Home ଓଡ଼ିଶା ଆଜିଠାରୁ ଆରମ୍ଭ ହେଲା ଶିବ ଭୋଜନ : ୧୦ ଟଙ୍କାରେ ଭାତ, ଡାଲି, ତରକାରୀ, ରୁଟି

ଆଜିଠାରୁ ଆରମ୍ଭ ହେଲା ଶିବ ଭୋଜନ : ୧୦ ଟଙ୍କାରେ ଭାତ, ଡାଲି, ତରକାରୀ, ରୁଟି

1808

ମୁମ୍ବାଇ ୨୬-୧ (ଓଡ଼ିଆ ପୁଅ) ମହାରାଷ୍ଟ୍ରରେ ୨୬ ଜାନୁଆରୀ ଅର୍ଥାତ୍ ଆଜିଠାରୁ ଲୋକମାନଙ୍କୁ କେବଳ ୧୦ ଟଙ୍କାରେ ଖାଦ୍ୟ ମିଳିବ। ଉଦ୍ଧବ ଠାକରେଙ୍କର ସରକାର ‘ଶିବ ଭୋଜନ’ ଯୋଜନାକୁ ପୂରା ରାଜ୍ୟରେ ଆଜି ଲାଗୁ କରିଦେଇଛନ୍ତି। ଏହି ଯୋଜନାକୁ ସରକାର ଗତ ମାସରେ ମଞ୍ଜୁରୀ ଦେଇଥିଲେ।

ବର୍ତ୍ତମାନ ମହାରାଷ୍ଟ୍ରରେ ୧୨୫ ସେଣ୍ଟରରେ ‘ଶିବ ଭୋଜନ’ ଯୋଜନାର ପ୍ରାରମ୍ଭ କରାଯାଇଛି। ୧୦ ଟଙ୍କାର ଥାଳି ପାଇଁ ସରକାର ୪୦ ଟଙ୍କାର ଅନୁଦାନ ଦେବେ।

ଭୋଜନରେ ମିଳିବ ଏହି ସବୁ
‘ଶିବ ଭୋଜନ’ ଯୋଜନା ଅନୁଯାୟୀ ରାଜ୍ୟ ସରକାର ପାଇଲଟ ପରିଯୋଜନା ଆରମ୍ଭ କରିବା ପାଇଁ ୬.୪ କୋଟି ଟଙ୍କା ଖର୍ଚ୍ଚ କରିବେ। ଯାହା ତିନି ମାସ ପର୍ଯ୍ୟନ୍ତ ଚାଲିବ। ପାଇଲଟ ପ୍ରୋଜେକ୍ଟ ଅନୁଯାୟୀ ପ୍ରତ୍ୟେକ ଜିଲା ମୁଖ୍ୟାଳୟରେ ଅତି କମରେ ଗୋଟିଏ ‘ଶିବ ଭୋଜନ’ କ୍ୟାଣ୍ଟିନ୍ ଆରମ୍ଭ କରାଯିବ। ‘ଶିବ ଭୋଜନ’ ଥାଳିରେ ଦୁଇଟି ରୁଟି, ଗୋଟିଏ ତରକାରୀ, ଭାତ ଏବଂ ଡାଲି ହେବ। ଭୋଜନ ପରଶିବା କ୍ୟାଣ୍ଟିନ୍ ଦ୍ୱିପ୍ରହର ୧୨ ଟାରୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ଖୋଲିବ। କୁହାଯାଉଛି କି ପରେ ରାଜ୍ୟର ଦ୍ୱିତୀୟ ଭାଗରେ ଏହି ଯୋଜନାର ବିସ୍ତାର କରାଯିବ।

ଗ୍ରାହକଙ୍କୁ ପ୍ରତ୍ୟେକ ଥାଳି ପାଇଁ କେବଳ ଦଶ ଟଙ୍କା ଦେବାକୁ ହେବ। କିନ୍ତୁ ଭୋଜନର ବାସ୍ତବିକ ଦାମ ସହରରେ ୫୦ ଟଙ୍କା ପ୍ରତି ଥାଳି ଏବଂ ଗ୍ରାମୀଣ କ୍ଷେତ୍ରରେ ୩୫ ଟଙ୍କା ପ୍ରତି ଥାଳି ପଡ଼ିବ। ବାକୀ ରାଶିକୁ ଅନୁଦାନ ଆକାରରେ ଜିଲା କଲେକ୍ଟରେଟକୁ ଦେବାକୁ ପଡ଼ିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.