Home ଓଡ଼ିଶା ଅସହାୟ ବୃଦ୍ଧ ଙ୍କୁ ରକ୍ତଦେଇ ମାନବିକତାର ପରିଚୟ ଦେଲେ ମହିଳା

ଅସହାୟ ବୃଦ୍ଧ ଙ୍କୁ ରକ୍ତଦେଇ ମାନବିକତାର ପରିଚୟ ଦେଲେ ମହିଳା

109

ମାଲକାନଗିରି,୧ା ୭(ଓଡିଆ ପୁଅ ) ସମଗ୍ରବିଶ୍ୱରେ କରୋନା ମହାମାରିର ଭୟ ପାଇଁ ରୋଗୀଙ୍କୁ ରକ୍ତମିଳୁନଥିବା ବେଳେ ହସପିଟାଲରେ ଚିକିତ୍ସିତ ହେଉଥିବା ଅସହାୟ ରୋଗଗ୍ରସ୍ତ ବୃଦ୍ଧ ଙ୍କୁ ରକ୍ତଦାନ କରି ତାଙ୍କ ଜୀବନ ବଚାଂଇ ମାନବିକତା ର ପରିଚୟ ଦେଇଛନ୍ତି ଜଣେ ମହିଳା । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ରଙ୍ଗନାଥମାଡି ନାମକ ଜଣେ ବୃଦ୍ଧ ଆପ୍ଲାଷ୍ଟିକ ଆମେନିୟା ରୋଗରେ ପୀଡିତ ହୋଇ ଜିଲ୍ଲାହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଥିଲେ । ତାଙ୍କର ଜରୁରୀ ରକ୍ତ ର ଆବଶ୍ୟକତା ପଡିଥିବା ବେଳେ ଜିଲ୍ଲାରକ୍ତ ଭଣ୍ଡାରରେ ରକ୍ତନଥିବାର ଜାଣିବା ପରେ ସେ ବୃଦ୍ଧ ଅନେକ ଲୋକଙ୍କୁ ରକ୍ତଜୋଗାଡ କରିବା ପାଇଁ ଅନୁରୋଧ କରିଥିଲେ । କରୋନା ଭୟରେ କେହି ରକ୍ତଦାନ କରିବାକୁ ଆଗେଇ ଆସିନଥିଲେ । ଅନ୍ୟ କେଉଁ ଆଡୁ ଯୋଗାଡ କରି ରକ୍ତଦେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଥିଲେ । ସେ ଜଣେ ଅତ୍ୟନ୍ତ ଗରିବ ଅସହାୟ ବୃଦ୍ଧ, ତାଙ୍କର କେହି ସାହା ଭରସା ନଥିବାରୁ କିଏ ରକ୍ତଦେବ ସେନେଇ ଚିନ୍ତିତ ହୋଇପଢିଥିବା ବେଳେ ଦେବଦୂତ ପରି ତାଙ୍କ ନିକଟରେ ପହଁଚି ଯାଇଥିଲେ ମାଲକାନଗିରି ଜିଲ୍ଲାସଦର ମହକୁମା ୧୧୯କଲୋନିର ତ୍ରୀନାଥଗୌଢଙ୍କ ପତ୍ନୀ ଅମ୍ବିକା ଗୌଡ, ସେ ସଙ୍ଗେ ସଙ୍ଗେ ଜିଲ୍ଲା ରକ୍ତଭଣ୍ଡାରକୁ ଯାଇ ରକ୍ତଦାନ କରିଥିଲେ । ରକ୍ତଦାନ ପରେ ଡାକ୍ତର ମାନେ ବୃଦ୍ଧଙ୍କର ସଫଳତାର ସହିତ ଚିକିତ୍ସା କରି ଜୀବନ ବଚାଂଇ ଦେଇଥିବାରୁ ରୋଗୀ ରଙ୍ଗନାଥ ମାଡି ରକ୍ତଦାତା ମହିଳାଙ୍କୁ ସାଧୁବାଦ ଜଣାଇଛନ୍ତି । ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରେ ଆବଶ୍ୟକ ପରିମାଣର ରକ୍ତ ଗଛିତ ନଥିବା ବେଳେ ଜଣେ ମହିଳା ରକ୍ତଦେଇ ବୃଦ୍ଧଙ୍କ ଜୀବନ ବଚାଂଇ ମାନବିକତା ର ପରିଚୟ ଦେଇ ଅନ୍ୟମାନଙ୍କ ପାଇଁ ଉଧାହରଣ ପଲଟିଛନ୍ତି । ବୃଦ୍ଧ ଙ୍କୁ ଠିକ ସମୟରେ ରକ୍ତ ଦିଆଯାଇ ନଥିଲେ ତାଙ୍କର ଅବସ୍ଥା କଣ ହୋଇଥାନ୍ତା କିଏ ଜାଣେ, ରକ୍ତଭଣ୍ଡାରରେ ରକ୍ତ ନଥିବା ବେଳେ ଯା ହେଉ ଦେବଦୂତ ପରି ତାଙ୍କ ନିକଟରେ ମହିଳା ଅମ୍ବିକା ଗୌଡ ପହଁଚି ଗରିବ ବୃଦ୍ଧ ଙ୍କ ଜୀବନ ବଚାଂଇ ଦେଇଥିବାରୁ ସହରବାସୀ ଖୁସିହୋଇ ଏହି ମହିଳାଙ୍କୁ ଧନ୍ୟବାଦ ସହ ପ୍ରଶଂସା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.