Home Top News ଆଇଆଇଟି ବମ୍ବେର ନୂତନ ଛାତ୍ରାବାସର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ : ଆଇଆଇଟି ବମ୍ବେ ଭାରତକୁ ବିଶ୍ୱର...

ଆଇଆଇଟି ବମ୍ବେର ନୂତନ ଛାତ୍ରାବାସର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ : ଆଇଆଇଟି ବମ୍ବେ ଭାରତକୁ ବିଶ୍ୱର ଶ୍ରେଷ୍ଠ ସ୍ଥାନରେ ସ୍ଥାନିତ କରିବ -ଧର୍ମେନ୍ଦ୍ର ପ୍ରଧାନ

50

– ୧୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଛାତ୍ରାବାସ ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହେବେ
– ଭାରତ ବିଶ୍ୱର ଜଟିଳ ସମସ୍ୟାର ସମାଧାନର ରାସ୍ତା ବାହାର କରିଛି
– ଆଇଆଇଟି ବମ୍ବେ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ଅନୁସରଣ କରିବା ନେଇ ଖୁସିବ୍ୟକ୍ତ କଲେ

ମୁମ୍ବାଇ, ମାର୍ଚ୍ଚ ୨୭ (ଓଡ଼ିଆ ପୁଅ) – ଆଇଆଇଟି ବମ୍ବେ ନିଜ ଦକ୍ଷତା ବଳରେ ଭାରତକୁ ବିଶ୍ୱ ସ୍ତରରେ ଏକ ଶ୍ରେଷ୍ଠ ସ୍ଥାନକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ରବିବାର ଶିକ୍ଷାନୁଷ୍ଠାନର ନୂତନ ଛାତ୍ରାବାସର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କୁ ଏହି ଉତ୍କର୍ଷ ଛାତ୍ରାବାସର ଉଦଘାଟନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଯେ କ୍ୟାମ୍ପସରେ ଉତମ ବାତାବରଣ ଏକ ସକରାତ୍ମକ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରେ। ୧୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଛାତ୍ରାବାସ ଦ୍ୱାରା ଛାତ୍ରଛାତ୍ରୀମାନେ ଅନେକ ସୁବିଧା ପାଇପାରିବେ।

ପରିବର୍ତିତ ଦ୍ରୁତ ଭୌଗଳିକ ଦୃଶ୍ୟପଟ୍ଟ ଏବଂ କୋଭିଡ୍ ପରବର୍ତ୍ତୀ ବୈଶ୍ୱିକ ଚ୍ୟାଲେଞ୍ଜ ଅନେକ ସୁଯୋଗ ଆଣିଦେଇଛି। ଭାରତ ବିଶ୍ୱର ଜଟିଳ ସମସ୍ୟାର ସମାଧାନର ରାସ୍ତା ବାହାର କରିଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ସ୍ୱଚ୍ଛ ଇନ୍ଧନ ଏବଂ ଆଗାମୀ ୫୦ ବର୍ଷ ପାଇଁ ଭାରତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଇଆଇଟି ବମ୍ବେର ଛାତ୍ରଛାତ୍ରୀମାନେ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବା ସହ ଆବଶ୍ୟକତାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ଆଇଆଇଟି ବମ୍ବେର ଦକ୍ଷତା ଉପରେ ଭାରତ ବିଶ୍ୱାସ କରୁଛି। ଏହି ଶିକ୍ଷାନୁଷ୍ଠାନର ପ୍ରତିଭାବାନ ମାନବ ସମ୍ବଳ ଆଗାମୀ ଦିଗରେ ନିଯୁକ୍ତି ସୃଷ୍ଟି କରିବେ, ଉଦ୍ଭାବନ, ବିଶ୍ୱ କଲ୍ୟାଣ ପାଇଁ କାର୍ଯ୍ୟ କରିବା ସହ ଏକ ସଦୃଢ଼ ଓ ଆତ୍ମନିର୍ଭର ଭାରତ ଗଢ଼ିବା ଦିଗରେ ମଧ୍ୟ କାର୍ଯ୍ୟ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତିା

ଶ୍ରୀ ପ୍ରଧାନ ଆଇଆଇଟି ବମ୍ବେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ର ପରାମର୍ଶକୁ ଅନୁସରଣ କରୁଥିବା ଜାଣି ଖୁସିବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.