Home କେନ୍ଦ୍ରାପଡ଼ା ଅବସରକାଳିନ ବିଦାୟ ସମ୍ବର୍ଦ୍ଧନା

ଅବସରକାଳିନ ବିଦାୟ ସମ୍ବର୍ଦ୍ଧନା

60

କେନ୍ଦ୍ରାପଡା ୨୯/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଂଚାୟତର ଏଣ୍ଡର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ଦେବୀ ଶନିବାର ଚାକିରୀରୁ ଅବସର ଗ୍ରହଣ କରୁଥିବା ଅବସରରେ ତାଙ୍କୁ ସ୍କୁଲ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଏହି ଉପଲକ୍ଷେ ସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀନିବାସ ପରିଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା ଯୋଗଦେଇ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦେବୀଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ଛତା ପ୍ରଭୃତି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ଅବଦାନକୁ ଉପସ୍ଥିତ ସମସ୍ତେ ପ୍ରସଂଶା କରିବା ସହ ତାଙ୍କ ଅବସର ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଦେବବ୍ରତ ଦାସ, ଶାରଦା ପ୍ରସାଦ ପରିଡା, ଜିତେନ୍ଦ୍ର ତ୍ରିପାଠୀ, ସୁନାକର ବେହେରା, ହିଂମାଶୁ କୁମାର ଦାସ, ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ପରିଡା, କଲ୍ୟାଣୀ ଦାସ, ଶିକ୍ଷା କମିଟିର ସଭ୍ୟସଭ୍ୟା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.