Home Coronavirus Outbreak ଅସହ୍ୟ ହେଲା ଦାଦନ ଦୁଃଖ: ଭୁବନେଶ୍ବରରୁ ଚାଲି ଚାଲି ଦେଓଳିଆପଡା ଆସିଲେ ୫ ବ୍ୟକ୍ତି :...

ଅସହ୍ୟ ହେଲା ଦାଦନ ଦୁଃଖ: ଭୁବନେଶ୍ବରରୁ ଚାଲି ଚାଲି ଦେଓଳିଆପଡା ଆସିଲେ ୫ ବ୍ୟକ୍ତି : କ୍ୱାରାନଟାଇନରେ ଭର୍ତ୍ତି

551

କୋଦଳା ୨୩ ଏପ୍ରିଲ୍ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) କରୋନା ଭୂତାଣୁ ସଂକ୍ରମଣ ଦେଶରେ ହଇଚଇ ସୃଷ୍ଟି କରିଥିଲା ବେଳେ ଏହାକୁ ପ୍ରତିରୋଧ କରିବା ପାଇଁ ଦେଶ ତଥା ରାଜ୍ୟବ୍ୟାପୀ ଲକ୍ ଡାଉନ ଜାରି ରହିଛି। ତେବେ ଏହି ଲକ୍ ଡାଉନ୍ ରେ ଅଧିକ ପ୍ରଭାବିତ ହେଉଛନ୍ତି ଦାଦନ ଶ୍ରମିକ। ପ୍ରାପ୍ତ ସୂଚନା ମୁତାବକ ରାଜ୍ୟର କରୋନା ହଟସ୍ପଟ ଭୁବନେଶ୍ବରର ଲିଗିଂପୁର ଅଞ୍ଚଳରେ ଏକ ସିମେଣ୍ଟ ଇଟା ଫ୍ୟାକ୍ଟ୍ରିରେ କାମ କରୁଥିଲେ ୫ ଜଣ ବ୍ୟକ୍ତି। ଏମାନେ ସମସ୍ତେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଖଣ୍ଡିଆନଈ ପଞ୍ଚାୟତର ଦେଉଳିଆପଡା ଗ୍ରାମର ହୋଇଥିବା ବେଳେ ଲକ୍ ଡାଉନ୍ ରେ ଫସି ରହିଯାଇଥିଲେ। ଏମାନଙ୍କ ପାଖରେ ଅର୍ଥ ଅଭାବରୁ ଯନ୍ତ୍ରଣା ସହି ନପାରି ବାଧ୍ୟ ହୋଇ ଭୁବନେଶ୍ୱରରୁ ଚାଲି ଚାଲି ଗାଁକୁ ଫେରିବାକୁ ନେଇଥିଲେ ନିଷ୍ପତ୍ତି। ଗତ ୧୯ ତାରିଖ ରବିବାର ଭୋର୍ ସକାଳୁ ସକାଳୁ ଏମାନେ ବାହାରି ଜାତୀୟ ରାଜପଥ ମୁଖ୍ୟ ରାସ୍ତା ଦେଇ ୨୦ ତାରିଖ ସୋମବାର ସକାଳେ ଦେଉଳିଆପଡା ପହଞ୍ଚିବା ପରେ ସ୍ଥାନୀୟ ପ୍ରଶାସନର ପରାମର୍ଶ କ୍ରମେ ସେମାନଙ୍କୁ ଜନତା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଅସ୍ଥାୟୀ କ୍ୱାରାନଟାଇନରେ ରଖାଯାଇଛି। ସରକାରଙ୍କ ନିୟମ ଅନୁସାରେ ୧୪ ଦିନ ରହିବେ ସମସ୍ତ ବ୍ୟକ୍ତି। ଏମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ବେଳେ ସମସ୍ତ ରିପୋର୍ଟ ନେଗେଟିଭ୍ ଥିବା ଜଣାପଡ଼ିଛି। ଲକ୍ ଡାଉନ୍ କଟକଣା ଯୋଗୁଁ ଖଣ୍ଡିଆନଈ ପଞ୍ଚାୟତର ତିରିଡା ଗ୍ରାମରେ ସର୍ବାଧିକ ଲୋକ ସୁରଟରେ ଫସି ରହିଥିବା ଜଣାପଡ଼ିଛି। ଅନ୍ୟ ଗ୍ରାମ ଓ ପଞ୍ଚାୟତର ହଜାର ହଜାର ଲୋକ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ ଫସି ରହିଥିବା ବେଳେ ଏନେଇ ନିର୍ଦ୍ଧିଷ୍ଟ ସଂଖ୍ୟା ଓ ତଥ୍ୟ ପ୍ରଶାସନ ପାଖରେ ନାହିଁ। ଏବେ ଲକ୍ ଡାଉନ୍ ପରେ ବାହାରୁ ଆସିଲେ ପଞ୍ଜୀକରଣ ଜରୁରୀ ଓ କ୍ୱାରାନଟାଇନରେ ୧୪ ଦିନ ରଖାଯିବାକୁ ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏନେଇ ଗାଁ ମାନଙ୍କରେ ଯଥେଷ୍ଟ ସଚେତନତା କରାଯିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.