Home ଜିଲ୍ଲା ପରିକ୍ରମା ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ ପ୍ରସଙ୍ଗ , ଫେରାର ଅନ୍ୟ ୨ ଅଭିଯୁକ୍ତ ଗିରଫ

ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ ପ୍ରସଙ୍ଗ , ଫେରାର ଅନ୍ୟ ୨ ଅଭିଯୁକ୍ତ ଗିରଫ

25

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଦ ଜବତ କରିଥିବା ଅବକାରୀ ପୁଲିସ୍‌କୁ ମଦ ମାଫିଆଙ୍କର ପ୍ରାୟ ୧୫/୨୦ ଜଣ ସହଯୋଗୀ ବିଭିନ୍ନ ମାରଣାସ୍ତ୍ର ଦେଖାଇ ମାଡ ମାରି ଖସାଇ ନେବା ଘଟଣାକୁ ପ୍ରାୟ ୧୦ ଦିନ ବିତିଥିବାବେଳେ ପୁରୁଣାବଜାର ଥାନା ପୁଲିସ୍ ୪ ଜଣଙ୍କୁ ଗିରଫ କରିଥିଲା । ତେବେ ଆଜି ଫେରାର ଅନ୍ୟ ୨ ଜଣଙ୍କୁ ସେ କାବୁକରି କୋର୍ଟ ଚାଲାଣ କରିଛି । ଏଠାରେ ପ୍ରକାଶ ଥାଉକି ପୁରୁଣାବଜାର ଥାନା ମିର୍ଜାପୁର ଅଂଚଳରେ ଅବାଧ ମଦ କାରବାରକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗର ୭ ଜଣିଆ ଏକ ଟିମ୍ ମିର୍ଜାପୁର ଅଂଚଳକୁ ଯାଇ ଗତ ୧୨ ତାରିଖ ଦିନ ମଦ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଧରିଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ମାଫିଆମାନେ ଅବକାରୀ ବିଭାଗର ୭ ଜଣ କର୍ମଚାରୀଙ୍କୁ ମାଡ ମାରି ମଦ ସହ ଅଭିଯୁକ୍ତଙ୍କୁ ଖସାଇ ନେଇଥିଲେ । ଏପରିକି ମାଫିଆମାନେ ଅବକାରୀ ବିଭାଗର ୭ ଜଣ କର୍ମଚାରୀଙ୍କୁ ଗାଁରେ ଅଟକାଇ ରଖିବା ପରେ ପୁରୁଣାବଜାର ଥାନା ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ôଚ ସେମାନଙ୍କୁ ଉଦ୍ଧାର କରି ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏହି ଘଟଣାରେ ଅଭିଯୁକ୍ତମାନଙ୍କ ନାମରେ ପୁରୁଣାବଜାର ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ସେମାନେ ଫେରାର ହୋଇଯାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.