Home ଜିଲ୍ଲା ପରିକ୍ରମା ଆଉ ନୂଆ ୬୩ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଆଉ ନୂଆ ୬୩ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

70

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ନୂଆ ୬୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ବ୍ଲକର ଜଣେ ଆକ୍ରାନ୍ତ ଭୁବନେଶ୍ୱରର ହାଇଟେକ୍ ମେଡ଼ିକାଲରୁ, ଜଣେ ଏସ୍‌ସିବିରୁ, ଭଦ୍ରକ ପୌରପାଳିକାର ଜଣେ ହାଇଟେକ୍‌ରୁ, ଚାନ୍ଦବାଲି ବ୍ଳକର ଜଣେ ଏସ୍‌ସିବିରୁ, ତିହିଡ଼ି ବ୍ଳକର ଜଣେ ଭୁବନେଶ୍ୱରର ସମ୍ ହସ୍‌ପିଟାଲରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ବାସୁଦେବପୁର ବ୍ଳକର ଜଣେ ଆକ୍ରାନ୍ତ ବିଦେଇପୁରରୁ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ବ୍ଲକ ଅଣ୍ଢେଇପଲ୍ଲୀରୁ ଜଣେ, ସାମରାଇପୁରରୁ ଜଣେ, ଗେଲଟୁଆରୁ ଜଣେ, ଅର୍ଣ୍ଣପାଳରୁ ୨ଜଣ, କାଉପୁରରୁ ୨ଜଣ, ଶାସନ ଗ୍ରାମରୁ ଜଣେ, ଚାନ୍ଦବାଲି ବ୍ଳକ ମଉସୁଧା ଗ୍ରାମରୁ ଜଣେ, ମହୁଲିଆ ଗ୍ରାମରୁ ୨ଜଣ, ଭଦ୍ରକ ପୌରପାଳିକାର ୧୬ ନଂ ୱାର୍ଡ ଚନ୍ଦନବଜାରରୁ ଜଣେ, ୬ ନଂ ୱାର୍ଡ ବାଇପାସ୍‌ରୁ ୨ଜଣ, ମଠସାହିରୁ ଜଣେ, ଗୋପବନ୍ଧୁ ନଗରରୁ ଜଣେ, ୯ ନଂ ୱାର୍ଡ ଚାରିଘରିଆରୁ ୩ଜଣ, ୧୨ ନଂ ୱାର୍ଡରୁ ଜଣେ, ୭ ନଂ ୱାର୍ଡ ଗୋପବନ୍ଧୁପୁରରୁ ଜଣେ, ୧୫ ନଂ ୱାର୍ଡ କୁଆଁସ ଗ୍ରାଗରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ଭଣ୍ଡାରିପୋଖରୀ ବ୍ଳକ ବୟାଁବନାପୁରରୁ ଜଣେ, ଦକ୍ଷିଣବାଡ ଗ୍ରାମରୁ ୬ଜଣ, ଛତାବର ଗ୍ରାମରୁ ଜଣେ, କୁରିଗାଁ ଗ୍ରାମରୁ ଜଣେ, ବୀରଭଦ୍ର ଗ୍ରାମରୁ ଜଣେ, କୁଲଣା ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଧାମନଗର ବ୍ଲକ ଚୁଡାକୁଟି ଗ୍ରାମରୁ ଜଣେ, ରାମେଶ୍ୱରପୁର ଗ୍ରାମରୁ ଜଣେ, ତିହିଡ଼ି ବ୍ଲକ ଜାମଜୋଡି ଗ୍ରାମରୁ ଜଣେ, ବନ୍ତ ବ୍ଲକ ଆମ୍ପୋର ଗ୍ରାମରୁ ୨ଜଣ, ତାଜିପୁର ଗ୍ରାମରୁ ୩ଜଣ, ବସନ୍ତିଆ ଗ୍ରାମରୁ ଜଣେ, ଗୋବିନ୍ଦପୁର ଗ୍ରାମରୁ ଜଣେ, ମହାନ୍ତିପଡ଼ା ଗ୍ରାମରୁ ଜଣେ, ନିଳୋକ ଗ୍ରାମରୁ ୨ଜଣ, ବୋଡକ ମସ୍‌ଜିଦ୍ ଗ୍ରାମରୁ ଜଣେ, ସାହାଡା ଗଡ଼ିଆ ଗ୍ରାମରୁ ଜଣେ, ଦେବତାଗଡ଼ିଆ ଗ୍ରାମରୁ ୨ଜଣ, ଆପ୍‌ତିରା ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଳାର ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକରୁ ୨ଜଣ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରୁ ୩ଜଣ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତ ୬୩ଜଣଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୩୫ ହୋଇଛି । ସେମାନଙ୍କ ମଧ୍ୟରୁ ୭ହଜାର ୬୨୨ ଜଣ ସୁସ୍ଥ ହୋଇଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା ୨୫ରୁ ବୃଦ୍ଧି ପାଇ ୨୬ ହୋଇଛି । ଯେତେବେଳେ କି ଜିଲ୍ଲାରୁ ମୋଟ ୩ ଲକ୍ଷ ୩୨ ହଜାର ୬୫୦ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ଏବେ ଜିଲ୍ଳାରେ ମୋଟ ୩୮୭ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.