Home ଅପରାଧ ଆକ୍ସିସ ବ୍ୟାଙ୍କ ଲୁଟ ଉଦ୍ୟମ ବେଳେ ଯୁବକ ଗିରଫ ଅନ୍ୟ ଜଣେ ଫେରାର

ଆକ୍ସିସ ବ୍ୟାଙ୍କ ଲୁଟ ଉଦ୍ୟମ ବେଳେ ଯୁବକ ଗିରଫ ଅନ୍ୟ ଜଣେ ଫେରାର

64

କୋରାପୁଟ :୧୨/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ସୁନାବେଡ଼ା ପୌର ପରିଷଦ ଦେଇ ଯାଇଥିବା ୨୬ନମ୍ବର ଜାତୀୟ ରାଜପଥ ରାସ୍ତା କଡ଼ରେ ଥିବା ଆକ୍ସିସ ବ୍ୟାଙ୍କରେ ଗତକାଲି ରାତିରେ କାନ୍ଥ କଣା କରି ବ୍ୟାଙ୍କ ଭିତରେ ପଶି ଲୁଟ ଉଦ୍ୟମ କରୁଥିବା ବେଳେ ବିଳମ୍ୱିତ ରାତିରେ ସାଇରନ ବାଜିବା ମାତ୍ରେ ରାତି ପେଟ୍ରୋଲିଂ ପୋଲିସ କର୍ମଚାରୀ ଓ ବ୍ୟାଙ୍କ କର୍ମଚାରୀ ବ୍ୟାଙ୍କରେ ପହଞ୍ଚି ବ୍ୟାଙ୍କ ଭିତରେ ପଶି ଥିବା ଚୋରକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଚୋର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।

ସୂଚନାଯୋଗ୍ୟଯେ, କିଛି ଦିନ ପୂର୍ବରୁ ବ୍ୟାଙ୍କ ଲୁଟ ଉଦ୍ୟମ କରୁଥିବା ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଥାନା ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଚୋରମାନେ ପୂର୍ବରୁ ଚୋରି କରିବାରେ ବିଫଳ ହୋଇଥିଲେ ସୁଦ୍ଧା ପୁଣି ଥରେ ବ୍ୟାଙ୍କ ଲୁଟ ଉଦ୍ୟମ କରୁଥିବା ସମୟରେ ସାଇରନ ବାଜିବାରୁ ଚୋର ଯୁବକ ଜଣକ ପୋଲିସ ହାତରେ ଧରାପଡିଛି। ଗିରଫ ଅଭିଯୁକ୍ତ ଯୁବକ ସୁନାବେଡ଼ା ଥାନା ନିକଟ ବିଜୁ କଲୋନୀ ଭୁବନ କୁଲଦୀପ ବୋଲି ସୁନାବେଡ଼ା ଏସ୍ଡିପିଓ ମନୋଜ ବେହେରା ସୂଚନା ଦେଇଛନ୍ତି। ଏନେଇ ସୁନାବେଡ଼ା ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହ ବ୍ୟାଙ୍କ କେସ ଆଧାର କରି ଅଧିକ ତଦନ୍ତ ଜାରି ରହିଛି ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.