Home Top News ଆକ୍ରୋଶମୂଳକ ଭାବେ ସୋନିଆ ଗାନ୍ଧୀଙ୍କୁ ଇଡି ଡାକରା ପ୍ରତିବାଦରେ ରାଜ୍ୟ କଂଗ୍ରେସର ସତ୍ୟାଗ୍ରହ

ଆକ୍ରୋଶମୂଳକ ଭାବେ ସୋନିଆ ଗାନ୍ଧୀଙ୍କୁ ଇଡି ଡାକରା ପ୍ରତିବାଦରେ ରାଜ୍ୟ କଂଗ୍ରେସର ସତ୍ୟାଗ୍ରହ

49

ଭୁବନେଶ୍ୱର ୨୬.୭ (ଓଡ଼ିଆ ପୁଅ) – କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରରୋଚିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯେପରି ଭାବରେ ରାଷ୍ଟ୍ରନେତା ତଥା ନିଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ବାରମ୍ବାର ଜେରା କରିବାକୁ ଡାକି ନିର୍ଯ୍ୟାତନା ଦେଉଛନ୍ତି ତାହାର ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପିସିସି ପକ୍ଷରୁ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି। ଏହି ସତ୍ୟାଗ୍ରହରେ ସାରା ରାଜ୍ୟର ବହୁ କଂଗ୍ରେସ ନେତୃବର୍ଗ, ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ମହାତ୍ମା ଗାନ୍ଧୀ ମାର୍ଗରେ ସତ୍ୟାଗ୍ରହ ସଭାସ୍ଥଳିରେ ଯୋଗଦାନ କରିଥିଲେ। ସ୍ମରଣଥାଉକି ନରେନ୍ଦ୍ର ମୋଦି ସରକାର ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଏବଂ ବିଶେଷ କରି କଂଗ୍ରେସ ଦଳକୁ ଜନମାନସରେ ନିନ୍ଦିତ କରିବାପାଇଁ ଭାରତ ବର୍ଷର ସ୍ୱାଧୀନ ସଂସ୍ଥାମାନଙ୍କୁ ଅପ ବ୍ୟବହାର କରି ରାଜନୈତିକ ଫାଇଦା ହାସଲ କରିବାପାଇଁ ଚେଷ୍ଟା ଚଳାଇଛନ୍ତି। ଶାସନ କ୍ଷମତାକୁ ଆସିବା ପୂର୍ବରୁ ଭାରତବର୍ଷର ଜନଗଣଙ୍କୁ ଯେଉଁ ପୂଳା ପୂଳା ପ୍ରତିଶ୍ରୁତି ଦେଇଥିଲେ ତନ୍ମମଧ୍ୟରୁ ଗୋଟିଏ ବି ପ୍ରତିଶ୍ରୁତି ପୂରଣ କରିବାରେ ନରେନ୍ଦ୍ର ମୋଦି ସରକାର ସକ୍ଷମ ହେଲେ ନାହିଁ। ପରଂନ୍ତୁ ଆଜି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥ ଆଦିର ଅହେତୁକ ଦରବୃଦ୍ଧି, ବେରୋଜଗାରୀ, ଅଣୁ, କ୍ଷ୍ୟୁଦ୍ର ଓ ମଧ୍ୟମ ଶିଳ୍ପ, କୃଷକ ଓ କୃଷି କ୍ଷେତ୍ରର ସମସ୍ୟା, ଆଦିବାସୀ ପଛୁଆ ବର୍ଗଙ୍କର ବିକାଶ, ପ୍ରବାସୀ ଶ୍ରମିକ ମାନଙ୍କର ସମସ୍ୟାକୁ ସମାଧାନ କରିବାରେ ମୋଦି ସରକାର ବିଫଳ। ଖାଲି ସେତିକି ନୁହେଁ ଏ ସରକାର ଗରିବ ଖଟିଖିଆ, ଚାଷୀ, ସାଧାରଣ ବର୍ଗ ଏବଂ ନିମ୍ନ ଓ ମଧ୍ୟମ ଆୟକାରୀ ବର୍ଗ ବଂଚିବା ପାଇଁ ନିର୍ଭର କରୁଥିବା ଚୂଡ଼ା, ଅଟା, ଚାଉଳ, ଚୂନା, ଖଇ, ଉଖୁଡ଼ା, ଦହି, ମୁଆଁ, ଲହୁଣି, ଗୁଡ଼ ଇତ୍ୟାଦି ଉପରେ ୫% ଜିଏସ୍‌ଟି ଆଦାୟ କରିବାକୁ ଭୁଲିଲେ ନାହିଁ। ଏପରିକି ଚିକିତ୍ସାଧିନ ରୋଗିମାନଙ୍କ ପାଇଁ ଆବଶ୍ୟକ ହେଉଥିବା ଔଷଧ, ତୁଳା, ଗଜ, ସୂତା, ଛୁଂଚି ଇତ୍ୟାଦି ଉପରେ ୫% ରୁ ୧୮% ପର୍ଯ୍ୟନ୍ତ ଜିଏସ୍‌ଟି ଆଦାୟ କରୁଛନ୍ତି। ବେରୋଜଗାରୀ ଆଜି ସର୍ବୋଚ୍ଚ ସୀମାରେ ପଂହଚିଛି। ୪୨ କୋଟିରୁ ଅଧିକ ଆଜି ଦାରିଦ୍ର ଭିତରକୁ ଠେଲି ହୋଇଯାଇଛନ୍ତି। ମୁଦ୍ରାସ୍ପିତି ଗତ ୫ ମାସ ଧରି ୭%ରୁ ଅଧିକ ରହିଛି। ବାଣିଜ୍ୟକ ନିଅଂଟ ଆଜି ଚରମ ସୀମାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଦୃତ ଗତିରେ ହ୍ରାସ ପାଉଛି, ଏପରିକି ଗୋଟେ ଡଲାରର ମୂଲ୍ୟ ଆଜି ୮୦ଟଙ୍କା ଅତିକ୍ରମ କରିସାରିଛି ଏପରି ସ୍ଥଳେ ଏସବୁ ସମସ୍ୟାକୁ ନେଇ ଯେତେବେଳ ଶ୍ରୀମତୀ ସୋନିଆ ଗାନ୍ଧୀ ଓ ଶ୍ରୀ ରାହୁଲ ଗାନ୍ଧୀ ପାର୍ଲାମେଂଟ ଭିତରେ ଓ ବାହାରେ ସରକାରଙ୍କର ନୀତି ଓ ନିଷ୍ପତିକୁ କଡ଼ା ସମାଲୋଚନା କରିବା ଯୋଗୁଁ ଆଜି ଇଡି, ସିବିଆଇ ଓ ଆଇଟିର ଭୟ ଦେଖାଇ ସେମାନଙ୍କର ମୁଁହ ବନ୍ଦ କରିବାପାଇଁ ଚେଷ୍ଟା ଚଳାଇଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନରେନ୍ଦ୍ର ମୋଦି ସରକାରର ପ୍ରତିହିଂସା ପରାୟଣ ଓ ଆକ୍ରୋଶମୂଳକ ରାଜନୀତିକୁ ଦୃଢ଼ ନିନ୍ଦ୍ରା କରିବା ସହିତ ସାରା ରାଜ୍ୟର ସମସ୍ତ କଂଗ୍ରେସ ନେତୃବର୍ଗ, କର୍ମୀ ଓ ସାଧାରଣ ଜନତା ଶ୍ରୀମତୀ ଗାନ୍ଧୀଙ୍କ ପଛରେ ଛିଡ଼ା ହୋଇଛନ୍ତି। ଅସତ୍ୟକୁ କେବଳ ସତ୍ୟରେ ବିଜୟ କରିହେବ, ଏହି ଧର୍ମରେ କଂଗ୍ରେସ ଦଳ ତାର ପ୍ରତିବାଦ ଜାରି ରଖିଛି। ନେସନାଲ ହେରାଲ୍ଡ ଘଟଣାରେ କୌଣସି ପ୍ରକାର ଯେତେବେଳେ ଅର୍ଥ କାରବାର ହୋଇନାହିଁ ସେଥିରେ କିଭଳି ଅର୍ଥ ହେରାଫେରି ହେଲା ଏହାହିଁ ହେଉଛି କଂଗ୍ରେସର ସବୁଠାରୁ ବଡ଼ ପ୍ରଶ୍ନ। ଆଜିର ଏହି “ସତ୍ୟାଗ୍ରହ”ରେ କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ଦାସରଥି ଗମାଙ୍ଗୋ, ପୂର୍ବତନ ବିରୋଧି ଦଳ ନେତା ରମାକାନ୍ତ ମିଶ୍ର, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ପିସିସି ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ନିଖିଲ ଭାରତ ମହିଳା କଂଗ୍ରେସ ସଂପାଦିକା ଶ୍ରୀମତୀ ସସ୍ମିତା ବେହେରା, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, କିଶୋର ପଟେଲ, ପଂଚାନନ କାନୁନଗୋ, ଗଣେଶ୍ୱର ବେହେରା, ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ସୁଶିଳା ତିରିଆ, ରାଧାକାନ୍ତ ଦିଗଲ, ନକୁଳ ନାୟକ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ସମୀର ରାଉତରାୟ, ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର, ନିହାର ମହାନନ୍ଦ, ଅକ୍ଷୟ ଆଚାର୍ଯ୍ୟ, ସୁରେନ୍ଦ୍ର ପରମାଣିକ, ଦୁର୍ଯ୍ୟୋଧନ ଗର୍ଡ଼ିଆ, ଚିନ୍ମୟ ପ୍ରସାଦ ବେଉରା, ଭାରତ ଭୂଷଣ ବେମାଲ, ନିମାଇ ସରକାର, ଦେବେନ୍ଦ୍ର ନାର୍ଥ ଶର୍ମା, ଅଂଶୁମାନ ମହାନ୍ତି, ତ୍ରିନାଥ ବେହେରା, ଅଭିମନ୍ୟୁ ବେହେରା, କୁମାର ଚିରଞ୍ଜିବ, ରାଜେନ୍ଦ୍ର ଛତ୍ରିୟା, ନବୀନ ଚନ୍ଦ୍ର ନାରାୟଣ ଦାସ, ଜିଲ୍ଲା କଂଗ୍ରେସ ସଭାପତି ସର୍ବଶ୍ରୀ ବିଶ୍ୱଜିତ ଦାଶ, ମନୋଜ ରାଉତ, ବେଣୁମାଧବ ତ୍ରିପାଠୀ, ହେମନ୍ତ ଦାସ, ଦେବବ୍ରତ ବିହାରି, ସଂଜୀବ ଗିରି, ସୁବ୍ରତ ଦାସ, ରଞ୍ଜିତ ଦାସ, ଅନାମ ନାୟକ, ଗିରିବାଳା ବେହେରା, ମିନାକ୍ଷୀ ବାହିନୀପତି, ବଟକୃଷ୍ଣ ତ୍ରିପାଠୀ, ସୁରେଶ ମହାପାତ୍ର, ମନୋରଞ୍ଜନ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଅମୀୟ ପଟ୍ଟନାୟକ, ଲୋକନାଥ ମହାରଥି, ରଜନୀ ମହାନ୍ତି, ବିଶ୍ୱରଞ୍ଜନ ମହାନ୍ତି, ଅଭିଷେକ ମହାନନ୍ଦ, ନିରଞ୍ଜନ ନାୟକ, ବାଙ୍କନିଧି ବେହେରା, ହଳଧର ସେଠୀ, ବିଦ୍ୟାଧର ମହାନ୍ତି, ଜିଆଉଲ ହକ, ରଜତ ଚୌଧୁରୀ, ବିସ୍ମୟ ମହାପାତ୍ର, ତାରା ପଟ୍ଟନାୟକ, ରସିକ ପଟ୍ଟନାୟକ, ଅଶୋକ ଦାସ, ମୋହନ ଜେନା, ସୁଦର୍ଶନ ଦାସ, ପ୍ରକାଶ ମିଶ୍ର, ଯୋଗୀନାଥ ବାହୁବଳେନ୍ଦ୍ର, ମାନସ ଆଚାର୍ଯ୍ୟ, ପ୍ରକାଶ ଜେନା, ସଂକୁନା କହଁର, ଆଲୋକ ମହାନ୍ତି, ଜୟୀରାମ ପଟ୍ଟନାୟକ, ଦୀପକ ସାହୁ, ସରୋଜ ପରିଡ଼ା, ଦୀପକ କୁମାର ମହାପାତ୍ର, ଅଶୋକ ସ୍ୱାଇଁ, ସମ୍ଭୁ ପାଣିଗ୍ରାହୀ, ସ୍ୱାଧୀନବାଳା ଦାସ, ନିପନ ଦାସ, ବିଜୟାନନ୍ଦ ଚାଉଲିଆ, କନକ ଲତା ମଲ୍ଲିକ, ସୁରେଶ ପାଣିଗ୍ରାହୀ, ବିଶ୍ୱ ଭୂଷଣ ଦାସ, ସାବିର ହୁସେନ, ନାସିର ଅହମ୍ମଦ, ସୁବାଷ ପ୍ରଧାନ, ରଣଜିତ ପାତ୍ର, ନିଶିକାନ୍ତ ମିଶ୍ର, ମିହିର ଆଚାର୍ଯ୍ୟ, ପ୍ରଭାସକର ମହାପାତ୍ର, ଲିଙ୍ଗରାଜ ସାହୁ, ଜୟନ୍ତ ମହାନ୍ତି, ସତ୍ୟସ୍ମିତ ମହାନ୍ତି, ମନୋଜ ସାହୁ, କିଶାନ ପଣ୍ଡା, ଅର୍ଚ୍ଚନା ନନ୍ଦି, ଏଲ ମାଣିକ ପ୍ରଭା, ରୁପାଦିପ୍ତା ମହାପାତ୍ର, ଗୀତାଞ୍ଜଳି ମହାନ୍ତି, ନିରୁପମା ପାତ୍ର, ଜୟଶ୍ରୀ ପାତ୍ର, ରସ୍ମିତା ମହାପାତ୍ର, ସୁବ୍ରତ ମହାପାତ୍ର, ଶ୍ରେୟାସ୍ମିତା ପଣ୍ଡା, ସୁଶାନ୍ତ ତ୍ରିପାଠୀ, କୈଳାସ ସାହୁ, ଦେବାଶିଷ ମହାପାତ୍ର, ନରୋତମ ନାୟକ, ଯଦୁମଣି ପ୍ରଧାନ, ରାଜକିଶୋର ବାରିକ, ଶ୍ରୀୟା ମହାନ୍ତି, ଲାଲା ଦାସ, ପ୍ରଦୀପ ସ୍ୱାଇଁ, ଏମଡି ସାହାଦୁଲ୍ଲା, ସନ୍ତୋଷ ନନ୍ଦ, ଜୟକୃଷ୍ଣ ମଲ୍ଲିଆ, ଜୟକୃଷ୍ଣ ସୁବୁଦ୍ଦି, ଦେବେନ୍ଦ୍ର ଦାସ, ସରୋଜ ପରିଡ଼ା, ମନୋଜ ସାହୁ, ଶ୍ରୀନିବାସ ରାଉତରାୟ, ସିଲି ସେଠୀ, ତରୁଣ ମିଶ୍ର, ଦେବେନ୍ଦ୍ର ମହାନ୍ତି, ଭୋକାଲି ସେଠୀ, ପିତିବାସ ପଣ୍ଡା, ଆତ୍ମାରାମ ପତି, ବିଶ୍ୱନାଥ ଶତ୍‌ପଥି, ନିରଞ୍ଜନ ଲେଙ୍କା, ଦେବାଶିଷ ଭୂୟାଁ, ବେଣୁଧର ଭୋଇ, ସୁଶାନ୍ତ ବେହେରା, ହାଇଦର ମହମ୍ମଦ, ପ୍ରେମ ଶଙ୍କର ମିଶ୍ର, ନାରାୟଣ ଚନ୍ଦ୍ର ଜେନା, ମନଜା ମଞ୍ଜରି ଦେବୀ, ସ୍ୱାଧୀନ ପଣ୍ଡା, ସୁଜିତ ମହାପାତ୍ର, ଉମେଶ ସ୍ୱାଇଁ, ଚିତରଞ୍ଜନ ଷଡ଼ଙ୍ଗୀ, ସଂଜୟ ନାୟକ, ନିତ୍ୟାନନ୍ଦ ମହାନ୍ତି, ଭୋଦେବ ବାରିକ, ଦେଓ ପ୍ରସାଦ, ବିଜୟ ପ୍ରଧାନ, ବିଦ୍ୟାଧର ମହାନ୍ତି, ସାରଦା ପ୍ରସାଦ ପ୍ରଧାନ, ମନୋରଞ୍ଜନ ରାଉତରାୟ, ସଂଜୀବ ମହାନ୍ତି, ଦୀପକ ସାହୁ, ଅନନ୍ତ ତାଣ୍ଡି, ସଂଜୟ ମିଶ୍ର, ରମେଶ ପଣ୍ଡା, ଧନେଶ୍ୱର ମେଣ୍ଡିଲି, ଏମଡି ସବିର, ଦେବୀପ୍ରସାଦ ବାହାଲିଆ, ଅଭିଷେକ ରାଉତ, ଜନାର୍ଦ୍ଦନ ଦେହୁରୀ, ସ୍ୱାଗତିକା ପଟ୍ଟନାୟକ, ତୃପ୍ତି ଦାସ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ପ୍ରଫୁଲ ଦାସ, ରାଜୀବ ମହାପାତ୍ର, ଶିବଶଙ୍କର ବେହେରା, କୁସୁମ ପ୍ରଧାନ, ସରୋଜିନ ବାକ୍ରା, ତୃପ୍ତି ଦାସ, ଅନ୍ନପୂର୍ଣ୍ଣା ସାହୁ ପ୍ରମୁଖ ହଜାର ହଜାର ସଂଖ୍ୟାରେ ଛାତ୍ର, ମହିଳା, ଯୁବ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.