Home କେନ୍ଦ୍ରାପଡ଼ା ଅଧିକ ଯୈାତୁକ ଦାବିରେ ବଧୁହତ୍ୟା ଘଟଣାରେ ରାଜକନିକା ଥାନା ପୋଲିସର ଉଦାସୀନତା ବିରୋଧରେ ଏସପିଙ୍କୁ ଅଭିଯୋଗ

ଅଧିକ ଯୈାତୁକ ଦାବିରେ ବଧୁହତ୍ୟା ଘଟଣାରେ ରାଜକନିକା ଥାନା ପୋଲିସର ଉଦାସୀନତା ବିରୋଧରେ ଏସପିଙ୍କୁ ଅଭିଯୋଗ

54

କେନ୍ଦ୍ରାପଡା, ୮/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଅଧିକ ଯୈାତୁକ ଦାବିରେ ଏକ ବଧୁହତ୍ୟା ଘଟଣାରେ ରାଜକନିକା ଥାନା ପୋଲିସର ଉଦାସୀନତା ବିରୋଧରେ ପରିବାର ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ରାଜକନିକା ଥାନା ଅନ୍ତର୍ଗତ ସିକୋ ଗ୍ରାମର କିଶୋର ଚନ୍ଦ୍ର ବେହେରାଙ୍କ ଝିଅ କାଂଚନ ବେହେରା(୨୭)ଙ୍କର ସେହି ଗ୍ରାମର ଗନ୍ଧର୍ବ ବେହେରାଙ୍କ ପୁଅ ପ୍ରଭାକର ବେହେରା(୩୮)ଙ୍କ ସହିତ ପ୍ରାୟ ୬ବର୍ଷ ତଳେ ବିବାହ ହୋଇଥିଲା। ବିବାହ ସମୟରେ ବରଘରର ଦାବି ମୁତାବକ ସମସ୍ତ ଜିନିଷ ପ୍ରଦାନ କରାଯାଇଥିବା ବେଳେ ଅଧିକ ଗୋଟିଏ ଟିଭି ଓ ଏକଲକ୍ଷ ଟଙ୍କା ଯୈାତୁକ ଦାବିରେ ଶାଶୁଘର ଲୋକ କାଂଚନକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇଆସୁଥିବା ଅଭିଯୋଗ ହୋଇଛି। କାଂଚନର ଏକ ୪ବର୍ଷର ପୁଅ ଓ ଏକବର୍ଷର ଝିଅ ଅଛି। ଗତ ରବିବାର ସକାଳ ପ୍ରାୟ ୬ଟା ସମୟରେ ଝିଅର ସ୍ୱାମୀ ପ୍ରଭାକର ଫୋନ ଯୋଗେ ଜଣାଇଲା ଯେ କାଂଚନ କଟକ ବଡ ଡାକ୍ତରଖାନାରେ ମରିଯାଇଛି। କାଂଚନ ପିତାମାତା ଯାଇ କଟକ ବଡ ଡାକ୍ତରଖାନାରେ ପହଁଚି ଥିଲେବି ତାଙ୍କ ଝିଅ କିମ୍ବା ତା’ର ଶଶୁର ଘରର କାହାରିକୁ ଦେଖିବାକୁ ପାଇନଥିଲେ। ଏନେଇ କାଂଚନର ପିତା ରାଜକନିକା ଥାନାରେ କାଂଚନକୁ ଅଧିକ ଯୈାତୁକ ଦାବିରେ ଶାଶୁଘର ଲୋକ ମାରିଦେଇଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେବି ରାଜକନିକା ଥାନା ପୋଲିସ ସେହି ଅଭିଯୋଗକୁ ନରଖିବା ଓ ବଧୁହତ୍ୟା ଅଭିଯୋଗ ଉପରେ କୈାଣସି ପଦକ୍ଷେପ ଗ୍ରହଣ ନକରିବା ପ୍ରତିବାଦରେ ମୃତ କାଂଚନର ପିତା ମାତା ଓ ଗ୍ରାମର ମହିଳାମାନେ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଆରକ୍ଷୀ ଅଧିକ୍ଷକ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜକନିକା ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.