Home ଓଡ଼ିଶା ଅମର ସହିଦ ବୀର ଲକ୍ଷମଣ ନାୟକଙ୍କ ୧୨୩ତମ ଜୟନ୍ତୀ ପାଳିତ ।

ଅମର ସହିଦ ବୀର ଲକ୍ଷମଣ ନାୟକଙ୍କ ୧୨୩ତମ ଜୟନ୍ତୀ ପାଳିତ ।

101

ମାଲକାନଗିରି,୨୨ ।୧୧ (ଓଡିଆ ପୁଅ ) ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ନେତା ଶହୀଦ ଲକ୍ଷମଣ ନାୟକଙ୍କ ୧୨୧ତମ ଜୟନ୍ତୀ ମାଲକାନଗିରି ଜିଲ୍ଲାର ବିଭିନ୍ନସ୍ଥାନରେ କରୋନା ପାଇଁ ନିରାଡମ୍ବର ସହକାରେ ପାଳିତ ହୋଇ ଯାଇଛି । ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ମହିଳା କନିଷ୍ଟ ମହାବିଦ୍ୟାଳୟ ପରିସରରେ ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଅମର ସହିଦ ବୀର ଲକ୍ଷ୍ମଣ ନାୟକ ଙ୍କ ୧୨୩ ତମ ଜୟନ୍ତୀ ପାଳନ କରାଯାଇଛି । ଅନୁଷ୍ଟିତ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଉତ୍ସବ ଅବସରରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ମୁଖ୍ୟବକ୍ତା ଭାବେ ମହିଳା ମହାବଦ୍ୟାଳୟର ଅଧ୍ୟ କ୍ଷ ଦୁସ୍ମନ୍ତ କୁମାର ଜେନା, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ,ଦୁର୍ଯ୍ୟଧନ ପାତ୍ର,ସମାଜ ସେବୀ ଭାସ୍କାର ଚନ୍ଦ୍ର ବେହେରା,ଶିବପ୍ରସାଦ କିର୍ତନିୟା ଯୋଗଦେଇ ମହାବିଦ୍ୟାଳୟ ପରିସରରେ ସ୍ଥାପିତ ଶହୀଦ ଲକ୍ଷ୍ଣନାୟକ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି ସ୍ୱାଧୀନତା ଆନେ୍ଦାଳନରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ତ୍ୟାଗ ଓ ବଳିଦାନ ଅତ୍ୟନ୍ତ ମହାନଥିଲା । ଏହି ଦିନଟିକୁ ଜିଲ୍ଲାରେ ଏକ ସ୍ମରଣୀୟ ଦିବସ ଭାବେ ପାଳନ କରିବା ପାଇଁ ଅତିଥି ମାନେ ମତ ଉପସ୍ଥାପନ କରିବା ସହ ଶହୀଦ ଲକ୍ଷ୍ମଣ ନାୟକଙ୍କ ବହୁମିଖି ପ୍ରତିଭା ସଂପର୍କରେ ଆଲୋକପାତ କରି ସ୍ମୁତିଚାରଣ କରିଥିଲେ । ଏହି ଅବସରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲା ସୁଚନା ଲୋକସଂପର୍କ ବିଭାଗର ହରେକୃଷ୍ଣ କିର୍ତନୀୟା,ରଜଂନ କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁରୁପ ମାଲକାନଗିରି ମହାବିଦ୍ୟାଳୟ ର ଶହୀଦ ଲକ୍ଷମଣ ନାୟକ ଛାତ୍ରବାସ ପରିସରରେ ସହିଦ ଲ କ୍ଷ୍ଣ ନାୟକ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଠିକ ସେହିପରି ମାଲକାନଗିରି ପୁଲିସ ରିଜର୍ଭଅଫିସ ପରିସରରେ ଥିବା ଶହୀଦ ଲକ୍ଷମଣ ନାୟକ ପ୍ରତି ମୂର୍ତିରେ ପୁଲିସ ଅଧିକାରୀ ମାନେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତି ଚାରଣ କରିଛନ୍ତି । ଅମର ସହିଦ ଲ କ୍ଷ୍ମଣ ନାୟକ ଙ୍କ ଗାଁ ତେନ୍ତୁଲି ଗୁମ୍ମା ଓ ମାଥିଲି ଠାରେ ବିଭିନ୍ନ ରାଜନୈତିକ ଦଳ ଓ ବିଭିନ୍ନ ଅନୁଷ୍ଟାନ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସହିଦ ଲକ୍ଷମଣ ନାୟକ ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.