Home ଜିଲ୍ଲା ପରିକ୍ରମା ଆକାଶବାଣୀରେ ହିନ୍ଦୀ ବୈଠକ

ଆକାଶବାଣୀରେ ହିନ୍ଦୀ ବୈଠକ

86

ସମ୍ବଲପୁର, ୨୪/୧୨ (ଓଡ଼ିଆ ପୁଅ) – ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ରାଜଭାଷା କାର୍ଯ୍ୟାନ୍ୱୟନ ସମିତିର ତ୍ରୈମାସିକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ମୁଖ୍ୟ ପ୍ରଫୁଲ୍ଲ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଅକ୍ଟୋବରରୁ ଡିସେମ୍ବର୍ ପର୍ଯ୍ୟନ୍ତ ୩ ମାସର ଆକାଶ୍‌ବାଣୀ କେନ୍ଦ୍ରର କାର୍ଯ୍ୟରେ ହିନ୍ଦୀ ଭାଷାର ବ୍ୟବହାର ଉପରେ ସମୀକ୍ଷା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ରାଜଭାଷା ନୀତି ଏବଂ ଲକ୍ଷ୍ୟ ଅନୁସାରେ ସମ୍ବଲପୁର୍ କେନ୍ଦ୍ର ସଫଳତାର ସହ ପୁରା କରିପାରିଛି ବୋଲି ହିନ୍ଦୀ ଅଧିକାରୀ କ୍ଷେତ୍ରମଣି ବିଭାର ବୈଠକରେ ସୂଚନା ଦେଇଥିଲେ। ବୈଠକରେ ଏମ୍‌.ଆର୍‌.କେ. ରାଓ, ଜୟରାମ ମୁଣ୍ଡା, ସନ୍ତୋଷ ପିଙ୍ଗ, ସତ୍ୟରଞ୍ଜନ ପଣ୍ଡା, ସରୋଜ କୁମାର ଦେବତା, କାଶିଫ ଜମିଲ, ଜଗନ୍ନାଥ କୁଅଁର, ଚୈତନ୍ୟ ପ୍ରସାଦ ବେସ୍ରା, ପ୍ରବୀଣ କୁମାର ପ୍ରମୁଖ ଭାଗ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.