Home Coronavirus Outbreak ଆଜି ଅପରାହ୍ନରେ ଚିହ୍ନଟ ୨୫ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଆଜି ଅପରାହ୍ନରେ ଚିହ୍ନଟ ୨୫ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

561

ଭୁବନେଶ୍ୱର ୧୦-୫ (ଓଡ଼ିଆ ପୁଅ) ଆଜି ସକାଳେ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନ ପରେ ପୁଣି ୨୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ଯାଜପୁରରୁ ୫ ଜଣ ପଜିଟିଭ୍ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣ ସୁରାଟ ପେରନ୍ତା, ୨ ଜଣ ପୂର୍ବରୁ ପଶ୍ଟିମ ବଙ୍ଗ ଫେରନ୍ତା ଆକ୍ରାନ୍ତଙ୍କ ସମ୍ପର୍କୀୟ ଅନ୍ୟ ଜଣେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି।

ସେହିପରି ପୁରୀରେ ଚିହ୍ନଟ ୨ ଆକ୍ରାନ୍ତ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା।

ଭଦ୍ରକରୁ ୬, ଗଞ୍ଜାମରୁ ୭, ଅନୁଗୁଳରୁ ୨ ଏବଂ ବୌଦ୍ଧରୁ ୩ ଆକ୍ରାନ୍ତ ସମସ୍ତେ ସୁରାଟ ଫେରନ୍ତା ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.