Home ଜିଲ୍ଲା ପରିକ୍ରମା ଆଜି ଚିହ୍ନଟ ହେଲେ ଆଉ ନୂଆ ୧୯ ଆକ୍ରାନ୍ତ

ଆଜି ଚିହ୍ନଟ ହେଲେ ଆଉ ନୂଆ ୧୯ ଆକ୍ରାନ୍ତ

37

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲାରୁ ଆଉ ୧୯ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଜିଲ୍ଳାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ୮୪୨ରେ ପହଞ୍ଚିଛି । ସେହିପରି ୨୫ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ହୋଇଛି ୬ ହଜାର ୫୯୨ଜଣ । ଏବେ ଆଉ ୨୩୩ଜଣ ଆକ୍ରାନ୍ତ ସକ୍ରିୟ ରହି ଚିକିତ୍ସିତ ହେଉଛନ୍ତି । ଆଜି ସୁଦ୍ଧା ମୋଟ ୧ ଲକ୍ଷ ୩୦ ହଜାର ୭୪୪ଜଣଙ୍କ ନମୁନା ପରୀକ୍ଷା ସରିଛି । ଆଜି ଚିହ୍ନଟ ୧୯ଜଣଙ୍କ ମଧ୍ୟରେ ଭଦ୍ରକ ପୌରପାଳିକାର ୧୩ ନଂ ୱାର୍ଡରୁ ୨ଜଣ, ୫ ନଂ ୱାର୍ଡରୁ ୨ଜଣ, ୧୧ନଂ ୱାର୍ଡରୁ ଜଣେ, ତିହିଡି ବ୍ଳକର ଦୋଳସାହି ପଞ୍ଚାୟତରୁ ୨ଜଣ, ଭାଟପଡା ପଞ୍ଚାୟତରୁ ୨ଜଣ, ଶ୍ୟାମସୁନ୍ଦରପୁର, ହରସିଂହପୁର ପଞ୍ଚାୟତରୁ ଜଣେ ଲେଖାଏଁ, ଭଦ୍ରକ ବ୍ଲକର ଗେଲପୁର, ଚଣ୍ଡିଗାଁ, ଆମ୍ବରୋଳି, କଲେଇ, ଅର୍ଣ୍ଣପାଳ ଆଦି ପଞ୍ଚାୟତରୁ ଜଣେ ଜଣେ, ଧାମନଗର ବ୍ଲକର ଧୁଷୁରୀ ପଞ୍ଚାୟତ ଓ, ଖପରପଦା ପଞ୍ଚାୟତରୁ ଜଣେ ଜଣେ, ବନ୍ତ ବ୍ଳକ ପୁରୁଷଣ୍ଡ ପଞ୍ଚାୟତରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.