Home ଜିଲ୍ଲା ପରିକ୍ରମା ଆଉ୨୫ କରୋନା ଆକ୍ରାନ୍ତ ଚିହ୍ନଟ : ୨ କୋବିଡ ଯୋଦ୍ଧା ସାମିଲ, ଯୋଦ୍ଧାଙ୍କ ଆଶୁ ଆରୋଗ୍ୟ...

ଆଉ୨୫ କରୋନା ଆକ୍ରାନ୍ତ ଚିହ୍ନଟ : ୨ କୋବିଡ ଯୋଦ୍ଧା ସାମିଲ, ଯୋଦ୍ଧାଙ୍କ ଆଶୁ ଆରୋଗ୍ୟ କାମନା କଲେ ଜିଲ୍ଳାପାଳ

99

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳାରେ ପୁଣି ନୂଆ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ମଧ୍ୟରୁ ୩ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟରୁ ୨୨ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭ରେ ପହଞ୍ଚିଥିବା ବେଳେ ନୂଆ ୨୭ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସୁସ୍ଥ ହୋଇଛନ୍ତି ୩୯୯ । ଏବେ ଆକ୍ଟିଭ କେଶ ଭାବେ ୧୪୬ ରହିଛି । ଯେଉଁ ୩ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନ କେନ୍ଦ୍ରରୁ ବାହାରିଛନ୍ତି ସେମାନଙ୍କ ମଧ୍ୟରୁ ୨ ଜଣ ବନ୍ତ ବ୍ଲକ ଓଡଙ୍ଗ ହାଇସ୍କୁଲ ଟିଏମ୍‌ସିରୁ ବାହାରିଥିବା ବେଳେ ଜଣେ ଭଦ୍ରକ ପୌରପାଳିକା ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରୁ । ଯେଉଁ ଲୋକାଲ କେଶ ବାହାରିଛନ୍ତି ସେମାନେ ହେଲେ ଭଦ୍ରକ ପୌରପାଳିକାର ୩ ନଂ ୱାର୍ଡର ଚରମ୍ପା ରେଲୱେ କଲୋନୀରୁ ୨ଜଣ, ୬ ନଂ ୱାର୍ଡର ମଠସାହି ଗ୍ରାମରୁ ଜଣେ, ୨ ନଂ ୱାର୍ଡ ବରାଳପୋଖରୀ ରାଢିସାହିରୁ ଜଣେ, ୧୧ ନଂ ୱାର୍ଡ ସାବନବଜାରରୁ ୨ଜଣ, ୯ ନଂ ୱାର୍ଡ ଚାରିଘରିଆ ଗ୍ରାମରୁ ୯ଜଣ ଆକ୍ରାନ୍ତ ବାହରିଛନ୍ତି । ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତର ଅପାଣ୍ଡା କଟିଣା ଗ୍ରାମରୁ ଜଣେ, ରାମପୁର ପଞ୍ଚାୟତର ରଘୁନାଥପୁର ଗ୍ରାମରୁ ଜଣେ ଆକ୍ରାନ୍ତ ବାହାରିଛନ୍ତି । ସେହିଭଳି ବାଲେଶ୍ୱର ଜିଲ୍ଲା ସିମୁଳିଆ କୁଆଗଡିଆ ଗ୍ରାମର ଜଣେ ଓ ସିମୁଳିଆ ଗ୍ରାମର ଜଣେ ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ନମୁନା ପରୀକ୍ଷାରୁ ବାହରିଥିବା ବେଳେ ଭଦ୍ରକ ବ୍ଲକ ସାହାଡା ସଦାନନ୍ଦପୁର ଗ୍ରାମର ଜଣେ ସମ୍ ହସ୍‌ପିଟାଲରେ ଚିକିତ୍ସାଧିନ ଥିବା ବେଳେ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି ।

 

ଭଣ୍ଡାରିପୋଖରୀ ବ୍ଲକର ନପଙ୍ଗ ଗ୍ରାମର ଜଣେ ଯାଜପୁର କୋବିଡ ହସ୍‌ପିଟାଲରେ ଚିକିତ୍ସାଧିନ ରହି ବାହାରିଥିବା ବେଳେ ଉକ୍ତ ହସ୍‌ପିଟାଲରୁ ମଧ୍ୟ ଅନ୍ୟ ଜଣେ ଆକ୍ରାନ୍ତ ଭଣ୍ଡାରିପୋଖରୀ ସରସଦା ଗ୍ରାମର ବାହାରିଛନ୍ତି ବୋଲି ଜଣା ଯାଇଛି । ମୋଟ ଯେଉଁ ସବୁ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ଜଣେ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ଜଣେ ପୁଲିସ କର୍ମଚାରୀ କରୋନା ଯୋଦ୍ଧା ଆକ୍ରାନ୍ତ ଭାବେ ବାହାରିଥିବାରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଜିଲ୍ଲାପାଳ ଡ. ଜ୍ଞାନ ଦାସ । ଜିଲ୍ଳାପାଳ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଆଜି ସୁଦ୍ଧା ଜିଲ୍ଳାରେ ମୋଟ ୧୯ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି । ପୌରପାଳିକାରେ ଦୃତ ସଂକ୍ରମଣକୁ ନେଇ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପାଳିକାର ୯ ନଂ ୱାର୍ଡ ଚାରିଘରିଆକୁ ୭୨ଘଣ୍ଟା ପାଇଁ ଶଟଡାଉନ କରିଛନ୍ତି । ଏହା ୩୦ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ । ଏହା ବ୍ୟତୀତ ପୌରପାଳିକାର ୬, ୭, ୯, ୧୩, ୧୪, ୧୫, ୧୬, ୧୭, ୧୮, ୨୨, ୨୮ ନଂ ୱାର୍ଡକୁ କଣ୍ଟେନମେଣ୍ଟଜୋନ ଭାବେ ଘୋଷଣା କରିଛନ୍ତି । ସେହିଭଳି ଜିଲ୍ଳାପାଳ ଡ. ଦାସ ନୂତନ ଆକ୍ରାନ୍ତ ଭାବେ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଆଜି ସହରରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି । ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଭଦ୍ରକ ତହସିଲଦାର ଜ୍ୟୋତିବିକାଶ ଦାଶ ଅପର୍ତ୍ତିବିନ୍ଧା ଏକତା ମାର୍କେଟ ଅଞ୍ଚଳରେ କୋବିଡ ଆଇନ ଉଲଂଘନ କରି ଦୋକାନ ଖୋଲିଥିବା ୬ ଦୋକାନକୁ ସିଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.