Home କେନ୍ଦ୍ରାପଡ଼ା ଅଯୋଦ୍ଧାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ମାଛ ବ୍ୟବସାୟୀ ସଙ୍ଘର ନିଧି ସମର୍ପଣ

ଅଯୋଦ୍ଧାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ମାଛ ବ୍ୟବସାୟୀ ସଙ୍ଘର ନିଧି ସମର୍ପଣ

33

କେନ୍ଦ୍ରାପଡା, ୮/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)-ଅଯୋଦ୍ଧାରେ ଆରମ୍ଭ ହୋଇଥିବା ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ରାପଡା ମାଛ ବ୍ୟବସାୟୀ ସଙ୍ଘ ପକ୍ଷରୁ ସଂଗୃହିତ ନିଧି ସମର୍ପଣ କରାଯାଇଛି। ରବିବାର ସନ୍ଧ୍ୟାରେ ସହରର ମାଛ ମାର୍କେଟ ପରିସରରେ ମାଛ ବ୍ୟବସାୟୀ ସଙ୍ଘ ସଭାପତି କୃଷ୍ଣ ଚନ୍ଦ୍ର ଦଳାଇ, ସମ୍ପାଦକ ଭଗବାନ ବେହେରା, ସଭ୍ୟ ଅନନ୍ତ ଚରଣ ବେହେରା, ପ୍ରମୋଦ କୁମାର ବେହେରା ପ୍ରମୁଖ ସଂଗୃହିତ ୫ହଜାର ଟଙ୍କା ନିଧି ସଂଗ୍ରାହକ ସଚ୍ଚିଦାନନ୍ଦ ବେହେରାଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ନିଧି ସଂଗ୍ରହ ଅଭିଯାନର ନଗର ସହ ସଂଯୋଜକ ଅଜିତ କୁମାର ଦାସ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.