Home ଜିଲ୍ଲା ପରିକ୍ରମା ଅସହାୟ ବୃଦ୍ଧାଙ୍କୁ ସହାୟତାର ହାତ ବଢାଇ ପୁଣି ଚର୍ଚାରେ ଆସିଲେ ମହିଳା ସବଇନିସପେକ୍ଟର

ଅସହାୟ ବୃଦ୍ଧାଙ୍କୁ ସହାୟତାର ହାତ ବଢାଇ ପୁଣି ଚର୍ଚାରେ ଆସିଲେ ମହିଳା ସବଇନିସପେକ୍ଟର

122

ମାଲକାନଗିରି,୨୪ା୮ (ଓଡିଆ ପୁଅ )ଜଣେ ଅସହାୟ ବୃଦ୍ଧା ନିଜପେଟପାଇଁ ବର୍ଷାରେ ଘର ଘର ବୁଲି ଭିକ୍ଷାବୃତି କରୁଥିବାର ଖବର ପାଇ ମହିଳା ସବଇନିସପେକ୍ଟର ଶୁଭଶ୍ରୀ ତାଙ୍କୁ ସହାୟତାର ହାତବଢାଇ ପୁଣି ଚର୍ଚାରେ ଆସିଛନ୍ତି । ସେହି ବୃଦ୍ଧାଙ୍କୁ ଗାଁରୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ଆଶ୍ରୟ କୁ ନେଇ ଗାଧୋଇ ସଫାସୁତର କରି ନିଜ ହାତରେ ଖାଦ୍ୟଖୁଆଇ ମାନବିକତାର ପରିଚୟ ଦେଇଛନ୍ତି ମହିଳା ସବଇନିସ୍ପେକ୍ଟର ଶୁଭଶ୍ରୀ ନାୟକ । ସମଗ୍ର ବିଶ୍ୱରେ କରୋନା ର ଆତଙ୍କ ଦେଖାଦେଇ ଲକ ଡାଉନ ପରିସ୍ଥି୍‌ିତି ସୃଷ୍ଟି ହୋଇଥିବା ବେଳେ ଗତ କାଲି ଜଣେ ବୃଦ୍ଧା ମାଲକାନଗିରି ଥାନା ସ୍ଥ ଏମଭି୪୦ ଗ୍ରାମର ପଦା ମଣ୍ଡଳ (୮୦) ନିଜପେଟ ଚାଖଣ୍ଡକ ପାଇଁ ବର୍ଷାରେ ଓଦାହୋଇ ଘର ଘରବୁଲି ଭିକ୍ଷାବୃତି କରୁଥିଲେ । ସେଠାରେ ଲକ ଡାଉନ ପାଇଁ କରୋନା ଯୋଦ୍ଧା ଭାବେ କାର୍ଯ୍ୟକରୁଥିବା ମହିଳା ସବଇନିସ୍ପେକ୍ଟର ଶୁଭଶ୍ରୀ ନାୟକ ଏହା ଦେଖି ସଙ୍ଗେ ସଙ୍ଗେ ସେହି ବୃଦ୍ଧା ନିକଟକୁ ଯାଇ ତାଙ୍କୁ ନିଜ ପାଣ ିବୋତଲରୁ ପାଣିପିଆଇ ଦେଇ ସେଠାରେ ବସାଇ ତାଙ୍କର ମୁହଁ, ହାତ ଗୋଡ ପାଣିରେ ଧୋଇ ସାନିଟାଇଜର ଲଗାଇ ତାଙ୍କୁ ପରିସ୍କାର ପରିଛନ୍ନ କରି ବସାଇଥିଲେ । ସମାଜ ସେବି କେ.ଦେଶିରାଜୁ ଆଚାରୀଙ୍କ ସହ ଯୋଗରେ ବୃଦ୍ଧାଙ୍କୁ ଏମଭି୪୦ ଗ୍ରାମରୁ ଉଦ୍ଧାର କରି ବ୍ଲକ କଲୋନି ଠାରେଥିବା ସେତୁ ବୃଦ୍ଧାଶ୍ରମରେ ନେଇ ଛାଡିଥିଲେ । ବୃଦ୍ଧଜଣଙ୍କ ବର୍ଷାରେ ବୁଲିଥିବାରୁ ତାଙ୍କୁ କାଶ ଓ ଥଣ୍ଡା ହୋଇଥିବାରୁ ଔଷଧ ଯୋଗାଇ ଦେଇ ନିଜ ହାତରେ ବୃଦ୍ଧାଙ୍କୁ ଔଷଧ ଖୁଆଇଦେଇଥିଲେ । ବୃଦ୍ଧାଜଣଙ୍କ ଭୋକିଲା ଥିବାର ଜଣି ନିଜ ହାତରେ ତାଙ୍କୁ ଖାଦ୍ୟଖୁଆଇ ଦେଇଥିଲେ । ଜଣେ ମହିଳା ପୁଲିସ ଅଚିହ୍ନା ବୃଦ୍ଧାଙ୍କୁ ବୃଦ୍ଧାଆଶ୍ରମରେ ଛାଡି ନିଜହାତରେ ଖୁଆଇବା ଦୃଶ୍ୟକୁ ନିକଟରେ ଥିବା କିଛିଯୁବକ ମୋବାଇଲରେ ସୁଟିଂ କରି ଭାଇରାଲ କରିଦେବାପରେ ଏହି ଘଟଣା ଲୋକ ଲୋଚନକୁ ଆସିଥିଲା । ସଭ୍ୟଶିକ୍ଷିତ ସମାଜରେ ନିଜ ବୃଦ୍ଧ ପିତା ମାତାଙ୍କୁ ପୁଅ ବୋହୁ ଅଣଦେଖା କରୁଥିବା ବେଳେ କରୋନା ଲକ ଡାଉନ ସମୟରେ ଦିନ ରାତି ଜନସାଧରଣଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା କୋଭିଡ ଯୋଦ୍ଧା ମହିଳା ସବଇନିସପେକ୍ଟର ନିଜ କାର୍ଯ୍ୟ ସୁଚାରୁଭାବେ ତୁଲାଇ ଜଣେ ଗରିବ ଆଦିବାସୀ ବୃଦ୍ଧାଙ୍କୁ ଆପଣାର ଲୋକ ଭାବି ସ୍ନେହ ରେ ନିଜ ଝିଅ ଭଳି ହାତରେ ଖୁଆଦେବା ଘଟଣାକୁ ସମଗ୍ର ଜିଲ୍ଲାବାସୀ ମହିଳା ସବ୍ ଇନିସପେକ୍ଟଟର ଶୁଭଶ୍ରୀ ନାୟକ ଙ୍କୁ ଭୂରି ଭୂରି ପ୍ରଂଶସା କରିଛନ୍ତି ।ଠିକ ସେହିପରି ପୁବ ର୍ରୁ ପଦ୍ମଗିରି ଛକ ,ମେଡାକିଲ ଛକ ଠାରେ ଏହି ମହିଳା ସବଇନିସ୍ପେକ୍ଟର ଡିୟୁଟିକରୁଥିବା ସମୟରେ ସେଠାରେ ଭୋକିଲା ବୃଦ୍ଧାଙ୍କୁ ନିଜର ମଧ୍ୟାହ୍ନର ଖାଦ୍ୟଦେଇ ବଦାନ୍ୟତା ଦେଖାଇବା ସହିତ ମାଲକାନଗିରି ପୁରୁଣା ହସପିଟାଲ ନିକଟରେ ଜଣେ ଭିନ୍ନକ୍ଷମ ବୃଦ୍ଧା ପ୍ରବଳ ଖରାରେ ପାଣି ଟୋପାଏ ପାଇଁ ଆଉଟୁ ପୁଉଟୁ ହେଉଥିବା ବେଳେ ତାଙ୍କୁ ନଳକୁପ ନିକଟକୁ ନେଇ ଗାଧୋଇ ଦେବାସହିତ ନିଜ ହାତରେ ଖୁଆଦେବା ଓ ବିଭିନ୍ନ ସମୟରେ ଅନେକ ଅସହାୟ ଲୋକଙ୍କୁ ସହାୟତାର ହାତବଢାଇ ମାନବିକତାର ପରିଚୟ ଦେଇଛନ୍ତି ଏହି ମହିଳା ପୁଲିସ ଅଧିକାରୀ । ଜଣେ ପୁଲିସ ଅଧିକାରୀ ହୋଇଥିଲେ ବି ଶୁଭଶ୍ରୀ ଅସହାୟ ଲୋକଙ୍କୁ ସହାୟତାର ହାତବଢାଇ ମାନବ ସେବା ମାଧବ ସେବା ଧର୍ମକୁ ଆଦରି ନେଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପୁଲିସ ମହା ନିର୍ଦ୍ଦେଶକ,ଟୋଲିଉଡ ସିନେମା ଜଗତର ସୁପରଷ୍ଟାର ଚିରଜିଂବୀ ପ୍ରଶଂସା କରିଥିଲେ । ଏହି ସେବା ମନୋବୃତି ପାଇଁ ଏବେ ଶୁଭଶ୍ରୀ ନାୟକ ଙ୍କୁ ସବୁମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.