Home କଳାହାଣ୍ଡି ଅସହାୟଙ୍କୁ ସାହାଯ୍ୟ କଲା କଳାହାଣ୍ଡି ଯୁବ ଲେଖକ ସମାବେଶ

ଅସହାୟଙ୍କୁ ସାହାଯ୍ୟ କଲା କଳାହାଣ୍ଡି ଯୁବ ଲେଖକ ସମାବେଶ

122

ଭବାନୀପାଟଣା, ୨୭ା୪ (ଓଡ଼ିଆ ପୁଅ) : ଏକ ଅସହାୟ ପରିବାରକୁ ସହାୟତା କରିଛନ୍ତି ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କଳାହାଣ୍ଡି ଯୁବ ଲେଖକ ସମାବେଶ ଓ ବନଫୁଲ ସହଯୋଗ ସମିତି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ରେଗଡ଼ା ବାଞ୍ଜିପଦର ଗ୍ରାମର ବିରାଟ ବାଗ ତାଙ୍କ ପତ୍ନୀଙ୍କ ହାତ ଅପରେଶନ୍ ପାଇଁ ଗତ ୮ ତାରିଖ ଦିନ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତରଖାନା ତ ସରକାରଙ୍କ ମାଗଣା ଆମ୍ବୁଲାନ୍ସରେ ଆସିଲେ, ଚିକିତ୍ସା ବି ମାଗଣା, ତେବେ ସୁସ୍ଥ ହେବାପରେ ଘରକୁ ପହଞ୍ଚାଇବାର କୌଣସି ବ୍ୟବସ୍ଥା ସରକାର କରିନଥିବାରୁ ଅସହାୟ ଭାବେ ପଡ଼ି ରହିଥିଲେ। ବସ୍ ଚାଲିଥିଲେ ସେଥିରେ ଯାଇଥାନ୍ତେ, ହେଲେ ଲକ୍‌ଡାଉନ୍ ପରିସ୍ଥିତିରେ ଗାଡ଼ିଭଡ଼ା କରି ଯିବାର ସାମର୍ଥ୍ୟ ନଥିଲା ଗାଈ ଚରାଇ ପରିବାର ପ୍ରତିପୋଷଣ କରୁଥିବା ବିରାଟଙ୍କର। ୨୩ ତାରିଖରୁ ଡାକ୍ତର ତାଙ୍କ ପତ୍ନୀଙ୍କୁ ଡିସ୍‌ଚାର୍ଜ୍ କରିଥିଲେ ତଥା ଜାଗା ଛାଡ଼ିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ବାରମ୍ବାର କହିବ ସତ୍ତ୍ୱେ ତାଙ୍କୁ କିଛି ବୁଦ୍ଧିବାଟ ଦିଶୁନଥିଲା। ଶେଷରେ ବିରାଟ ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପ୍ରାପ୍ତ କବି ଜୟଦ୍ରଥ ସୁନାଙ୍କ ସହ ଯୋଗାଯୋଗ କରିବା ପରେ ସେ ତାଙ୍କ ପରିବାରକୁ ଗାଁକୁ ପଠାଇବାକୁ ପ୍ରଚେଷ୍ଟା କରିଥିଲେ। ତେବେ ଅନେକ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟିକୁ ଏକଥା ଆଣିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ୨୪ ତାରିଖ ଶ୍ରୀ ସୁନା ବିରାଟଙ୍କ ପରିବାରର ଅସହାୟତା କଥା ଲେଖି ସାମାଜିକ ଗଣମାଧ୍ୟମରେ ସାହାଯ୍ୟ ପାଇଁ ନିବେଦନ କରିବା ପରେ କେନ୍ଦ୍ରାପଡ଼ାର ବନଫୁଲ ସହଯୋଗ ସମିତି ପକ୍ଷରୁ ଯୁବକବି ପବିତ୍ର ବ୍ରହ୍ମପୁତ୍ର ନାୟକ ୧୦୦୦ ଟଙ୍କା ଓ ସୋନପୁର ତହସିଲଦାର କ୍ଷୀରୋଦବିହାରୀ ଭରତଚନ୍ଦ୍ର ନାଗ ୧୦୦୦ ଟଙ୍କା ପଠାଇଥିଲେ। ଶ୍ରୀ ସୁନା ନିଜେ ୪୦୦ ଟଙ୍କା ମିଶାଇ ସନ୍ଧ୍ୟାରେ ଏକ ଘରୋଇ ଆମ୍ବୁଲାନ୍ସରେ ତାଙ୍କୁ ଗାଁକୁ ପଠାଇଥିଲେ। ଲକ୍‌ଡାଉନ୍ ଯୋଗୁଁ କାମଧନ୍ଦା ଅଭାବରୁ ତାଙ୍କ ଚଳିବା କଷ୍ଟକର ହେଉଥିବାର ଖବର ପାଇ କଳାହାଣ୍ଡି ଯୁବ ଲେଖକ ସମାବେଶ ୧୨୦୦ ଟଙ୍କା ଓ ବଲାଙ୍ଗୀରର ଯୁବକବି ସୁଜିତ୍ କୁମାର ସତପଥି ୫୦୦ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ବିରାଟଙ୍କୁ କୌଣସି ସରକାରୀ ସୁବିଧା ମିଳୁନଥିବାରୁ ତାଙ୍କ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସମାବେଶ ଦାବି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.