Home ଜିଲ୍ଲା ପରିକ୍ରମା ଅଙ୍ଗନାବାଡ଼ି କେନ୍ଦ୍ରରେ ତ୍ରିରଙ୍ଗା ଶିଶୁ ଚିତ୍ରାଙ୍କନ ପ୍ରତିଯୋଗିତା

ଅଙ୍ଗନାବାଡ଼ି କେନ୍ଦ୍ରରେ ତ୍ରିରଙ୍ଗା ଶିଶୁ ଚିତ୍ରାଙ୍କନ ପ୍ରତିଯୋଗିତା

63

ନୟାଗଡ଼, ୧୦ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଦେଶର ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ‘ହର ଘର ତ୍ରିରଙ୍ଗା’ କ୍ୟାମ୍ପେନ୍ ଆରମ୍ଭ କରିଥିବାବେଳେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଏଥିରେ ସାମିଲ କରାଯାଇଥିବା ଜଣାପଡ଼ିଛି। ଏଥର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ୧୩ରୁ ୧୫ ଯାଏଁ ତିନିଦିନ ଧରି ଉଡ଼ିବ ତ୍ରିରଙ୍ଗା ଉଡ଼ିବାକୁ ଥିବାବେଳେ ବୁଧବାର ଜିଲ୍ଳାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କ ମଧ୍ୟରେ ‘ତ୍ରିରଙ୍ଗା’ ନାମରେ ଏକ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷିରେ ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତର କଂଚନବିଲି ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି ପିଲାମାନଙ୍କ ମଧ୍ୟରେ ତ୍ରିରଙ୍ଗା ପତାକା ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଙ୍ଗନବାଡ଼ି କର୍ମୀ ବିଷ୍ଣୁପ୍ରିୟା ପ୍ରଧାନ ଛୋଟ ଛୋଟ ପିଲାମାନଙ୍କୁ ନେଇ ତ୍ରିରଙ୍ଗା ପତାକା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା କରିଥିଲାବେଳେ ପିଲାମାନେ ବହୁ ଉତ୍ସାହର ସହିତ ତ୍ରିରଙ୍ଗା ପତଳାରେ ତିନି ରଙ୍ଗ ଦେଇ ଚିତ୍ର ଆଙ୍କି ଥିଲେ। କେନ୍ଦ୍ର ସହାୟିକା ସବିତା ମୁଦୁଲି ଏଥିରେ ସହାୟତା କରିଥିଲେ। କେନ୍ଦ୍ର ସରକାର ଚଳିତ ବର୍ଷ ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ସାରା ଦେଶର ଅଙ୍ଗନାବାଡ଼ି କେନ୍ଦ୍ରରେ ଏହି ତ୍ରିରଙ୍ଗା ଉଡ଼ିବ। ଏଥିପାଇଁ ଓଡ଼ିଶାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଏହାକୁ ଅନୁରୂପ ଭାବେ ପାଳନ କରାଯିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.