Home Top News ଆଜି ଠାରୁ ଆହୁରି ଶସ୍ତା ହେଲା ତୈଳ ଦର – ପେଟ୍ରୋଲ ଏବଂ ଡିଜେଲ ଉପରୁ...

ଆଜି ଠାରୁ ଆହୁରି ଶସ୍ତା ହେଲା ତୈଳ ଦର – ପେଟ୍ରୋଲ ଏବଂ ଡିଜେଲ ଉପରୁ ରାଜ୍ୟ ସରକାର କମ କଲେ ଭାଟ୍ – ରାଜ୍ୟର ରାଜସ୍ୱ କ୍ଷତି ହେବ ୨ ହଜାର କୋଟି

143

ଭୁବନେଶ୍ୱର ୬ -୧୧ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ହ୍ରାସ କରିବାକୁ ଘୋଷଣା କରିଛନ୍ତି ଯାହା ଆଜି ଅର୍ଥାତ୍ ନଭେମ୍ବର ୫ ତାରିଖ ମଧ୍ୟରାତ୍ରିରୁ ଲାଗୁ ହୋଇଛି। ଭାରତ ସରକାରଙ୍କ ଦ୍ୱାରା ଏକ୍ସାଇଜ୍ ଡ୍ୟୁଟି ହ୍ରାସକୁ ଘୋଷଣା କରିବା ପରେ ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି।

ତେବେ ପେଟ୍ରୋଲ ଓ ଡିଜେଲ ଉପରୁ ୪% ଲେଖାଏଁ କମିଲା ଭାଟ୍। ତୈଳ ଦର ହ୍ରାସ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ ହୋଇଛି। ପେଟ୍ରୋଲରୁ ୨୮%, ଡିଜେଲରୁ ୨୪% ଭାଟ୍ ନେବେ ରାଜ୍ୟ ସରକାର।

ଏହା ଫଳରେ ରାଜ୍ୟର ଭ୍ୟାଟ୍ ରାଜସ୍ୱର କ୍ଷତି ବାର୍ଷିକ ୧୪୦୦ କୋଟି ହେବ। ଏହା ସହିତ ପେଟ୍ରୋଲ ଉପରେ ୧.୬ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ଉପରେ ୨.୮ ପ୍ରତି ଲିଟର କମ ହେବ। ଅପର ପକ୍ଷରେ ରାଜ୍ୟର ଏକ୍ସାଇଜ୍ ଡ୍ୟୁଟିର ଭାବ ମଧ୍ୟ କମ୍‌ ହେବ। ଏଥିରେ ପ୍ରାୟ ୭୦୦ କୋଟି ଟଙ୍କାର କ୍ଷତି ହେବ। ଏହା ସମେତ ରାଜ୍ୟର ମୋଟ ବାର୍ଷିକ କ୍ଷତି ୨୦୦୦ କୋଟି ହେବାର ସମ୍ଭାବନା ରହିଛି। ଅପର ପକ୍ଷରେ ଏହି କ୍ଷତି ସହିତ ଓଡ଼ିଶାରେ ତୈଳ ଦର ଦେଶର ସର୍ବନିମ୍ନ ହେବାର ସମ୍ଭାବନା ରହିଛି ବୋଲି କୁହାଯାଉଛି।

ତେଣୁ ବର୍ତ୍ତମାନ ସୁଦ୍ଧା ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ରେ ଅନୁରୂପ ହ୍ରାସକୁ କାର୍ଯ୍ୟକାରୀ କରିଛନ୍ତି। ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭାଟ୍‌ରେ କୌଣସି ହ୍ରାସ କରିନାହାନ୍ତି।

ଦୀପାବଳି ପୂର୍ବ ସନ୍ଧ୍ୟାରେ ଭାରତ ସରକାର ସାଧାରଣ ଉପଭୋକ୍ତାଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଗତକାଲି ଠାରୁ ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୫ ଏବଂ ୧୦ ଟଙ୍କା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ ହୋଇଛି। ଉତ୍ପାଦ ଶୁଳ୍କ ଦରରେ ହ୍ରାସ ଅନୁଯାୟୀ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ମୂଲ୍ୟ ମଧ୍ୟ ହ୍ରାସ ପାଇଛି।

ପେଟ୍ରୋଲ ତୁଳନାରେ ଡିଜେଲ ଉପରେ ଦୁଇ ଗୁଣା ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି। ଆସନ୍ତା ରବି ଋତୁରେ ଏହା ଦେଶର ଚାଷୀମାନଙ୍କୁ ବିଶେଷ ଭାବେ ଲାଭାନ୍ବିତ କରିବ। ଗତ ମହାମାରୀଜନିତ ଲକଡାଉନ ସମୟରେ ଦେଶର ଚାଷୀମାନେ ସେମାନଙ୍କର କଠିନ ପରିଶ୍ରମ ବଳରେ ଦେଶର ଆର୍ଥିକ ଅଭିବୃଦ୍ଧି ହାରକୁ ବଜାୟ ରଖିପାରିଥିଲେ। ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଡିଜେଲ ମୂଲ୍ୟରେ ଅଧିକ ଉତ୍ପାଦ ଶୁଳ୍କ ହ୍ରାସ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଅର୍ଥବ୍ୟବସ୍ଥାକୁ ଆହୁରି ପ୍ରୋତ୍ସାହନ ଦେବା ଲାଗି ଭାରତ ସରକାର ଡିଜେଲ ଏବଂ ପେଟ୍ରୋଲ ଉପରୁ ଉତ୍ପାଦ ଶୁଳ୍କରେ ଜରୁରି ହ୍ରାସ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ପାଇବା ଫଳରେ ତୈଳ ଇନ୍ଧନର ଉପଯୋଗ ବୃଦ୍ଧି ପାଇବ ଏବଂ ମୁଦ୍ରାସ୍ଫିତୀ ଚାପ ହ୍ରାସ ପାଇବ। ଏହାଦ୍ବାରା ଗରିବ ଏବଂ ମଧ୍ୟବିତ୍ତ ବର୍ଗ ଲାଭବାନ ହେବେ। ଆଜିର ନିଷ୍ପତ୍ତି ଦେଶର ସାମଗ୍ରିକ ଆର୍ଥିକ ଚକ୍ରକୁ ଆହୁରି ଗତିଶୀଳ କରିବ ବୋଲି ଆଶା କରାଯାଉଛି।

ଉପଭୋକ୍ତାମାନଙ୍କୁ ଆଶ୍ବସ୍ତି ପ୍ରଦାନ ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ହ୍ରାସ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ନିବେଦନ କରାଯାଇଥିଲା।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?
ମେଟ୍ରୋ ସହର ଗୁଡ଼ିକରେ ଦର

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୧୦୩.୯୭ ୧୦୩.୯୭
କୋଲକାତା ୧୦୪.୬୭ ୧୦୪.୬୭
ମୁମ୍ବାଇ ୧୦୯.୯୮ ୧୦୯.୯୮
ଚେନ୍ନାଇ ୧୦୧.୪ ୧୦୧.୫୧ -୦.୧୧
ଗୁରୁଗାଓଁ ୯୫.୬୯ ୯୫.୯ -୦.୨୧
ନୋଏଡା ୯୫.୫୧ ୯୫.୩୬ ୦.୧୫
ବାଙ୍ଗାଲୋର ୧୦୦.୫୮ ୧୦୦.୫୮
ଭୁବନେଶ୍ୱର ୧୦୧.୮୧ ୧୦୪.୭ -୨.୮୯
ଚଣ୍ଡିଗଡ଼ ୯୪.୨୩ ୯୪.୨୩
ହାଇଦ୍ରାବାଦ ୧୦୮.୨ ୧୦୮.୨
ଜୟପୁର ୧୧୧.୧ ୧୧୦.୯୪ ୦.୧୬
ଲକ୍ଷ୍ନୌ ୯୫.୨୮ ୯୫.୨୮
ପାଟନା ୧୦୫.୯ ୧୦୫.୯
ତ୍ରୀଭେନ୍ଦ୍ରମ୍ ୧୦୬.୧୫ ୧୦୬.୩୬ -୦.୨୧
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୮୬.୬୭ ୮୬.୬୭
କୋଲକାତା ୮୯.୭୯ ୮୯.୭୯
ମୁମ୍ବାଇ ୯୪.୧୪ ୯୪.୧୪
ଚେନ୍ନାଇ ୯୧.୪୩ ୯୧.୫୩ -୦.୧
ଗୁରୁଗାଓଁ ୮୬.୯ ୮୭.୧୧ -୦.୨୧
ନୋଏଡା ୮୭.୦୧ ୮୬.୮୭ ୦.୧୪
ବାଙ୍ଗାଲୋର ୮୫.୦୧ ୮୫.୦୧
ଭୁବନେଶ୍ୱର ୯୧.୬୨ ୯୪.୩୧ -୨.୬୯
ଚଣ୍ଡିଗଡ଼ ୮୦.୯ ୮୦.୯
ହାଇଦ୍ରାବାଦ ୯୪.୬୨ ୯୪.୬୨
ଜୟପୁର ୯୫.୭୧ ୯୫.୫୬ ୦.୧୫
ଲକ୍ଷ୍ନୌ ୮୬.୮ ୮୬.୮
ପାଟନା ୯୧.୦୯ ୯୧.୦୯
ତ୍ରୀଭେନ୍ଦ୍ରମ୍ ୯୩.୨୮ ୯୩.୪୭ -୦.୧୯

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ଦର

ସହର/ଜିଲ୍ଲାର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୩.୫୭ ୧୦୭.୨୨ -୩.୬୫
ବାଲେଶ୍ୱର ୧୦୧.୭୯ ୧୦୫.୧୧ -୩.୩୨
ବରଗଡ ୧୦୩.୯୬ ୧୦୬.୭୮ -୨.୮୨
ଭଦ୍ରକ ୧୦୨.୨୪ ୧୦୫.୫୩ -୩.୨୯
ଭୁବନେଶ୍ୱର ୧୦୧.୮୧ ୧୦୪.୭ -୨.୮୯
ବଲାଙ୍ଗୀର ୧୦୪.୨ ୧୦୭.୧୩ -୨.୯୩
ବୌଦ୍ଧ ୧୦୩.୪୬ ୧୦୭.୦୩ -୩.୫୭
କଟକ ୧୦୨.୧୭ ୧୦୫.୦୭ -୨.୯
ଦେବଗଡ଼ ୧୦୩ ୧୦୫.୭୭ -୨.୭୭
ଢେଙ୍କାନାଳ ୧୦୨.୬୩ ୧୦୫.୫ -୨.୮୭
ଗଜପତି ୧୦୩.୭୯ ୧୦୭.୫୩ -୩.୭୪
ଗଞ୍ଜାମ ୧୦୩.୫୧ ୧୦୬.୬୧ -୩.୧
ଜଗତସିଂହପୁର ୧୦୧.୩୨ ୧୦୪.୪୧ -୩.୦୯
ଯାଜପୁର ୧୦୨.୫୫ ୧୦୫.୫୩ -୨.୯୮
ଝାରସୁଗୁଡ଼ା ୧୦୨.୦୨ ୧୦୫.୫୯ -୩.୫୭
କଳାହାଣ୍ଡି ୧୦୫.୭୧ ୧୦୮.୩୨ -୨.୬୧
କନ୍ଧମାଳ ୧୦୩.୫୬ ୧୦୬.୪୭ -୨.୯୧
କେନ୍ଦ୍ରାପଡା ୧୦୧.୭୪ ୧୦୪.୫୮ -୨.୮୪
କେନ୍ଦୁଝର ୧୦୨.୬୮ ୧୦୭.୩୮ -୪.୭
ଖୋର୍ଦ୍ଧା ୧୦୧.୮୧ ୧୦୪.୭ -୨.୮୯
କୋରାପୁଟ ୧୦୬.୫୬ ୧୦୯.୮ -୩.୨୪
ମାଲକାନଗିରି ୧୦୭.୫୫ ୧୧୦.୮୩ -୩.୨୮
ମୟୁରଭଞ୍ଜ ୧୦୩.୭୨ ୧୦୫.୩୮ -୧.୬୬
ନବରଙ୍ଗପୁର ୧୦୫.୬୮ ୧୦୯.୪୭ -୩.୭୯
ନୟାଗଡ଼ ୧୦୨.୨୭ ୧୦୫.୬୪ -୩.୩୭
ନୂଆପଡ଼ା ୧୦୪.୩୮ ୧୦୮.୫୧ -୪.୧୩
ପୁରୀ ୧୦୧.୭୪ ୧୦୫.୧୭ -୩.୪୩
ରାୟଗଡ଼ା ୧୦୫.୭୫ ୧୦୮.୦୮ -୨.୩୩
ସମ୍ବଲପୁର ୧୦୧.୮୫ ୧୦୫.୩୬ -୩.୫୧
ସୋନପୁର ୧୦୨.୯୯ ୧୦୬.୬୫ -୩.୬୬
ସୁନ୍ଦରଗଡ ୧୦୧.୯୭ ୧୦୫.୫୨ -୩.୫୫
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୯୩.୩୨ ୯୬.୭୪ -୩.୪୨
ବାଲେଶ୍ୱର ୯୧.୬୨ ୯୪.୭୩ -୩.୧୧
ବରଗଡ ୯୩.୭୨ ୯୬.୩୪ -୨.୬୨
ଭଦ୍ରକ ୯୨.୦୫ ୯୫.୧୩ -୩.୦୮
ଭୁବନେଶ୍ୱର ୯୧.୬୨ ୯୪.୩୧ -୨.୬୯
ବଲାଙ୍ଗୀର ୯୩.୯୪ ୯୬.୬୮ -୨.୭୪
ବୌଦ୍ଧ ୯୩.୨୩ ୯୬.୫୬ -୩.୩୩
କଟକ ୯୧.୯୭ ୯୪.୬୭ -୨.୭
ଦେବଗଡ଼ ୯୨.୭୯ ୯୫.୩୭ -୨.୫୮
ଢେଙ୍କାନାଳ ୯୨.୪୧ ୯୫.୦୯ -୨.୬୮
ଗଜପତି ୯୩.୫୩ ୯୭.୦୪ -୩.୫୧
ଗଞ୍ଜାମ ୯୩.୨୬ ୯୬.୧୫ -୨.୮୯
ଜଗତସିଂହପୁର ୯୧.୧୩ ୯୪.୦୧ -୨.୮୮
ଯାଜପୁର ୯୨.୩୨ ୯୫.୦୯ -୨.୭୭
ଝାରସୁଗୁଡ଼ା ୯୧.୮୪ ୯୫.୧୯ -୩.୩୫
କଳାହାଣ୍ଡି ୯୫.୪ ୯୭.୮୨ -୨.୪୨
କନ୍ଧମାଳ ୯୩.୩ ୯୬.୦୨ -୨.୭୨
କେନ୍ଦ୍ରାପଡା ୯୧.୫୩ ୯୪.୧୭ -୨.୬୪
କେନ୍ଦୁଝର ୯୨.୪୪ ୯୬.୮୭ -୪.୪୩
ଖୋର୍ଦ୍ଧା ୯୧.୬୨ ୯୪.୩୧ -୨.୬୯
କୋରାପୁଟ ୯୬.୨୧ ୯୯.୨୫ -୩.୦୪
ମାଲକାନଗିରି ୯୭.୧୭ ୧୦୦.୨୪ -୩.୦୭
ମୟୁରଭଞ୍ଜ ୯୩.୪୭ ୯୪.୯୮ -୧.୫୧
ନବରଙ୍ଗପୁର ୯୫.୩୭ ୯୮.୯୩ -୩.୫୬
ନୟାଗଡ଼ ୯୨.୦୬ ୯୫.୨୧ -୩.୧୫
ନୂଆପଡ଼ା ୯୪.୧୨ ୯୮.୦୧ -୩.୮୯
ପୁରୀ ୯୧.୫୬ ୯୪.୭୭ -୩.୨୧
ରାୟଗଡ଼ା ୯୫.୪୨ ୯୭.୫୬ -୨.୧୪
ସମ୍ବଲପୁର ୯୧.୬୮ ୯୪.୯୭ -୩.୨୯
ସୋନପୁର ୯୨.୭୮ ୯୬.୨୧ -୩.୪୩
ସୁନ୍ଦରଗଡ ୯୧.୮ ୯୫.୧୨ -୩.୩୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.