Home ଜିଲ୍ଲା ପରିକ୍ରମା ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ତିହିଡ଼ି ବଜାରରେ ପୁଲିସର ପଇଁତରା

ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ତିହିଡ଼ି ବଜାରରେ ପୁଲିସର ପଇଁତରା

7

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ପୁଲିସ ପକ୍ଷରୁ ରବିବାର ରାତିରେ ଆଇନ ଶୃଙ୍ଖଳା ପରିସ୍ଥିକୁ ଦୃଷ୍ଟିରେ ରଖି ତିହିଡ଼ି ବଜାରରେ ପଇଁତରା ମରାଯାଇଥିଲା । ତିହିଡ଼ି ଥାନା ସମ୍ମୁଖରୁ ପୁଲିସ ସଦଳବଳେ ବାହାରି ବଜାରରେ ପଇଁତରା ମାରିଥିଲେ । ଆଗାମୀ ନିର୍ବାଚନକୁ ଆଖିଆଗରେ ରଖି ପୁଲିସ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ତିହିଡ଼ି ବଜାର ସହିତ ଆଖପାଖ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ କରିବା ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ ତତ୍ପର ଥିବା ଜଣାଯାଇଛି । ଏହି ପଇଁତରାରେ ତିହିଡ଼ି ଥାନା ଆଇଆଇସି ପ୍ରସନ୍ନ କୁମାର ନାୟକ, ଏସଆଇ କୁମୁଦିନି ବେହେରା, ପ୍ରଣବ ଗିରି, ଏଏସଆଇ ଦିଲୀପ ଦେହୁରୀ, କମଳାକାନ୍ତ ଶତପଥି, ହାବିଲଦାର ନକୁଳ ସେନାପତି ପ୍ରମୁଖ ପୁଲିସ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.