Home କେନ୍ଦ୍ରାପଡ଼ା ଆଜମେର ଯାତ୍ରୀଙ୍କୁ ବିଧାୟକଙ୍କ ଶୁଭେଛା ଓ ଅଭିନନ୍ଦନ

ଆଜମେର ଯାତ୍ରୀଙ୍କୁ ବିଧାୟକଙ୍କ ଶୁଭେଛା ଓ ଅଭିନନ୍ଦନ

15

କେନ୍ଦ୍ରାପଡ଼ା ୩ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାରୁ ଆଜମେର ତୀର୍ଥରେ ଯାଉଥିବା ମୁସଲମାନ ସଂପ୍ରଦାୟର ଭାଇଭଉଣୀମାନଙ୍କୁ କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରା ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ସେମାନଙ୍କ ସଫଳ ତୀର୍ଥଯାତ୍ରା ଓ ମଙ୍ଗଳକାମନା କରି ବିଧାୟକ ଶ୍ରୀ ବେହେରା ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। କେନ୍ଦ୍ରାପଡାରୁ ମୁସଲମାନ ସଂପ୍ରଦାୟର ୫୦ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବୁଧବାର ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବସ ଯୋଗେ ଆଜମେର ଯାତ୍ରା କରିଛି। ସେହି ତୀର୍ଥଯାତ୍ରୀମାନେ କେନ୍ଦ୍ରାପଡାରୁ ଆଜମେର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା ପୀରବାବାଙ୍କ ପୀଠରେ କେନ୍ଦ୍ରାପଡାବାସୀଙ୍କ ମଙ୍ଗଳକାମନା କରି ପାର୍ଥନା କରିବେ। କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରାଙ୍କ ପକ୍ଷରୁ ବିଜୁ ଜନତା ଦଳର ଜିଲ୍ଲା ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ) ଅଦାଲତ ନିକଟସ୍ଥ ମନସୁର ବାବାଙ୍କ ପୀଠ ନିକଟରେ ସେହି ସ୍ୱତନ୍ତ୍ର ତୀର୍ଥଯାତ୍ରୀ ବସକୁ ପତାକା ଦେଖାଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ରଶ୍ମିରଞ୍ଜନ ଭଟ୍ଟ(ମୁନାଭାଇ), ବିଜୁ ଛାତ୍ର ଜନତା ଦଳ ସମ୍ପାଦକ ମହମ୍ମଦ ଆକ୍ରମ ଖାନ, ବିଜୁ ଛାତ୍ର ଜନତା ଦଳର ନଗର ଉପସଭାପତି ଚାନ୍ଦ ଖାନ, ଅମଜଦ ଖାନ, ସେକ ଅକମଲ ଅଲ୍ଲୀ, ସେକ ଗୋଫ୍ରାନ, ଅବଦୁଲ ମଜିଦ, ମସିମ ଖାନ, ଟିକି ବାବୁ, ସେକ ସିରାଜ, ସେକ ସଲାଉଦ୍ଦିନ, ସେକ ନସିମୁଦ୍ଦିନ ଓ ସେକ ଅସଲମ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.