Home ଓଡ଼ିଶା ଆଜି ଜମ୍ମୁ ଗସ୍ତ କରିବେ ରାହୁଲ ଗାନ୍ଧୀ

ଆଜି ଜମ୍ମୁ ଗସ୍ତ କରିବେ ରାହୁଲ ଗାନ୍ଧୀ

287

ନୂଆଦିଲ୍ଲୀ,୨୪/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଆଜି ଜମ୍ମୁ କଶ୍ମୀର ଗସ୍ତ କରିବେ ରାହୁଲ ଗାନ୍ଧି ଓ ଅନ୍ୟ ବିରୋଧୀ ଦଳର ୯ ନେତା। କଂଗ୍ରେସ ସହ, ସିପିଏମ୍, ସିପିଆଇ, ଆରଜେଡି, ଏନସିପି, ଟିଏମସି ଏବଂ ଡିଏମକେର ନେତାମାନେ ଶ୍ରୀନଗର ଯିବାକୁ ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସରୁ ରାହୁଲଙ୍କ ସହ ଗୁଲାମନବୀ ଆଜାଦ ଓ ଆନନ୍ଦ ଶର୍ମା, ସିପିଏମ୍ରୁ ସୀତାରାମ ୟେଚୁରୀ, ସିପିଆଇରୁ ଡି ରାଜା, ଡିଏମକେରୁ ତିରୁଚି ଶିବା, ଆରଜେଡିରୁ ମନୋଜ ଝା ଓ ଏନସିପିରୁ ଦୀନେଶ ତ୍ରିବେଦୀ ଶ୍ରୀନଗର ଯିବେ ।

ଏହି ନେତୃମଣ୍ଡଳୀ ସେଠାକାର ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ ସହ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିବେ। ପୂର୍ବରୁ ଗୁଲାମନବୀ ଦୁଇ ଥର ଶ୍ରୀନଗର ଯିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି । ତାଙ୍କୁ ଶ୍ରୀନଗରରୁ ଫେରାଇ ଦିଆଯାଇଥିଲା । ଧାରା ୩୭୦ ପ୍ରତ୍ୟାହାର ହେବାପରଠାରୁ ଜମ୍ମୁ ଓ କଶ୍ମୀରରେ କଟକଣା ବଳବତ୍ତର ରହିଛି । ବାହାରୁ କୌଣସି ରାଜନୈତିକ ଦଳ ନେତାଙ୍କୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.