Home ଜିଲ୍ଲା ପରିକ୍ରମା ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଦନ୍ତ ଚିକିତ୍ସାରୁ ବଂଚିତ ହେଉଛନ୍ତି ରୋଗୀ

ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଦନ୍ତ ଚିକିତ୍ସାରୁ ବଂଚିତ ହେଉଛନ୍ତି ରୋଗୀ

73

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର ବିଭିନ୍ନ ପ୍ରକାର ଯୋଜନା କରିଥିବା ବେଳେ ନିଯୁକ୍ତି ପାଇଥିବା ଡ଼ାକ୍ତର ଠିକ୍ ଭାବେ ରୋଗୀଙ୍କୁ ସେବା ଦେଉନଥିବାରୁ ଏହି ସବୁ ଯୋଜନାର ସଫଳ ରୂପାୟନ ହେଉନଥିବା ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଶିଶୁ ବିଭାଗ ବିଶେଷଜ୍ଞ ବର୍ତ୍ତମାନ ସ୍ୱାସ୍ଥ୍ୟକେନ୍ଦ୍ର ଭାରାପ୍ରାପ୍ତ ଅଧିକାରିଣୀ ଦାୟିତ୍ୱରେ ରହିଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ,ଅସ୍ତ୍ରୋପଚାର ଓ ମେଡ଼ିସିନ ବିଭାଗରେ ବିଶେଷଜ୍ଞ ପଦବୀ ଖାଲିପଡ଼ିଛି । ରୋଗୀମାନେ ଠିକ୍ ଭାବେ ସେବା ପାଉନଥିବାର ଅଭିଯୋଗ ହେଉଥିବାବେଳେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଦନ୍ତ ଚିକିତ୍ସା ନିମନ୍ତେ ଡ଼ାକ୍ତର ନିଯୁକ୍ତି ପାଇଥିଲେ ସୁଦ୍ଧା ରୋଗୀମାନେ ଉକ୍ତ ସେବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି ।

ଅଭିଯୋଗ ଅନୁଯାୟୀ ଦନ୍ତ ଚିକିତ୍ସା ନିମନ୍ତେ ସମସ୍ତ ସରଂଜାମ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ଥିଲେ ସୁ୍‌ଧା ଏହା କାର୍ଯ୍ୟରେ ଲାଗି ନପାରି ଖତ ଖାଉଥିବାର ଦେଖିବାକୁ ମିଳିଛି । ଦାନ୍ତ ଉପାଡ଼ିବାକୁ ହେଲେ ରୋଗୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ବେସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି । ଏହାର ମୁଖ୍ୟ କାରଣ ହେଲା ସରକାରଙ୍କ ଦ୍ୱାରା ନିର୍ଘଣ୍ଟ ସମୟ ସୀମା ମଧ୍ୟରେ ଉକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ନିଯୁକ୍ତି ପାଇଥିବା ଡ଼ାକ୍ତର ଜଣକ ସ୍ୱାସ୍ଥ୍ୟକେନ୍ଦ୍ରରେ ଊପସ୍ଥିତ ହେଉନାହାନ୍ତି । ଅପରାହ୍ନରେ ନିର୍ଘଣ୍ଟ ସମୟରେ ସେ କେବେବି ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ହେଉନଥିବା ରୋଗୀମାନେ ଅଭିଯୋଗ କରୁଛନ୍ତି । ସପ୍ତାହର ଗୁରୁବାର ବ୍ୟତିତ ଅନ୍ୟଦିନ ମାନଙ୍କରେ ଉକ୍ତ ସେବା ଯୋଗାଇ ଦେବାକୁ ନିୟମ ଥିବାବେଳେ ଅନ୍ୟ ଦିନ ମାନଙ୍କରେ ମଧ୍ୟ ରୋଗୀମାନେ ଏହି ସେବା ଠିକ୍ ଭାବେ ପାଉନଥିବା ଅଭିଯୋଗ କରୁଛନ୍ତି । ଏହି ବିଷୟରେ ସ୍ୱାସ୍ଥ୍ୟକେନ୍ଦ୍ର ଭାରାପ୍ରାପ୍ତ ଅଧିକାରିଣୀଙ୍କୁ ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ତାହାର କୌଣସି ସ୍ଥାୟୀ ପ୍ରତିକାର ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ଉକ୍ତ ସେବା ପାଇଁ ନିଯୁକ୍ତି ପାଇଥିବା ଡ଼ାକ୍ତରଙ୍କୁ ତାଙ୍କ କାର୍ଯ୍ୟ ସୂଚାରୂ ରୂପେ ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.