାରିପୋଖରୀ ବ୍ଲକରୁ ୨ଜଣ, ଚାନ୍ଦବାଲି ବ୍ଲକରୁ ୨ଜଣ, ଧାମନଗର ବ୍ଳକରୁ ୧୭ଜଣ, ତିହିଡି ବ୍ଳକରୁ ୬ଜଣ ଏବଂ ଅନ୍ୟ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.