Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ୩ ଦିନର ଜାଗର ମହୋତ୍ସବ ଉଦ୍‌ଯାପିତ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓ ହାସ୍ୟାଭିନେତା ଟୁକୁନା...

ଆଖଣ୍ଡଳମଣିଙ୍କ ୩ ଦିନର ଜାଗର ମହୋତ୍ସବ ଉଦ୍‌ଯାପିତ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓ ହାସ୍ୟାଭିନେତା ଟୁକୁନା ଦର୍ଶକଙ୍କୁ କଲେ ବିମୋହିତ

5

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡିସ୍ଥିତ ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରା ଅବସରରେ ଚଳିତବର୍ଷ ପ୍ରଥମଥର ପାଇଁ ମଣି ଶଙ୍କର ସେବା ସଂଗଠନ ପକ୍ଷରୁ ମହୋତ୍ସବ ୩ ଦିନ ଧରି ଚାଲିବା ମଧ୍ୟରେ ଉଦ୍‌ଯାପିତ ହୋଇଛି । ପ୍ରଥମଦିନ ଅର୍ଥାତ୍ ଜାଗର ଯାତ୍ରା ଦିନ ଏହି ମହୋତ୍ସବକୁ ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ତାଙ୍କ ସହ ସମ୍ମାନିତ ଅତିଥି ଭାବେ କୋଲକାତାସ୍ଥିତ ସତ୍ୟଜିତ୍ ରାୟ, ଫିଲ୍ମ ଏଣ୍ଡ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ ତଥା କଳିଙ୍ଗ ଟିଭିର ପୂର୍ବତନ ସିଏମ୍‌ଡି ହିମାଂଶୁ ଶେଖର ଖଟୁଆ, ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ମନୋଜ ପାତ୍ର ଓ ଅନ୍ୟ ଅତିଥିମାନେ ଯୋଗଦେଇଥିଲେ । ପରେ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତଙ୍କ ନିମନ୍ତେ ସୁପ୍ରସିଦ୍ଧ ଗାୟକ-ଗାୟିକାଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲା । ଏଥିରେ ହାସ୍ୟାଭିନେତା ଦଣ୍ଡ ପାଣି ଯୋଗଦେଇ ଦର୍ଶକଙ୍କ ମନ ମୋହିଥିଲେ । ସେହିପରି ୨ୟ ଓ ୩ୟ ସନ୍ଧ୍ୟାରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନ୍‌ଜୀବୀ ଗୌତମ ଆଚାର୍ଯ୍ୟ, ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ସୋମନାଥ ମହାଳିକ, କୁମାର ଉପବର୍ଷ ମିଶ୍ର, ସଂସ୍କୃତ ଅଧ୍ୟାପକ ତଥା ଆଖଣ୍ଡଳମଣିଙ୍କ ବରିଷ୍ଠ ସେବାୟତ ବିଜୟ କୁମାର ଦାଶ, ଗଦାଧର ପାଢୀ, ଅରବିନ୍ଦ ପାଢୀ, ଚାନ୍ଦବାଲି ତହସିଲାର ଅଶ୍ୱିନୀ ସ୍ୱାଇଁ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ନିକୁଂଜ କିଶୋର ଜେନା, ସାହିତ୍ୟିକ ରଂଜନ କୁମାର ନାୟକ, ମଣିଶଙ୍କର ସେବା ସଂଗଠନର ପ୍ରତିଷ୍ଠାତା ଇଂ ସୁମନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ସମସ୍ତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଗଛ ଚାରା ଉପହାର ଦେଇଥିଲେ । ବିଶେଷକରି ଉଦ୍‌ଯାପନୀ ଦିବସରେ ଓଲିୟଡ୍ ଗାଳିକା ଅନ୍ତରା ଚକ୍ରବର୍ତ୍ତୀ , ହାସ୍ୟାଭିନେତା ଟୁକୁନା ଓ ଯାତ୍ରା ଜଗତର ହାସ୍ୟାଭିନେତା ଭିକାରୀ ସ୍ୱାଇଁ ଦର୍ଶକଙ୍କୁ ବିମୋହିତ କରିଥିଲେ । ପରେ ପୀଠରେ ପ୍ରବାହିତ ହେଉଥିବା ପୂଣ୍ୟତୋୟା ବୈତରଣୀ ନଦୀର ମହା ଆଳତୀ ସେବାୟତ ଶକ୍ରାଜିତ୍ ପାଢୀ, ଆକାଶ ପାଢୀ,ବିଜୟ କୁମାର ଦାଶ, ସୁଶାନ୍ତ ତ୍ରିପାଠୀଙ୍କ ଦ୍ୱାରା ବେଦପାଠରେ ସମାହିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.