Home Top News ଅମରନାଥ ଗୁମ୍ଫା ନିକଟରେ ବାଦଲ ଫାଟିଲା, ୫ ମୃତ, ମୃତ୍ୟୁ ସଂଖ୍ୟା ବଢ଼ିପାରେ, ଉଦ୍ଧାର କାର୍ଯ୍ୟ...

ଅମରନାଥ ଗୁମ୍ଫା ନିକଟରେ ବାଦଲ ଫାଟିଲା, ୫ ମୃତ, ମୃତ୍ୟୁ ସଂଖ୍ୟା ବଢ଼ିପାରେ, ଉଦ୍ଧାର କାର୍ଯ୍ୟ ଜାରୀ

74

ନୂଆଦିଲ୍ଲୀ ଜୁଲାଇ ୮ (ଓଡ଼ିଆ ପୁଅ): ଅମରନାଥଙ୍କ ପବିତ୍ର ଗୁମ୍ଫା ଅଞ୍ଚଳରେ ଶୁକ୍ରବାର ଦିନ ବାଦଲ ଫାଟିବାରୁ ଭୟଙ୍କର ଭାବରେ ଜଳ ପ୍ରବାହିତ ହୋଇଥିଲା। ଯାହାଫଳରେ ‘ନାଲ୍ଲା’ରେ ପ୍ରବଳ ଜଳ ନିଷ୍କାସନ ହୋଇଥିଲା। ଖବର ଅନୁଯାୟୀ, ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ଅଧିକାରୀଙ୍କ ଅନୁଯାୟୀ, ପ୍ରାୟ ୫.୩୦ ସମୟରେ ଅମରନାଥରେ ପବିତ୍ର ଗୁମ୍ଫା ନିକଟରେ ବାଦଲ ପାଟିଥିଲା ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆଇଜିପି କାଶ୍ମୀର ସୂଚନା ଦେଇଛି ଯେ ଏପର୍ଯ୍ୟନ୍ତ ପ୍ରାୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଆଇଟିବିପିର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ଗୁମ୍ଫାର ଉପର ଏବଂ ପାର୍ଶ୍ୱରୁ ପାଣି ଆସିଥିଲା। ବର୍ଷା ବର୍ତ୍ତମାନ ପାଇଁ ବନ୍ଦ ହୋଇଛି। ପ୍ରାୟ ୪୦ଲୋକ ନିଖୋଜ ଅଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ସେଣ୍ଟ୍ରାଲ୍ ଆର୍ମସ୍ ପୋଲିସ୍ ଫୋର୍ସ ଏବଂ ଭାରତୀୟ ସେନାର ଏକ ଟିମ୍ ଶୀଘ୍ର ଉଦ୍ଧାର କାର୍ଯ୍ୟରେ ଲାଗଛନ୍ତି। ବର୍ଷା ବନ୍ଦ ହେବା ପରେ ନାଲ୍ଲାରେ ଜଳ ପ୍ରବାହ ସ୍ୱାଭାବିକ ହୋଇଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି, “କିଛି ୱୋକ ଆହତ ହେବାରୁ ଭୟଭୀତ ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ନାହିଁ। ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।” ଅଧିକ ବିବରଣୀ ଅପେକ୍ଷା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.