Home ଓଡ଼ିଶା ଆଜି ଠାରୁ ରଣପୁର ଶ୍ରୀ ମନ୍ଦିର ରେ ପୂଜା ପାଇବେ ପଟି ଦିଅଁ

ଆଜି ଠାରୁ ରଣପୁର ଶ୍ରୀ ମନ୍ଦିର ରେ ପୂଜା ପାଇବେ ପଟି ଦିଅଁ

319

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୬- ୧୫୫୭ ସାଲ୍ ରୁ ରଣପୁରଗଡ ରାଜା ପଦ୍ମନାଭ ନରେନ୍ଦ୍ର ଙ୍କ ସମୟରୁ ରଣପୁର ଜଗନ୍ନାଥ ମନ୍ଦିର ରେ ବାର ମାସ ରେ ତେର ଯାତ୍ରା ଅନୁଷ୍ଠିତ ହୋଇଆସୁଅଛି । ତେର ଯାତ୍ରା ର ପ୍ରଥମ ଯାତ୍ରା ମଂଚେ ସ୍ନାନ ପରେ ପ୍ରଭୁ ସ୍ନାନ ବେଦୀ ରୁ ଅନବସର ଗୃହ କୁ ବିଜେ କରିଥାନ୍ତି । ସେଠାରେ ସମସ୍ତ ନୀତି କାନ୍ତି ଶେଷ ପରେ ପଟି ଦିଅଁ ଚିତ୍ରକାର ଙ୍କ ଘରୁ ମନ୍ଦିର କୁ ନିଆଯାଇ ନୀତିକାନ୍ତି ପରେ ପୂଜା କରାଯାଇଥାଏ ।

ପ୍ରଭୁ ବଳଭଦ୍ର ଙ୍କ ସ୍ଥାନ ରେ ଅନନ୍ତ ବାସୁଦେବ ଙ୍କ ପଟ୍ଟଚିତ୍ର , ମାତା ସୁଭଦ୍ରା ଙ୍କ ସ୍ଥାନ ରେ ଭୂବନେଶ୍ୱରୀ , ପ୍ରଭୁ ବଡ ଠାକୁର ଜଗନ୍ନାଥ ଙ୍କ ସ୍ଥାନରେ ନୀଳମାଧବ ଙ୍କ ପଟ୍ଟଚିତ୍ର ଙ୍କୁ ପୂଜା କରାଯାଇଥାଏ । ରାଜ ରାଜୁଡା ଅମଳ ରୁ ଚିତ୍ରକର ପରିବାର ର ସତ୍ୟବ୍ରତ ମହାପାତ୍ର ଅକ୍ଷୟ ତୃତିୟା ଠାରୁ ହବିଷାନ୍ନ ଭୋଜନ କରି ଏକାଗ୍ର ଚିତ୍ତ ରେ ପ୍ରଭୁଙ୍କ ଆର୍ଶିବାଦ ରେ ଏହି ପଟ୍ଟଚିତ୍ର ନିର୍ମାଣ କରି ଆସୁଥିଲେ । ନିଶାର୍ଦ୍ଧ ରେ ସମସ୍ତ ନୀତିକାନ୍ତି ର ସହ ମନ୍ଦିର କୁ ପଟି ଦିଅଁ କୁ ନେବା ପରେ ଆଜି ଠାରୁ ଉଭା ଅମାବାସ୍ୟା ପର୍ଯ୍ୟନ୍ତ ପୂଜା ପାଇବେ ଏହି ପଟ୍ଟି ଦିଅଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.