Home କେନ୍ଦୁଝର ୧୨ବର୍ଷ ହେଲା ବିଧବା, ହେଲେ ମିଳୁନି ଭତ୍ତା କି ଆବାସ ଯୋଜନାରେ ଘର, ଭଙ୍ଗା କୁଡିଆରେ...

୧୨ବର୍ଷ ହେଲା ବିଧବା, ହେଲେ ମିଳୁନି ଭତ୍ତା କି ଆବାସ ଯୋଜନାରେ ଘର, ଭଙ୍ଗା କୁଡିଆରେ ପରିବାର

201

ହାଟଡ଼ିହି-୨୦ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ)ସରକାର ଗରିବ ଅସହାୟ ମାନଙ୍କ ପାଇଁ ଯୋଜନା ପରେ ଯୋଜନା ମାନ ପ୍ରଣୟନ କରିଚାଲିଛନ୍ତି । ହେଲେ ତାହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନି । ଯାହାର ଜ୍ୱଳନ୍ତ ଉଦାହାରଣ ଦେଖିବାକୁ ମିଳିଛି ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ନୀଳାପୁର ଗ୍ରାମରେ । ଗ୍ରାମର ପଙ୍କଜିନୀ ବେହେରାଙ୍କ ସ୍ୱାମୀ ବିନୋଦ ବେହେରାଙ୍କ ଆଜକୁ ୧୨ବର୍ଷ ତଳେ ପରଲୋକ ଘଟିଥିବାବେଳେ ଘରେ ଦୁଇଟି ଛୋଟ ଛୋଟ ଶିଶୁକନ୍ୟାଙ୍କୁ ନେଇ ପଙ୍କଜିନୀଙ୍କ ପରିବାର । ବିନୋଦ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାବେଳେ ତାଙ୍କ ମୃତ୍ୟୁପରେ ସମ୍ପୁର୍ଣ୍ଣ ବେସାହାରା ହୋଇପଡିଛନ୍ତି ପଙ୍କଜିନୀ । ଓଳିଏ ଖାଇଲେ ଓଳିଏ ଉପବାସରେ ଦୀିନ କାଟୁଛନ୍ତି । କେବଳ ପିଡିଏସ ଚାଉଳ ତାଙ୍କର ସାହାରା ପାଲଟିଛି । ମାସକୁ ମିଳୁଥିବା ୧୫କିଲୋ ଚାଉଳରେ ବହୁ କଷ୍ଟରେ ଦିନ ଅତିବାହିତ କରୁଛନ୍ତି । ଏପରିସ୍ଥଳରେ ଭତ୍ତା ଖଣ୍ଡିଏ ପାଇଁ ୧୦ବର୍ଷ ହେଲା ଦଉଡୁଛନ୍ତି ଯେ କେହି ଶୁଣୁ ନାହାନ୍ତି ବୋଲି କହିଛନ୍ତି ପଙ୍କଜିନୀ । ସେହିପରି ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏବି ମିଳିପାରୁନି । ଏକ ଭଙ୍ଗା ଝାଟିମାଟି ଘରେ ବିପଦ ଶଙ୍କୁଳ ଅବସ୍ଥାରେ ବସବାସ କରୁଛନ୍ତି ସମ୍ପୁର୍ଣ୍ଣ ପରିବାର । ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ ପର‌୍ୟ୍ୟନ୍ତ ଆବେଦନ କରୁଥିଲେବି କେହି ତାଙ୍କ ଦୁଃଖ ବୁଝୁ ନଥିବା କହିଛନ୍ତି ପଙ୍କଜିନୀ । ଏହି ପଞ୍ଚାୟତରେ ଶହଶହ ସ୍ୱଚ୍ଛଳ ବର୍ଗର ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନାରେ ସାମିଲହୋଇ ଦୁଇ ତିନୋଟି ଲେଖାଏଁ ଘର ହାତେଇଥିବାବେଳେ ଏହି ଗରିବ ଅସହାୟ ପରିବାରଟି ପ୍ରତି ସତେ ଯେପରି କାହାରି ଦୃଷ୍ଟି ପଡିନି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ପଙ୍କଜିନୀଙ୍କୁ ବିଧବା ଭତ୍ତା ଓ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେଲେ ପରିବାର ଲୋକେ ହସଖୁସିରେ ଜୀବନ ବିତାଇ ପାରନ୍ତେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.