Home ଜିଲ୍ଲା ପରିକ୍ରମା ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ ଭଦ୍ରକ ଜିଲା ଶାଖାର ବିକ୍ଷୋଭ

ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ ଭଦ୍ରକ ଜିଲା ଶାଖାର ବିକ୍ଷୋଭ

28

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ ଭଦ୍ରକ ଜିଲା ଶାଖା ପକ୍ଷରୁ ଏକ ଶୋଭାଯାତ୍ରା ସଂଘର ଜିଲା ସଂପାଦକ କୁଂଜବିହାରୀ ନାୟକ, ଶ୍ରମିକ ନେତା ଦିବ୍ୟସିଂହ ନାୟକ, ରମେଶ ନାୟକ, ପ୍ରମୋଦ ଛତାର, ଦିଲ୍ଲୀପ ନାୟକ ଓ ଶଙ୍କର୍ଷଣ ମଲ୍ଲିକଙ୍କ ନେତୃତ୍ୱରେ ବନ୍ତଛକରୁ ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଆଗରେ ବିକ୍ଷୋଭ କରାଯାଇଥିଲା। ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସେହି ସଭାରେ ଶ୍ରମିକ ନେତା ଶ୍ରୀ ନାୟକ, ରମେଶ ନାୟକ, ଅକ୍ଷୟ ମହାପାତ୍ର, ଜଗତାନନ୍ଦ ମହାନ୍ତି, ରାମଚନ୍ଦ୍ର ପଣ୍ଡା, ଉପେନ୍ଦ୍ର ପରିଡା କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଆନ୍ଦୋଳନ ବ୍ୟାପକ କରିବା ପାଇଁ ଅନୁରୋଧ କରିଥିଲେ। ଏବଂ ଇପିଏଫ୍ ପେନସନଭୋଗୀ ମାନଙ୍କର ମାସିକ ପେନସନ ୯ ଶହ ଟଙ୍କା ସମେତ ଡିଏ ପ୍ରଦାନ କରିବା ଓ ସମସ୍ତ ପେନସନ ଭୋଗୀମାନଙ୍କ ସହିତ ତାଙ୍କ ପରିବାର ଲୋକେ ପ୍ରଧାନମନ୍ତ୍ରୀ ଓ ବିଜୁ ପଟ୍ଟନାୟକଙ୍କର ସ୍ୱାସ୍ଥ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଓ ମାନ୍ୟବର ସୁପ୍ରିମକୋର୍ଟଙ୍କ ଘୋଷଣା ଅନୁଯାୟୀ ବର୍ଦ୍ଧିତ ପେନସନ ବ୍ୟବସ୍ଥା କରିବା ପାଇଁ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରଦାନ କରାଯାଇଛି। ଆସନ୍ତା ଡିସେମ୍ବର ମାସ ୭, ୮ ଓ ୯ ତାରିଖରେ ଦିଲ୍ଲୀରେ ଜନ୍ତ୍ରମନନ୍ରରେ ଦେଶବାସୀଙ୍କ ତରଫରୁ ଏକ କେନ୍ଦ୍ରୀୟ ସ୍ତରରେ ପ୍ରତିବାଦ ଆନ୍ଦୋଳନକୁ ସଫଳ କରିବାକୁ ନିବେଦନ କରିଥିଲେ। ଦେଶରେ ଏମଏଲ୍ ଓ ଏମ୍‌ପି ମାନେ ପେନସନ ଭୋଗୀ ଥିବାବେଳେ ଇପିଏଫ୍ ପେନସନ ଭୋଗୀମାନଙ୍କ ଦାବି ପୂରଣ ନହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ସିଟୁ ନେତା ଦିବ୍ୟସିଂହ ନାୟକ ଓ କୁଂଜବିହାରୀ ନାୟକ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.