Home ଜିଲ୍ଲା ପରିକ୍ରମା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବୈଠକ

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବୈଠକ

29

ବାଲେଶ୍ୱର, ୧୨ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କାର୍ଯ୍ୟନିର୍ବାହୀ ସମିତି ବୈଠକ ଜିଲା କାର୍ଯ୍ୟାଳୟରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସ୍ଥାୟୀ ସଭାପତି ଧୀରେନ୍ଦ୍ର ନାରାୟଣ ଦାସ ଏଥିରେ ସଭାପତିତ୍ୱ କରିଥିଲେ। ପ୍ରାରମ୍ଭରେ ସଂଘର ଦିବଂଗତ ସଦସ୍ୟ ଡା- ଜତୀନ୍ଦ୍ରନାଥ ନନ୍ଦ ଓ ଇଂ- ଗିରୀଶ ଚନ୍ଦ୍ର ଦାସଙ୍କ ସ୍ମୃତିରେ ସମ୍ପାଦକ ଇଂ- ବନମାଳୀ ନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହି ଅବସରରେ ଉପସ୍ଥିତ ସଦସ୍ୟମାନେ ନିରବ ପ୍ରାର୍ଥନା କରିଥିଲେ। ଆସନ୍ତା୧୭ ତାରିଖରେ ସଂଘ କାର୍ଯ୍ୟାଳୟ ପରିସରରେ ‘ଜାତୀୟ ପେନ୍‌ସନ୍ ଦିବସ’ ପାଳନ ପାଇଁ ଏହି ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା। ଏଥି ସହିତ ଆସନ୍ତା ମାର୍ଚ୍ଚ ମାସ ସଂଘର ବାର୍ଷିକ ଉତ୍ସବ ପାଳନ ପାଇଁ ଆସନ୍ତା ଜାନୁଆରୀ ମାସ ୯ ତାରିଖରେ କାର୍ଯ୍ୟକାରୀ ସମିତିର ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ମତ ପ୍ରକାଶ ପାଇଥିଲା।ଏହି ବୈଠକରେ ବିଭିନ୍ନ ଶାଖା ସଂଘର ସଭାପତି, ସମ୍ପାଦକ ଓ ଜିଲ୍ଲା ସଂଘର କାର୍ଯ୍ୟନିର୍ବାହୀ ସମିତିର ସଦସ୍ୟମାନେ ଉପସ୍ଥିତ ରହି ନିଜ ମତ ରଖିବାକୁ ନିବେଦନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶଶାଙ୍କ ଶେଖର ଦତ୍ତ, ବେଣୁଧର ପାଳ, ଭବେଶ ଚନ୍ଦ୍ର ପଣ୍ଡା, ଦାମୋଦର ନାୟକ, ଉମେଶ ଚନ୍ଦ୍ର ଗୋଚ୍ଛାୟତ, ଡାକ୍ତର ତାରାକାନ୍ତ ନନ୍ଦ, କୁମୁନ୍ଦ ରଂଜନ ଗିରି, ବସନ୍ତ କୁମାର ନାୟକ, ରେମୁଣା ଶାଖାର ଅଜୟ ନାୟକ, ଯୋଗେନ୍ଦ୍ର ନାଥ ସିଂହ, ଇଂ- ସରୋଜ କୁମାର ଚାନ୍ଦ, ଇଂ- ଶିବ ପ୍ରସାଦ ବେହେରା, ଲମ୍ବୋଦର ଗିରି, ସୁରେନ୍ଦ୍ର ପ୍ରସାଦ ନାୟକ, ଇଂ- ଗୌରାଙ୍ଗ ସାହୁ, ପୁରୁଷୋତ୍ତମ ବେହେରା ଓ ଶେଖ୍ ଆଲ୍ଲାଉଦ୍ଦିନ୍ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ। ଅରୁଣା ରାୟ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.