Home କେନ୍ଦୁଝର ଅଶ୍ଳିଳ ଭିଡିଓ ଭାଇରାଲ ଅଭିଯୋଗରେ ୨ ଗିରଫ

ଅଶ୍ଳିଳ ଭିଡିଓ ଭାଇରାଲ ଅଭିଯୋଗରେ ୨ ଗିରଫ

257

ହାଟଡ଼ିହି-୫/୮ : ଜଣେ ଯୁବତୀ ର ଅଶ୍ଳିଳ ଭିଡିଓ ଭାଇରାଲ ଘଟଣାରେ ୨ ଜଣ ଯୁବକ ଙ୍କୁ ଗିରଫ କରିଛି ଘସିପୁରା ପୋଲିସ୍ | ସ୍ଥାନିୟ ଥାନା ଅଧିନ ଜଣେ ସଂପୃକ୍ତା ଯୁବତୀ ଗତକାଲି ଭାଇରାଲ ଭିଡିଓ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଘସିପୁରା ଥାନା କେସ୍ ନଂ ୧୩୧/୨୦୨୦ ରେ ପୋଲିସ୍ ଏକ ମାମଲା ରୁଜୁକରିଥିଲା | ଆଜି ଘସିପୁରା ପୋଲିସ୍ ଚଢାଉକରି ତୁଳସିପୁର ଗ୍ରାମର ଚିନ୍ମୟ ମିଶ୍ର ଓ ରାମଚନ୍ଦ୍ରପୁର ଥାନା ସାଇଁକୁଳ ଗାଁ ଜନ୍ମଜୟ ମିଶ୍ର ଙ୍କୁ ଗିରଫ କରିଛି । ଉଭୟ ଯୁବକ ପୂର୍ବରୁ ସଂପୃକ୍ତା ଯୁବତୀ ସହ ଚିହ୍ନାପରିଚୟ ଥିବା ବେଳେ ସୋସିଆଲ ମିଡିଆ ରେ ଏମାନେ ଭିଡିଓ ଟି ଭାଇରାଲ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଙ୍କ ବିରୋଧରେ ଆଇପିସି ୫୦୦, ୫୦୬ ଓ ୬୬ଇ,୬୭ଏ ଆଇଟି ଆକ୍ଟ ଲଗାଯାଇ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.