Home ଜିଲ୍ଲା ପରିକ୍ରମା ଅର୍ଣ୍ଣପାଳ ରାସ୍ତା ପାଇଁ ରାସ୍ତାରୋକ ଆନ୍ଦୋଳନ ସଫଳ ହେଲା : ଆଜି ରାସ୍ତା ମରାମତି କାମ...

ଅର୍ଣ୍ଣପାଳ ରାସ୍ତା ପାଇଁ ରାସ୍ତାରୋକ ଆନ୍ଦୋଳନ ସଫଳ ହେଲା : ଆଜି ରାସ୍ତା ମରାମତି କାମ ଆରମ୍ଭ

68

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅର୍ଣ୍ଣପାଳ ବଜାର ରାସ୍ତାଟିର ଦୂରାବସ୍ଥା ଯୋଗୁଁ ସ୍ଥାନୀୟ ଆଦିବାସୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ । ଏ ଦିଗରେ ସ୍ଥାନୀୟ ଲୋକେ ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ଜିଲା ବିଜେପି ସଭାପତି ହେମନ୍ତ ପାଢୀ, ଭଦ୍ରକ ବିଧାନସଭା ନେତା ଡାକ୍ତର ପ୍ରଦୀପ ନାୟକ, ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ମଣ୍ଡଳ ସଭାପତି ଆଦିକନ୍ଦ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ବହୁ କର୍ମୀ ଓ ସ୍ଥାନୀୟ ଲୋକେ ଉକ୍ତ ସ୍ଥାନରେ ରାସ୍ତାରୋକ କରିବା ସହ ଜମିଥିବା ବର୍ଷାଜଳରେ ଧାନତଳି ରୋପଣ ପୂର୍ବକ ଅଭିନବ ଭାବେ ଆନ୍ଦୋଳନ କରିଥିଲେ । ତେବେ ଏହି ଆନ୍ଦୋଳନ ପରେ ଆଜି ଉକ୍ତ ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଏହି ରାସ୍ତାଟିର ନିର୍ମାଣ ନେଇ ଡାକ୍ତର ପ୍ରଦୀପ କୁମାର ନାୟକ ବିଭାଗୀୟ ଅଧିକାରୀଙ୍କ ସହ ଉତ୍ତମ ରାସ୍ତାଟିଏ ନିର୍ମାଣ ପାଇଁ ଆଲୋଚନା କରିଥିଲେ । ମାତ୍ର ଏହି ରାସ୍ତାରୋକ ଆନ୍ଦୋଳନ ପରେ ବିଜେପିର ଉପରୋକ୍ତ ଚାରିଜଣ ନେତାଙ୍କ ସହ ସ୍ଥାନୀୟ ଚାରିଜଣ ଜନସାଧାରଣଙ୍କୁ ମିଶାଇ ଆଠଜଣଙ୍କ ନାମରେ ମାମଲା ଦାଏର ହୋଇଥିଲା । ତେବେ ଯାହା ହେଉନା କାହିଁକି ଯଦି ରାଜ୍ୟ ସରକାର ଜନସାଧାରଣଙ୍କ ଆବେଦନ ପତ୍ରକୁ ସମ୍ମାନର ସହ ଗ୍ରହଣ ପୂର୍ବକ ଆଜିଭଳି ରାସ୍ତାଟିର ମରାମତି କାର୍ଯ୍ୟ ଆରମ୍ଭ କରିଥାନ୍ତେ, ତେବେ ଭାଜପା ଓ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇ ନଥାନ୍ତେ ବୋଲି ଡାକ୍ତର ନାୟକ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.