Home Coronavirus Outbreak ଆଜି ଚିହ୍ନଟ ୨୬ ଜଣ କରୋନା ପଜେଟିଭଙ୍କ ସୂଚନା ଜାରି କଲେ ସରକାର

ଆଜି ଚିହ୍ନଟ ୨୬ ଜଣ କରୋନା ପଜେଟିଭଙ୍କ ସୂଚନା ଜାରି କଲେ ସରକାର

314

ଭୁବନେଶ୍ୱର ୮ା୫(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ପୁଣି ନୂଆ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ‌ଙ୍କ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ସମସ୍ତେ ସୁରତ ଫେରନ୍ତା ଏବଂ ପୁରୁଷ ବୋଲି ଜଣାଯାଇଛି। ଆଜି ଚିହ୍ନଟ ହୋଇଥିବା ୨୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୧୯ ଜଣ, କେନ୍ଦ୍ରାପଡ଼ାରୁ ୫ ଓ ଭଦ୍ରକ ଜିଲ୍ଲାରୁ ୨ ନୂଆ ଆକ୍ରାନ୍ତ ଅଛନ୍ତି।

ଆଜି ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାରୁ ୧୯ ଜଣ ଆକ୍ରାନ୍ତ ଥିବା ବେଳେ ଏମାନେ ସମସ୍ତେ ପୁରୁଷ ବୋଲି ଜଣାପଡ଼ିଛି। ସେମାନଙ୍କର ବୟସ ଯଥାକ୍ରମେ ୨୬, ୪୫, ୨୧, ୩୮, ୪୦, ୩୩, ୪୫, ୩୧, ୨୩, ୪୭, ୩୫,୨୪, ୩୦,୧୮, ୨୯, ୫୭, ୩୮, ୩୧ ଏବଂ ୫୮ ବର୍ଷ।

ସେହିପରି ଭଦ୍ରକରେ ଦୁଇଜଣ ସଂକ୍ରମିତ ହୋଇଛନ୍ତି ଏମାନେ ସମସ୍ତେ ପୁରୁଷ ଏମାନଙ୍କର ବୟସ ଯଥାକ୍ରମେ ୨୧ ଏବଂ ୪୧ ବର୍ଷ।

ଅପରପକ୍ଷରେ କେନ୍ଦ୍ରାପଡ଼ାରୁ ପାଞ୍ଚଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ମଧ୍ୟ ସମସ୍ତେ ପୁରୁଷ ସେମାନଙ୍କର ବୟସ ଯଥାକ୍ରମେ ୩୨, ୩୩, ୨୭, ୩୫ ଏବଂ ୩୧ ବର୍ଷ ବୋଲି ସୂଚନା ଦେଇଛି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ। ତେବେ ଏ ସମସ୍ତେ ସୁରାଟ ଫେରନ୍ତା ଏବଂ ସେମାନଙ୍କର ପାଖରେ କରୋନା ଲକ୍ଷଣ ଦେଖାଯାଉଛି ବୋଲି ସୂଚନା ଦିଆଯାଇଛି।

ତେବେ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୫ରେ ପହଁଚିଥିବା ବେଳେ, କେନ୍ଦ୍ରାପଡ଼ାରେ ୮ ଜଣ ଭଦ୍ରକରେ ୨୩ ଜଣ କୁ ବୃଦ୍ଧି ପାଇଛି।

ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮୧ ଜଣ ଚିକିତ୍ସାଧୀନ ଥିବାବେଳେ ୬୨ ଜଣ ସୁସ୍ଥ ହୋଇଛନ୍ତି। ତେବେ ୨ଜଣଙ୍କ ମୃତ୍ୟୁ ଘଟିଛି।

ଯାଜପୁର ଜିଲ୍ଲାରେ ୫୫ ଜଣ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି ୫୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୫୦ ଜଣ ଆକ୍ରାନ୍ତ ଥିବା ବେଳେ ୩୨ ସୁସ୍ଥ ହୋଇଛନ୍ତି ୧୬ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୦୨ ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାରେ ୪୫ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ ୪୫ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ବାଲେଶ୍ୱର ଜିଲ୍ଲାରେ ୨୭ ଜଣ ଆକ୍ରାନ୍ତ ଥିବା ବେଳେ ୦୫ ସୁସ୍ଥ ହୋଇଛନ୍ତି ୨୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଭଦ୍ରକ ଜିଲ୍ଲାରେ ୨୩ ଜଣ ଆକ୍ରାନ୍ତ ଥିବା ବେଳେ ୧୨ ସୁସ୍ଥ ହୋଇଛନ୍ତି ୧୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ସୁନ୍ଦରଗଡ ଜିଲ୍ଲାରେ ୧୨ ଜଣ ଆକ୍ରାନ୍ତ ଥିବା ବେଳେ ୦୫ ସୁସ୍ଥ ହୋଇଛନ୍ତି ୦୭ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଜଗତ୍ସିଂହପୁର ଜିଲ୍ଲାରେ ୦୫ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ମୟୁରଭଞ୍ଜ ଜିଲ୍ଲାରେ ୦୪ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେନ୍ଦ୍ରାପଡା ଜିଲ୍ଲାରେ ୦୮ ଜଣ ଆକ୍ରାନ୍ତ ଥିବା ବେଳେ ୦୨ ସୁସ୍ଥ ହୋଇଛନ୍ତି ୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ବାଲାଙ୍ଗୀର ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଝାରସୁଗୁଡା ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେନ୍ଦୁଝର ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କଟକ ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି ଜଣେ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କଳାହାଣ୍ଡି ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ୦୨ ସୁସ୍ଥ ହୋଇଛନ୍ତି। କୋରାପୁଟ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ ଜଣେ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଦେୂଗଡ଼ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ ଜଣେ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଢ଼େଙ୍କାନାଳ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି। ପୁରୀ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି। ତେବେ ମୋଟ ୨୪୫ ଜଣ ଆକ୍ରାନ୍ତ ଥିବା ବେଳେ ୬୨ ସୁସ୍ଥ ହୋଇଛନ୍ତି ୧୮୧ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୦୨ ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.