Home ଜିଲ୍ଲା ପରିକ୍ରମା ଅବ୍ୟବସ୍ଥା ଭିତରେ ନୟାଗଡ଼ରେ ମିନି ପଲ୍ଲିଶ୍ରୀ ମେଳା

ଅବ୍ୟବସ୍ଥା ଭିତରେ ନୟାଗଡ଼ରେ ମିନି ପଲ୍ଲିଶ୍ରୀ ମେଳା

36

ନୟାଗଡ଼, ୧୭ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପଡ଼ିଆରେ ଗତ ୧୦ ତାରିଖରୁ ଚାଲିଥିବା ଜିଲ୍ଲାସ୍ତରୀୟ ମିନି ପଲ୍ଲିଶ୍ରୀ ମେଳା ବହୁ ଅବ୍ୟବସ୍ଥା ଭିତରେ ଚାଲିଥିବା ଦେଖିବାକୁ ମିଳିଛି ା ରାଜ୍ୟ ଏବଂ ରାଜ୍ୟ ବାହାରର କେତୋଟି ଷ୍ଟଲ ପଡ଼ିଥିବାବେଳେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନୀ ସହ ବିକ୍ରୟ ପାଇଁ ୨୦ଟି ଷ୍ଟଲ ପଡ଼ିଛି। ମୂଳକଥା ହେଲା ନୟାଗଡ଼ ସଦର ମହକୁମାରେ ଏପରି ମିନି ପଲ୍ଲିଶ୍ରୀ ମେଳା ୭ଦିନ ହେଲା ଚାଲିଥିଲେ ମଧ୍ୟ ଜିଲାର ବିଭିନ୍ନ ଅଂଚଳର ଲୋକେ ଜାଣିବା ତ ଦୂରର କଥା ସହରର ଲୋକେ ମଧ୍ୟ ଜାଣିନଥିବା କେତେକ ସହରରେ ବାସ କରୁଥିବା ଲୋକ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତିଯେ, ପଲ୍ଲିଶ୍ରୀ ମେଳା ପରି ଏକ ମନୋରଂଜନ ତଥା ବିଭିନ୍ନ ବିପଣୀର ପସରା ଦେଖିବା ତଥା କ୍ରୟ କରିବା ପାଇଁ ଲୋକମାନଙ୍କର ଆଗ୍ରହ ରହିଛି। ୭ଦିନ ଧରି ମିନି ପଲ୍ଲିଶ୍ରୀ ମେଳା ହେଉଥିଲେ ମଧ୍ୟ ଏଥିପାଇଁ ପ୍ରଚାର ପ୍ରସାର ଅଭାବରୁ କେହି ଜାଣିପାରୁନାହାଁନ୍ତି। ପଲ୍ଲିଶ୍ରୀ ମେଳାରେ ଲୋକମାନଙ୍କର ସେତେଟା ଗହଳି ଚହଳି ନଥିବାରୁ ବିଭିନ୍ନ ସ୍ଥାନରୁ ନିଜ ନିଜ ପସରା ଧରି ଆସିଥିବା ବେପାରୀମାନେ ହାତବାନ୍ଧି ବସିଥିବା ଦେଖିବାକୁ ମିଳିଛି। ଷ୍ଟଲ ସଂଖ୍ୟା କମ୍ ଥିଲେ ମଧ୍ୟ ମେଳାକୁ ଯେଉଁମାନେ ଆସୁଛନ୍ତି ସେମାନେ ପ୍ରଦର୍ଶନୀର ବେଶ୍ ମଜ୍ଜା ନେଉଥିବା ଦେଖିବାକୁ ମିଳିଛି। ବିହାରୀ ଶାଢୀ, ଆଚାର, ବିଭିନ୍ନ ପ୍ରକାର ଫୁଲ ସହ ଫୁଲଦାନି, ଫୁଲ ଝାଡ଼ୁ ଆଦି ଲୋକମାନେ କ୍ରୟ କରୁଥିବାବେଳେ ମହିଳା ହର୍ବାଲ ଗ୍ରୁପ ଦ୍ନାରା ପ୍ରସ୍ତୁତ ବିଭିନ୍ନ ଚେରମୂଳି ଓ ଆୟୁର୍ବେଦିକ ଔଷଧ ଷ୍ଟଲରେ ଭିଡ଼ ଜମୁଥିବା ଦେଖିବାକୁ ମଳିଛି। ତେବେ ବିଦ୍ୟୁତ ସରବରାହ ତ୍ରୁଟି ହେଲେ ବା ବିଦ୍ୟୁତ କଟିଲେ ବିକଳ୍ପ ବ୍ୟବସ୍ଥା ନଥିବାରୁ ବେପାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମଳିଛି। ଜେନେରେଟରର ସୁବିଧା ନଥିବାରୁ ବିଦ୍ୟୁତ କଟିଲେ ବହୁ ସମୟ ଧରି ପ୍ରଦର୍ଶନୀ ପଡ଼ିଆ ତଥା ଷ୍ଟଲ ଅନ୍ଧାରରେ ରହିବାକୁ ପଡ଼ୁଛି। ଯାହାକି ବେପାରୀମାନେ ହଇରାଣ ହେବା ସହିତ ଅନ୍ଧାର ଯୋଗୁଁ ବିଭିନ୍ନ ଅରାଜକତା ଦେଖାଦେବା ଆଶଙ୍କାରେ ଗ୍ରାହକମାନେ ମଧ୍ୟ ଆୟୋଜକଙ୍କଏପରି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଦର୍ଶନୀରେ ଅଧିକ ସମାବେଶ ପାଇଁ ପ୍ରଚାର ପ୍ରସାର ବହୁ ମାତ୍ରାରେ କରାଗଲେ ଦର୍ଶକ ତଥା ଗ୍ରାହକଙ୍କ ସଂଖ୍ୟା ବଢି ପାରନ୍ତା ବୋଲି କୁହାଯାଉଛି। ଗତ ୧୦ ତାରିଖରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରଦର୍ଶନୀ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଓରମାସ ପକ୍ଷରୁ ଆୟୋଜିତ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.