Home ଓଡ଼ିଶା ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର- ଜାଣନ୍ତୁ ପୂର୍ବରୁ କାହାକୁ କେବେ ମିଳିଛି ଏହି...

ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର- ଜାଣନ୍ତୁ ପୂର୍ବରୁ କାହାକୁ କେବେ ମିଳିଛି ଏହି ପୁରସ୍କାର

234

ନୂଆ ଦିଲ୍ଲୀ ୨୪-୯ (ଓଡ଼ିଆ ପୁଅ) ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନୀତ କରାଯିବ। ଏ ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ସୂଚନା ଦେଇଛନ୍ତି।

ଦାଦା ସାହବ ଫାଲକେ ପୁରସ୍କାର ଭାରତ ସରକାରଙ୍କର ତରଫରୁ ଦିଆଯାଉଥିବା ଏକ ବାର୍ଷିକ ପୁରସ୍କାର ଅଟେ। ଏହି ପୁରସ୍କା ଭାରତୀୟ ସିନେମାରେ କୌଣସି ବ୍ୟକ୍ତିଙ୍କୁ ତାଙ୍କର ଆଜୀବନ ଯୋଗଦାନ ପାଇଁ ଦିଆଯାଇଥାଏ। ଏହି ପୁରସ୍କାରର ପ୍ରାରମ୍ଭ ଦାଦା ସାହବ ଫାଲକେଙ୍କର ଜନ୍ମ ଶତାବ୍ଦି-ବର୍ଷ ୧୯୬୯ ରେ ହୋଇଥିଲା। ସେହି ବର୍ଷ ରାଷ୍ଟ୍ରୀୟ ଫ଼ିଲ୍ମ ପୁରସ୍କାର ପାଇଁ ଆୟୋଜିତ ୧୭ତମ ସମାରୋହରେ ପ୍ରଥମ ଥର ଏହି ସମ୍ମାନ ଅଭିନେତ୍ରୀ ଦେବିକା ରାନୀଙ୍କୁ ପ୍ରଦାନ କରାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ପୁରସ୍କାର ‘ରାଷ୍ଟ୍ରୀୟ ଫ଼ିଲ୍ମ ପୁରସ୍କାର’ ପାଇଁ ଆୟୋଜିତ ସମାରୋହରେ ପ୍ରଦାନ କରା ଯାଉଛି। ଏହି ପୁରସ୍କାରରେ ଲକ୍ଷ ଟଙ୍କା ଏବଂ ସ୍ଵର୍ଣ୍ଣ କମଳ ଦିଆଯାଇଥାଏ।

ଜାଣନ୍ତୁ କାହାକୁ କେବେ ଦାଦା ସାହେବ ଫାଲକେ ପୁରସ୍କାର ମିଳିଛି

୧୭ ତମ ୧୯୬୯ ଦେବିକା ରାନୀ ଅଭିନେତ୍ରୀ ହିନ୍ଦୀ
୧୮ ତମ ୧୯୭୦ ବି. ଏନ. ସରକାର ନିର୍ମାତା ବଙ୍ଗାଳି
୧୯ ତମ ୧୯୭୧ ପୃଥ୍ଵୀରାଜ କାପୁର (ମରଣୋତ୍ତର) ଅଭିନେତା ହିନ୍ଦୀ
୨୦ ତମ ୧୯୭୨ ପଂକଜ ମଲିକ ସଂଗୀତଜ୍ଞ • ବଙ୍ଗାଳି • ହିନ୍ଦୀ
୨୧ ତମ ୧୯୭୩ ରୂବୀ ମେୟର୍ସ (ସୁଲୋଚନା) ଅଭିନେତ୍ରୀ ହିନ୍ଦୀ
୨୨ ତମ ୧୯୭୪ ବୋମ୍ମିରେଡ୍ଡୀ ନରସିମ୍ହା ରେଡ୍ଡୀ ନିର୍ଦ୍ଦେଶକ ତେଲଗୁ
୨୩ ତମ ୧୯୭୫ ଧୀରେନ୍ଦ୍ରନାଥ ଗାଂଗୁଲୀ ଅଭିନେତା, ନିର୍ଦ୍ଦେଶକ ବଙ୍ଗାଳି
୨୪ ତମ ୧୯୭୬ କାନନ ଦେବୀ ଅଭିନେତ୍ରୀ ବଙ୍ଗାଳି
୨୫ ତମ ୧୯୭୭ ନିତିନ ବୋସ ଛାୟାକାର, ନିର୍ଦ୍ଦେଶକ, ଲେଖକ • ବଙ୍ଗାଳି • ହିନ୍ଦୀ
୨୬ ତମ ୧୯୭୮ ରାୟଚନ୍ଦ ବୋରାଲ ସଂଗୀତଜ୍ଞ, ନିର୍ଦ୍ଦେଶକ • ବଙ୍ଗାଳି • ହିନ୍ଦୀ
୨୭ ତମ ୧୯୭୯ ସୋହରାବ ମୋଦୀ ଅଭିନେତା, ନିର୍ଦ୍ଦେଶକ, ନିର୍ମାତା ହିନ୍ଦୀ
୨୮ ତମ ୧୯୮୦ ପୈଡୀ ଜୟରାଜ ଅଭିନେତା, ନିର୍ଦ୍ଦେଶକ • ହିନ୍ଦୀ • ତେଲଗୁ
୨୯ ତମ ୧୯୮୧ ନୌଶାଦ ଅଲୀ ସଂଗୀତଜ୍ଞ ହିନ୍ଦୀ
୩୦ ତମ ୧୯୮୨ ଏଲ. ବି. ପ୍ରସାଦ ଅଭିନେତା, ନିର୍ମାତା, ନିର୍ଦ୍ଦେଶକ • ତେଲଗୁ, ତାମିଲ, ହିନ୍ଦୀ
୩୧ ତମ ୧୯୮୩ ଦୁର୍ଗା ଖୋଟେ ଅଭିନେତ୍ରୀ • ହିନ୍ଦୀ• ମରାଠୀ
୩୨ ତମ ୧୯୮୪ ସତ୍ୟଜୀତ ରାୟ ନିର୍ଦ୍ଦେଶକ ବଙ୍ଗାଳି
୩୩ ତମ ୧୯୮୫ ବୀ ଶାନ୍ତାରାମ ଅଭିନେତା, ନିର୍ମାତା, ନିର୍ଦ୍ଦେଶକ • ହିନ୍ଦୀ• ମରାଠୀ
୩୪ ତମ ୧୯୮୬ ବି.ନାଗି ରେଡ୍ଡୀ ନିର୍ମାତା ତେଲଗୁ
୩୫ ତମ ୧୯୮୭ ରାଜ କାପୁର ଅଭିନେତା, ନିର୍ଦ୍ଦେଶକ ହିନ୍ଦୀ
୩୬ ତମ ୧୯୮୮ ଅଶୋକ କୁମାର ଅଭିନେତା ହିନ୍ଦୀ
୩୭ ତମ ୧୯୮୯ ଲତା ମଙ୍ଗେଶକର ଗାୟିକା • ହିନ୍ଦୀ• ମରାଠୀ
୩୮ ତମ ୧୯୯୦ ଅକ୍କିନେନୀ ନାଗେଶ୍ଵର ରାଓ ଅଭିନେତା ତେଲଗୁ
୩୯ ତମ ୧୯୯୧ ଭାଲଜୀ ପେଂଢାରକର ନିର୍ଦ୍ଦେଶକ, ନିର୍ମାତା, ଲେଖକ ମରାଠୀ
୪୦ ତମ ୧୯୯୨ ଭୂପେନ ହଜାରିକା ଗାୟକ ଆସାମୀ
୪୧ ତମ ୧୯୯୩ ମଜରୁହ ସୁଲ୍ତାନପୁରୀ ଗୀତିକାର ହିନ୍ଦୀ
୪୨ ତମ ୧୯୯୪ ଦିଲୀପ କୁମାର ଅଭିନେତା ହିନ୍ଦୀ
୪୩ ତମ ୧୯୯୫ ଡ ରାଜକୁମାର ଅଭିନେତା କନ୍ନଡ଼
୪୪ ତମ ୧୯୯୬ ଶିବାଜୀ ଗଣେଶନ ଅଭିନେତା ତାମିଲ
୪୫ ତମ ୧୯୯୭ କବି ପ୍ରଦୀପ ଗୀତକାର ହିନ୍ଦୀ
୪୬ ତମ ୧୯୯୮ ବଲଦେବ ରାଜ ଚୋପଡ଼ା ନିର୍ମାତା, ନିର୍ଦ୍ଦେଶକ ହିନ୍ଦୀ
୪୭ ତମ ୧୯୯୯ ହୃଷିକେଶ ମୁଖାର୍ଜୀ ନିର୍ଦ୍ଦେଶକ ହିନ୍ଦୀ
୪୮ ତମ ୨୦୦୦ ଆଶା ଭୋଂସଲେ ଗାୟିକା • ହିନ୍ଦୀ • ମରାଠୀ
୪୯ ତମ ୨୦୦୧ ୟଶ ଚୋପଡ଼ା ନିର୍ମାତା, ନିର୍ଦ୍ଦେଶକ ହିନ୍ଦୀ
୫୦ ତମ ୨୦୦୨ ଦେବ ଆନନ୍ଦ ଅଭିନେତା, ନିର୍ମାତା, ନିର୍ଦ୍ଦେଶକ ହିନ୍ଦୀ
୫୧ ତମ ୨୦୦୩ ମୃଣାଲ ସେନ ନିର୍ଦ୍ଦେଶକ ବଙ୍ଗାଳି
୫୨ ତମ ୨୦୦୪ ଅଦୂର ଗୋପାଲକୃଷ୍ଣନ ନିର୍ଦ୍ଦେଶକ ମାଲାୟାଲୀ
୫୩ ତମ ୨୦୦୫ ଶ୍ୟାମ ବେନେଗଲ ନିର୍ଦ୍ଦେଶକ ହିନ୍ଦୀ
୫୪ ତମ ୨୦୦୬ ତପନ ସିନ୍ହା ନିର୍ଦ୍ଦେଶକ • ବଙ୍ଗାଳି• ହିନ୍ଦୀ
୫୫ ତମ ୨୦୦୭ ମନ୍ନା ଡେ ଗାୟକ • ବଙ୍ଗାଳି• ହିନ୍ଦୀ
୫୬ ତମ ୨୦୦୮ ବି କେ ମୂର୍ତ୍ତି ଛାୟାକାର ହିନ୍ଦୀ
୫୭ ତମ ୨୦୦୯ ଡି ରାମାନାୟଡୂ ନିର୍ମାତା, ନିର୍ଦ୍ଦେଶକ ତେଲଗୁ
୫୮ ତମ ୨୦୧୦ କେ ବାଲାଚନ୍ଦର ନିର୍ଦ୍ଦେଶକ • ତାମିଲ• ତେଲଗୁ
୫୯ ତମ ୨୦୧୧ ସୌମିତ୍ର ଚାଟାର୍ଜୀ ଅଭିନେତା ବଙ୍ଗାଳି
୬୦ ତମ ୨୦୧୨ ପ୍ରାଣ ଅଭିନେତା ହିନ୍ଦୀ
୬୧ ତମ ୨୦୧୩ ଗୁଲଜାର ଗୀତକାର ହିନ୍ଦୀ
୬୨ ତମ ୨୦୧୪ ଶଶି କାପୁର ଅଭିନେତା ହିନ୍ଦୀ
୬୩ତମ ୨୦୧୫ ମନୋଜ କୁମାର ଅଭିନେତା ହିନ୍ଦୀ
୬୪ତମ ୨୦୧୬ କସୀନଥୁନୀ ବିଶ୍ଵନାଥ ନିର୍ଦ୍ଦେଶକ ତେଲଗୁ
୬୫ତମ ୨୦୧୭ ବିନୋଦ ଖନ୍ନା ଅଭିନେତା ହିନ୍ଦୀ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.