Home ଅନୁଗୁଳ ଅବସରପ୍ରାପ୍ତ ପୋଲିସ ଅଫିସର ମନ୍ଦରଧର ସାହୁଙ୍କ ପରଲୋକ

ଅବସରପ୍ରାପ୍ତ ପୋଲିସ ଅଫିସର ମନ୍ଦରଧର ସାହୁଙ୍କ ପରଲୋକ

83

ତାଳଚେର,୨୩/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ ବଲଣ୍ଡା ଗ୍ରାମର ଅବସରପ୍ରାପ୍ତ ପୋଲିସ ଅଫିସର୍ ମନ୍ଦରଧର ସାହୁ(୭୨ବର୍ଷ)ଙ୍କର ଭୂବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ଏକମାତ୍ର ପୁତ୍ର ମିଲନ୍ ଙ୍କ ସହ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ବୃତିଗତ ଜୀବନରେ ସେ ଜଣେ ଦକ୍ଷ ପୋଲିସ ଅଫିସର୍ ଭାବରେ ସୁନାମ ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା । ଗ୍ରାମ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.