Home ଓଡ଼ିଶା ଆକାଶ ମାର୍ଗରୁ ବନ୍ୟାପରିସ୍ଥିତି ଅନୁଧ୍ୟାନ କଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଓ ରିଲିଫ କମିଶନର

ଆକାଶ ମାର୍ଗରୁ ବନ୍ୟାପରିସ୍ଥିତି ଅନୁଧ୍ୟାନ କଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଓ ରିଲିଫ କମିଶନର

75

ମାଲକାନଗିରି,୧୮ା୮ (ଓଡିଆ ପୁଅ ) ଦୀର୍ଘସପ୍ତାହ ବ୍ୟାପି ସମଗ୍ର ମାଲକାନଗିରି ଜିଲ୍ଲାରେ ଲଗାଣବର୍ଷା ହେବା ଦ୍ୱାରା ବିଭିନ୍ନ ନଦୀ ନାଳରେ ବନ୍ୟାଜଳ ପ୍ରଭାବିତ ହୋଇ କଚାଘର,ରାସ୍ତାଘାଟ,ପୋଲ ଭାଙ୍ଗିଦେବା ସହିତ ଶହଶହ ହେକ୍ଟର ଚାଷଜମି ନଷ୍ଟହୋଇ ଯାଇଛି । ଆଜି ସକାଳେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମମାରାଣ୍ଡି ଓ ରାଜ୍ୟ ରିଲିଫ କମିଶନର ତଥା ଅତିରିକ୍ତ ସଚିବ ପ୍ରଦୀପ ଜେନା ଆକାଶ ମାର୍ଗରୁ ବନ୍ୟାପରିସ୍ଥିତି ଅନୁଧ୍ୟାନ କରି ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସମିକ୍ଷାବୈଠକରେ ଯୋଗଦେଇ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହିତ ବନ୍ୟାସଂପର୍କରେ ଆଲୋଚନା କରିଛନ୍ତି । ଅଗଷ୍ଟମାସରେ ୬୮୪.୧୬ମିଲିମିଟର ବର୍ଷା ହୋଇଛି ଯାହାକି ସାଧାରଣ ବୃଷ୍ଟିଠିପାତ ଠାରୁ ୪୨୪.୮୯ ମିଲିମିଟର ଅଧିକ ବର୍ଷା ହେବାଦ୍ୱାରା ମାଲକାନଗିରି, କୋରକୁଣ୍ଡା, ମାଥିଲି,ପଡିଆ,କାଲିମେଳା ବ୍ଲକର ଖାଲୁଆ ଅଚଂଳ ରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇ ପୋଟେରୁ,କାଙ୍ଗୁରକୋଣ୍ଡା,ପୋଟେରୁ କନ୍ୟାଶ୍ରମ,ଏମଭି୩୭,କୋରକୁଣ୍ଡା, ଏମଭି ୯୬,ଏମଭି୯, ପାଙ୍ଗାମ,ଚାଲାଣଗୁଡା ଅଚଂଳରେ ଥିବା ନିଚାପୋଲଗୁଡିକ ପାଣିରେ ବୁଡି ଯାଇ ଦୀର୍ଘ ଚାରିଦିନ ଧରି ଯୋଗା ଯୋଗବିଛିନ୍ନ ହୋଇପଡିଥିଲା । ଗତ ସାତଦିନର ଲଗାଣବର୍ଷାରେ ଜିଲ୍ଲାରେ ୧୯୭୧ ହେକ୍ଟରଚାଷ ଜମି ନଷ୍ଟ ହେବାସହିତ ୯୩୩ଟି ଗ୍ରାମବନ୍ୟାରେ ପ୍ରଭାବିତ ହୋଇ୩୨୧ଟି ଘର କ୍ଷତିଗସ୍ତ ହୋଇଥିବାର ପ୍ରାଥମିକ ଆକଳନରୁ ଜଣାପଡିଛି । ସାତଦିନ ମଧ୍ୟରେ ଜିଲ୍ଲାରେ ବନ୍ୟାରେ କ୍ଷୟ କ୍ଷତିର ସମ୍ପୁôଣ୍ଣ ର୍ ବିରଣୀ ଦେବା ପାଇଁ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ବିବରଣୀ ହସ୍ତଗତ ହେବାର ୪୮ଘଟାଂ ମଧ୍ୟରେ ବନ୍ୟାô ପ୍ରଭାବିତ ଗ୍ରାମବାସୀ ମାନଙ୍କୁ କ୍ଷତି ପୁରଣ ମିଳିବ ବୋଲି ମନ୍ତ୍ରୀ ଏହି ବୈଠକରେ ସୁଚନା ଦେଇଛନ୍ତି । ବନ୍ୟାରେ କାଲିମେଳା,ମାଥିଲି,ପଡିଆ,ଖଇରପୁଟ ବ୍ଲକରେ ଅଧିକ କ୍ଷତି ହୋଇଛି,୯ଟି ଅସ୍ଥାୟୀ ବନ୍ୟାଅଶ୍ରୟସ୍ଥଳରେ ୪୮୦ଜଣଙ୍କୁ ଆଶ୍ରୟ ଦିଆ ଯାଇ ସେମାନଙ୍କୁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ବନ୍ୟାପ୍ରଭାବିତ ଅଚଂଳରେ ସ୍ୱାସ୍ଥ୍ୟସେବା ପାଇଁ ବ୍ୟବସ୍ଥା ସହିତ ସମସ୍ତ ପ୍ରକାର ଔଷଧ ଗଛିତ ରଖାଯାଇଛି ।ସମୀକ୍ଷା ବୈଠକରେ ବନ୍ୟାପରିସ୍ଥିତି ସହିତ ଜିଲ୍ଲାରେ କୋଭିଡ୧୯ କରୋନା ସ୍ଥିତି ସଂପର୍କରେ ମନ୍ତ୍ରୀ ଜିଲ୍ଲାସ୍ତରୀୟ ଅଧିକୀର ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ମାଲକାନଗିରି ବିଧାୟକ ଅଦିତ୍ୟ ମାଢି,ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ଜିଲ୍ଲାସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ଏସପି ରିଶିକେଶ ଡି ଖିଲାରୀ,ଅତିରିକ୍ତ ଜିଲ୍ଲାପାଳ ବୀରସେନପ୍ରଧାନ,ଡିଆରଡିଏ ପିଡି ବାଳମୁକୁନ୍ଦ ଭୂୟାଁ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ମାଲକାନଗିରି ତହସିଲଦାର ଡ. ଗୁଣନିଧି ନାୟକ,ଡିଆରଡିଏ ଏପିଡି ମାନସ କୁମାରମିଶ୍ର, ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଦିଲ୍ଲୀପ ଚନ୍ଦ୍ର ସାମନ୍ତରାୟ ବିଭିନ୍ନ ବିଭାଗର ବିଡିଓ,ତହସିଲଦାର ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତରହି ଆଲୋଚନାରେ ଭାଗନେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.